Advertisment

କଟକ ବକ୍ସ ଡ୍ରେନ୍ ଟ୍ରାଜେଡି: ଜୀବନ ସହ ସଂଘର୍ଷ କରି ହାରିଗଲେ ନାବାଳିକା, ଜାଇକା ନେଲେଣି ୫୦ ଜୀବନ

ଆଜି ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ିଥିଲେ ୧୬ ବର୍ଷିୟ ସ୍ଥାନୀୟ କେଶରପୁରର ନାବାଳିକା ଏନ୍. ମୋହିନୀ।

ଅଦ୍ୟତନ ହୋଇଛି
N. Mohini

N. Mohini

Advertisment

କଟକ ବକ୍ସ ଡ୍ରେନ୍ ଟ୍ରାଜେଡିରେ ଗୁରୁତର ନାବାଳିକାରଙ୍କ ମୃତ୍ୟୁ ହୋଇଛି। କଟକ ବଡ଼ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଆଜି ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ିଥିଲେ ୧୬ ବର୍ଷିୟ ସ୍ଥାନୀୟ କେଶରପୁରର ନାବାଳିକା ଏନ୍. ମୋହିନୀ। ବକ୍ସଡ୍ରେନ୍ ନିର୍ମାଣ ପାଇଁ ଲାଗିଥିବା ପାଇପ୍ ଡେଇଁ ଅସ୍ଥାୟୀ ବ୍ରିଜ୍‌କୁ ଯିବା ବେଳେ ସେ ପାଇପ୍‌ ସନ୍ଧିରେ ଖସିପଡିଥିଲେ।

Advertisment

ଫଳରେ ଦୁଇ ପାଇପ୍ ମଧ୍ୟରେ ଫସିଯାଇ ଗୁରୁତର ଆହତ ହୋଇଥିଲେ। ଏପରିକି ନାବାଳିକାକୁ ଉଦ୍ଧାର ଉଦ୍ୟମ ବେଳେ ଅସ୍ଥାୟୀ ଲୁହା ପୋଲଟି ବି ଭୁଶୁଡ଼ି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଜେସିବି ଦ୍ୱାରା ଲୁହା ପାଇପ ଟେକା ଯିବା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଦିନ ପ୍ରାୟ ୧୧ଟା ବେଳେ ଅଘଟଣ ଘଟିଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ପ୍ରାୟ ଅଧଘଂଟାରୁ ଅଧିକ ସମୟ ଲାଗି ଯାଇଥିଲା। ପାଇପ୍‌ ତଳେ ଚାପି ହୋଇ ସେ ଛଟପଟ ହେବା ସହ ଉଦ୍ଧାର କରିବାକୁ ଚିତ୍କାର ଛାଡ଼ୁଥିଲେ। ଗୁରୁତର ଅବସ୍ଥାରେ ମୋହିନୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା। ହେଲେ ମେଡିକାଲ ଶଯ୍ୟାରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ସେ ପ୍ରାଣ ହରାଇଛନ୍ତି।

ଏହି ଦୁଃଖଦ ଖବରକୁ ନେଇ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି। ତାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପ୍ରଶାସନିକ ଦାୟିତ୍ୱହୀନତା ଯୋଗୁ ମରଣଯନ୍ତା ହୋଇପଡ଼ିଥିବା ରାସ୍ତାରେ ଫସି ନାବାଳିକାଙ୍କ ଜୀବନ ଯାଇଥିବା ସମସ୍ତେ ଅଭିଯୋଗ କରୁଛନ୍ତି।

Advertisment
Drain Tragedyଡ୍ରେନ୍ ଟ୍ରାଜେଡି

କଟକରେ ନିର୍ମାଣ ଆଳରେ ଜୀବନ ସହ ଖେଳ ଚାଲିଛି। ଅବ୍ୟବସ୍ଥାରୁ କାଲି କେନାଲ ଭିତରକୁ କାର ଖସି ଜଣଙ୍କ ଜୀବନ ଯିବା ପରେ ଆଜି କେଶରପୁରରେ ଡ୍ରେନେଜ୍ ପାଇପ୍ ଖସି ନାବାଳିକା ଏନ୍. ମୋହିନୀଙ୍କର ଜୀବନ ଯାଇଛି। ଦୁଇ ଦିନରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଏଥିପାଇଁ ଅଧିକାରୀ ଓ ଠିକା ସଂସ୍ଥାଙ୍କ ବେପରୁଆ ମନୋଭାବକୁ ଦାୟୀ କରିଛନ୍ତି ସହର ବାସିନ୍ଦା। କାମ ହେଉଥିବା ସ୍ଥାନରେ ଠିକ୍‌ ଭାବେ ବ୍ୟାରିକେଡ୍ କରାଯାଉ ନ ଥିବାରୁ ଅଘଟଣ ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

କଟକରେ ଏଭଳି ଦୁର୍ଘଟଣା ନୂଆ ନୁହେଁ। ଗତବର୍ଷ ଛତ୍ର ବଜାର ପୋଲ ନିକଟରେ ମାଟି ଧସି ଦୁଇ ଜଣ ଶ୍ରମିକଙ୍କ ଜୀବନ ଯାଇଥିଲା। ସେହିପରି ରାସ୍ତା ଓ ଡ୍ରେନ୍ ମରାମତି ନାଁରେ ବର୍ଷ ବର୍ଷ ଧରି ଜାଇକା ଚଲାଇଥିବା କାମରେ ବିଳମ୍ବ ଯୋଗୁଁ ଅନେକ ସ୍ଥାନରେ ଦୁର୍ଘଟଣା ଘଟୁଛି। କଟକରେ ଜାଇକା କାମ ଆରମ୍ଭ ହେବା ଠାରୁ ପ୍ରାୟ ୫୦ ଜଣଙ୍କ ଜୀବନ ଏଭଳି ବିଭିନ୍ନ ଦୁର୍ଘଟଣାରେ ଯାଇଛି। ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥା ବେପରୁଆ ନ ହୋଇ ଲୋକଙ୍କ ଧନ ଜୀବନର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି।

Cuttack Drain Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe