Advertisment

କଟକ ବକ୍ସ ଡ୍ରେନ୍ ଟ୍ରାଜେଡ଼ି: ମା’ ବଖାଣିଲେ ଝିଅକୁ ଭୁଲି ହେଉନି କାହିଁକି, ଚପଲରୁ କେମିତି ଘର ଚଳେ

କଟକ କେଶରପୁରରେ ବକ୍ସ ଡ୍ରେନ୍ ପାଇପରେ ଫସି ନାବାଳିକା ମୃତ୍ୟୁ ଘଟଣାରେ ମୃତ ନାବାଳିକାର ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା।

author-image
Niranjan Mishra
ଅଦ୍ୟତନ ହୋଇଛି
Mother Explains Why She Shouldn't Forget Her Daughter

Mother Explains Why She Shouldn't Forget Her Daughter

କଟକ କେଶରପୁରରେ ବକ୍ସ ଡ୍ରେନ୍ ପାଇପରେ ଫସି ନାବାଳିକା ମୃତ୍ୟୁ ଘଟଣାରେ ମୃତ ନାବାଳିକାର ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା। ଏନେଇ ମେୟର ସୁବାସ ସିଂହ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଜାଇକା କାମ ହେଉଥିବା ସ୍ଥାନମାନଙ୍କରେ ସୂଚନା ଫଳକ ଲଗାଇବା ଓ କେହି ଯେପରି ଆହତ ନ ହେବେ ସେଥିପାଇଁ କାମ ଚାଲିଥିବା ସ୍ଥାନ ଚାରିପଟେ ବ୍ୟାରିକେଡ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟ ସ୍ଥାନର ପ୍ରବେଶ ଓ ପ୍ରସ୍ଥାନ ପଥରେ ସୁରକ୍ଷା କର୍ମୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମେୟର କହିଛନ୍ତି।

Advertisment

ସେପଟେ ଝିଅକୁ ହରାଇଥିବା ଏମ୍‌ ମୋହିନୀଙ୍କ ମା’ ଏନ୍‌ ହେମନ୍ତ ଗତକାଲି ଦୁଃଖଦ ଘଟଣାକୁ କାନ୍ଦିକାନ୍ଦି ପ୍ରକାଶ କରିଛନ୍ତି। ଏନ୍‌ ହେମନ୍ତ କହିଛନ୍ତି, ସେ ଦିନ ପ୍ରାୟ ସାଢ଼େ ୯ଟା ବେଳେ ଘର ନିକଟକୁ ଏକ କାମରେ ଯାଇଥିଲେ। ପଛେ ପଛେ ଝିଅ ତାଙ୍କୁ ଡାକିବାକୁ ଯାଇଥିଲା। ଯିବା ବେଳେ ସୁରକ୍ଷିତ ବୁଲାଣିଆ ରାସ୍ତା ଦେଇ ଯାଇଥିଲା। ହେଲେ ତାଙ୍କୁ ଡାକି ସାରି ଫେରିବା ବେଳେ ସଟ୍‌କଟ୍ ରାସ୍ତାରେ ଆସିବାକୁ ଚେଷ୍ଟା କରୁଥିବା ବେଳେ ପାଇପ୍‌ ଭିତରେ ଖସି ପଡ଼ିଥିଲା। ଜଣେ ଲୋକ ଏହି ରାସ୍ତାରେ ପାର୍‌ ହେଉଥିବା ଦେଖିବା ପରେ ସେ ଏହି ରାସ୍ତାରେ ଆସୁଥିଲା। ତାକୁ ପାଇପ୍‌ ସନ୍ଧିରୁ ବାହାର କରିବା ବେଳକୁ ଶରୀରରେ ବିରାଟ କ୍ଷତ ହୋଇ ବହୁତ ରକ୍ତ ବୋହି ଯାଇଥିଲା। ତେଣୁ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ତାର ମୃତ୍ୟୁ ହୋଇଗଲା। ସେ କଲେଜରେ ଯୁକ୍ତ ୨ ପ୍ରଥମ ବର୍ଷରେ ପାଠପଢ଼ିବା ସାଙ୍ଗକୁ ଘର କାମରେ ସାହାଯ୍ୟ କରୁଥିଲା। ଏମିତି ଦେହ ଖରାପ ବେଳେ ତାଙ୍କ ଅନୁପସ୍ଥିତିରେ ଅନ୍ୟଘରକୁ ଯାଇ କାମ ବି କରୁଥିଲା। ତେଣୁ ଝିଅକୁ ଭୁଲି ହେଉନି। ବୁଲିବୁଲି ଚପଲ ମରାମତିରେ ସ୍ୱାମୀଙ୍କୁ ମିଳୁଥିବା ସୀମିତ ରୋଜଗାରରେ ୩ ପିଲାଙ୍କ ପାଠପଢ଼ା, ଘର ଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବାକୁ ପଡ଼ୁଥିଲା। ସେ ପରଘରେ ବାସନ ମାଜି କିଛି ରୋଜଗାର କରନ୍ତି। ଝିଅ ପାଠପଢ଼ି ଘରର ସାହାରା ହେବ ବୋଲି ଆଶା ଥିଲା। ହେଲେ ସେ ଚାଲିଗଲା ବୋଲି ଏନ୍‌ ହେମନ୍ତ କହିଛନ୍ତି।

ସେପଟେ ନାବାଳିକା ମରଶରୀର ଘରେ ପହଞ୍ଚିବା ପରେ ଶୋକାକୂଳ ହୋଇପଡ଼ିଛି ପରିବେଶ। ଘର ଲୋକ ଝିଅର ମୃତଦେହ ଦେଖିବା ପରେ ମିୟମାଣ ହୋଇପଡ଼ିଛନ୍ତିା ସାରା ଅଞ୍ଚଳରେ ଏବେ ଲୁହ ଓ କାନ୍ଧର ବିଭୀଷିକା। ଝିଅକୁ ବାହୁନି ବାହୁନି ପୂରା ପରିବାର କାନ୍ଦୁଥିବା ଦେଖିବାକୁ ମିଳିଛି।

Advertisment

ଅନ୍ୟପଟେ ବକ୍ସ ଡ୍ରେନ୍ ଟ୍ରାଜେଡିରେ ମୃତ ଯୁକ୍ତ ଦୁଇ ଛାତ୍ରୀ ଏମ ମୋହିନୀଙ୍କ ପରିବାରକୁ ଭେଟିବାକୁ ଯିବାବେଳେ ଏହି ଅସନ୍ତୋଷର ନିଆଁ ଦେଖିବାକୁ ମିଳିଥିଲା। ମେୟର ଓ ସିଏମସି କମିଶନରଙ୍କୁ ଘେରିଥିଲେ ଲୋକେ। ଜାଇକା କାମରେ ଆଉ କେତେ ଜୀବନ ଗଲେ ପ୍ରଶାସନ ଚେତିବ ବୋଲି ପ୍ରଶ୍ନ କରିଥିଲେ ଏଠାରେ ଉପସ୍ଥିତ କଂଗ୍ରେସ ନେତା ଓ ବିରୋଧୀ ଦଳର କର୍ପୋରେଟର।

ଦୀର୍ଘ ସମୟ ପରେ ଏହି ସ୍ଥାନରୁ ମୁକୁଳି ପରିବାର ଲୋକଙ୍କୁ ଭେଟିଥିଲେ ମେୟର ଓ କମିଶନର। ଏହି ଘଟଣା ନିମନ୍ତେ ଦୁଃଖ ପ୍ରକାଶ କରିବା ସହ ସମସ୍ତ ପ୍ରକାର ସହାୟତା କରାଯିବ ବୋଲି ମେୟର ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଘଟଣାର ତଦନ୍ତ ସହ ଯେମିତି ଏପରି ଘଟଣାର ପୁନରାବୃତ୍ତି ନଘଟେ, ସେଥିପ୍ରତି ସବୁ ପଦକ୍ଷେପ ନିଆଯିବ ବୋଲି ମେୟର କହିଥିଲେ।

ସୂଚନା ଥାଉକି, ଗତକାଲି କେଶରପୁରରେ ନିର୍ମାଣାଧୀନ ଡ୍ରେନରେ ଫସି ଏମ୍‌ ମୋହିନୀଙ୍କ ଓ ଏହାର ପୂର୍ବଦିନ ତାଳଦଣ୍ଡା କେନାଲରେ କାର ଖସି ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ପ୍ରଶାସନକୁ ଘେରିଛନ୍ତି ବିରୋଧୀ।

Cuttack Drain Death