ରାଷ୍ଟ୍ରପତିଙ୍କ ପାଇଁ ଆସିଲାନି ଗାଡ଼ି, ଜାରି ହେଲା ଗିରଫ ପରୱାନା

ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ଥର ପାଇଁ ଆସନ୍ତା ୧୦ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟଅତିଥି ଭାବେ ଯୋଗଦେବେ।

କଟକ ରେଳ ଷ୍ଟେସନ୍‌

  • Published: Tuesday, 07 February 2023
  • , Updated: 07 February 2023, 03:59 PM IST

ତାତିଲେ କଟକ ଜିଲ୍ଲାପାଳ। ଜାରି କଲେ ଗିରଫ ପରୱାନା। ମହାମହିମ ରାଷ୍ଟ୍ରପତିଙ୍କ କଟକ ଗସ୍ତ ଉପଲକ୍ଷେ ଆବଶ୍ୟକ ହେଉଥିବା ଗାଡ଼ି ଗୁଡ଼ିକ ଆଜି କାର୍ଯ୍ୟରେ ଯୋଗନଦେବାରୁ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ।

ଆସନ୍ତା ୧୧ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କଟକ ଗସ୍ତରେ ଆସିବେ। ସେ ଆଇସିଏଆରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାର ରହିଛି। ଏଥିପାଇଁ ଗାଡ଼ି ଆବଶ୍ୟକ ଥିବାରୁ କଟକ ଜିଲ୍ଲାପାଳ ପଞ୍ଜିକରଣ ନଂ. OD 01T-3033, OD 02 AS-2565, OD 02BE-8822, OD 02 BP-4167 ଓ OD 02 AC-4250 କୁ ଆଜି କାର୍ଯ୍ୟାଳୟରେ ଯୋଗଦେବାକୁ କୁହାଯାଇଥିଲା।

ମାତ୍ର ଉପରୋକ୍ତ ଗାଡ଼ି ଗୁଡ଼ିକ ଯୋଗଦାନ କରିନଥିଲେ। ଯେଉଁଥିପାଇଁ ଉକ୍ତ ଯାନ ଗୁଡିକର ମାଲିକଙ୍କ ବିରୋଧରେ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ ଭବାନୀ ଶଙ୍କର ଚୟନୀ ଗିରଫ ପରୱାନା ଜାରି କରିଛନ୍ତି। ଏହା ଜିଲ୍ଲାପାଳଙ୍କର The Orissa Requisitioning of Omnibus Act, 1984 ଧାରା ୦୯ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଅଛି। ଏଥି ସହିତ ସେମାନଙ୍କ ବିରୋଧରେ ଅନ୍ୟାନ୍ୟ ଆଇନ୍‌ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଇଂ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

ସୂଚନାରୁ ପ୍ରକାଶ, ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ଥର ପାଇଁ ଆସନ୍ତା ୧୦ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟଅତିଥି ଭାବେ ଯୋଗଦେବେ। ତା’ପର ଦିନ ଅର୍ଥାତ ୧୧ ତାରିଖରେ ସେ କଟକ ଯିବାର କାର୍ଯ୍ୟକ୍ରମ ରହିଛି।

Related story