Advertisment

ଜଳନ୍ତା ଘରୁ ଛାତ୍ରୀଙ୍କୁ ଉଦ୍ଧାର ମାମଲା, ପୁଲିସ୍ ସ୍କାନରରେ ପୀଡ଼ିତାଙ୍କ ସମ୍ପର୍କୀୟ

କଟକ (ଓଡ଼ିଶା ରିପୋର୍ଟର): କଟକ ମାନସିଂପାଟଣା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଗତକାଲି ହାତଗୋଡ ବନ୍ଧା ଅବସ୍ଥାରେ ଉଦ୍ଧାର ଘଟଣାର ଜାରି ରହିଛି ଖୋଳତାଡ଼। ତଦନ୍ତ ଭିତରେ ପୁଲିସ ସ୍କାନରକୁ ଆସିଛନ୍ତି ଛାତ୍ରୀଙ୍କ କିଛି ସମ୍ପର୍କୀୟ। ସେମାନଙ୍କ ମଧ୍ୟରେ ରହିଛନ୍ତି ୩ ଜଣ ପୁରୁଷ ଓ ଜଣେ ମହିଳା। ଆଜି କମିଶନରେଟ ପୁଲିସ ଛାତ୍ରୀଙ୍କ ଦୂର ସମ୍ପର୍କୀୟଙ୍କୁ ଅଟକ ରଖି ଅଧିକ ପଚରାଉଚରା ମଧ୍ୟ ଚଲାଇଛି। ଅନ୍ୟପକ୍ଷରେ ପୀଡ଼ିତା ଯେଉଁ ଘରେ ଭଡ଼ାରେ ରହୁଥିଲେ, ସେହି ଘରର ମାଲିକ […]

author-image
Ranjit Kumar Jena
ଜଳନ୍ତା ଘରୁ ଛାତ୍ରୀଙ୍କୁ ଉଦ୍ଧାର ମାମଲା, ପୁଲିସ୍ ସ୍କାନରରେ ପୀଡ଼ିତାଙ୍କ ସମ୍ପର୍କୀୟ

ctc

କଟକ (ଓଡ଼ିଶା ରିପୋର୍ଟର): କଟକ ମାନସିଂପାଟଣା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଗତକାଲି ହାତଗୋଡ ବନ୍ଧା ଅବସ୍ଥାରେ ଉଦ୍ଧାର ଘଟଣାର ଜାରି ରହିଛି ଖୋଳତାଡ଼। ତଦନ୍ତ ଭିତରେ ପୁଲିସ ସ୍କାନରକୁ ଆସିଛନ୍ତି ଛାତ୍ରୀଙ୍କ କିଛି ସମ୍ପର୍କୀୟ। ସେମାନଙ୍କ ମଧ୍ୟରେ ରହିଛନ୍ତି ୩ ଜଣ ପୁରୁଷ ଓ ଜଣେ ମହିଳା। ଆଜି କମିଶନରେଟ ପୁଲିସ ଛାତ୍ରୀଙ୍କ ଦୂର ସମ୍ପର୍କୀୟଙ୍କୁ ଅଟକ ରଖି ଅଧିକ ପଚରାଉଚରା ମଧ୍ୟ ଚଲାଇଛି।

Advertisment

ଅନ୍ୟପକ୍ଷରେ ପୀଡ଼ିତା ଯେଉଁ ଘରେ ଭଡ଼ାରେ ରହୁଥିଲେ, ସେହି ଘରର ମାଲିକ କହିଛନ୍ତି ଯେ କିଛିଦିନ ତଳେ ସଂପୃକ୍ତ ଯୁବତୀଙ୍କ କିଛି ଫଟୋ ଏବଂ ମେସେଜକୁ ନେଇ ପରିବାର ଲୋକେ ଚିନ୍ତାରେ ଥିଲେ। ଏପରିକି ପୁଲିସ ମଧ୍ୟ ଏହି ଫଟୋ ପ୍ରସଙ୍ଗ କଥା କହିଛି। ଗତ ୨ ମାସ ତଳେ ତାଙ୍କ ଫଟୋକୁ ଅନ୍ୟ ଜଣଙ୍କ ଫଟୋ ସହିତ ଯୋଡି ଭାଇରାଲ କରାଯାଇଥିଲା। ସେହିପରି ଯେଉଁଭଳି ଅବସ୍ଥାରେ ଛାତ୍ରୀ ଜଣଙ୍କ ଉଦ୍ଧାର କରାଯାଇଥିଲା। ଏହା କୌଣସି ଦୁର୍ଘଟଣା ନୁହେଁ ବରଂ ଘଟଣା ଘଟାଯାଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ପରବର୍ତ୍ତୀ ସମୟରେ ଯୁବତୀ ଜଣକ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଏବଂ ବେଣ୍ଟକାର ଫାଣ୍ଡିରେ ଏତଲା ଦେଇଥିଲେ।

ଏହାପରେ ଗତ ସପ୍ତାହେ ତଳେ ନିଜ ଜୀବନ ପ୍ରତି ବିପଦ ଦର୍ଶାଇ ଯୁବତୀ ଜଣକ ଲାଲବାଗ ଥାନାରେ ବି ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେବାରୁ ଏଭଳି ଅଘଟଣ ଘଟିଥିବା କହିଛନ୍ତି ପରିବାର ଲୋକେ। ଅପରପକ୍ଷେ ଏଭଳି ଘଟଣାକୁ ନେଇ କଂଗ୍ରେସ ବିରୋଧ ପ୍ରଦର୍ଶନ କରିବା ସହ ଅଭିଯୁକ୍ତ ମାନଙ୍କ ଗିରଫ ଦାବି କରି ଡିସିପିଙ୍କୁ ଏକ ଦାବିପତ୍ର ଦେଇଛି।

Advertisment

ସୂଚନାଯୋଗ୍ୟ, ଗୁରୁବାର କଟକ ମାନସିଂହପାଟଣାରେ ହାତଗୋଡ଼ ବାନ୍ଧି ଘର ଭିତରେ କଲେଜ ଛାତ୍ରୀଙ୍କୁ ନିଆଁ ଲଗାଇ ପୋଡ଼ି ଦେବାକୁ ଉଦ୍ୟମ କରାଯାଇଥିଲା। ଗୁରୁତର ଯୁବତୀଙ୍କୁ SCB ସ୍ଥାନାନ୍ତର କରାଯାଇଥିଲା। ପ୍ରେମ ବେପାରକୁ ନେଇ ଏମିତି ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ପୁଲିସ୍ ଜାଣିବାକୁ ପାଇଥିଲା।