Advertisment

୧୦ ଲକ୍ଷ ଟଙ୍କାର ନକଲି ଔଷଧ ଜବତ

ନକଲି ଔଷଧ କାରବାର ମାମଲାରେ ଡ୍ରଗସ କଣ୍ଟ୍ରୋଲ ବିଭାଗ ରାଜ୍ୟ ବାହାରେ ଛାନଭିନ୍ ବେଳେ ଏହି ନକଲି ଔଷଧକୁ ଜବତ କରିଛି।

ଅଦ୍ୟତନ ହୋଇଛି
Drugs Control Department joint raid with STF

Drugs Control Department joint raid with STF

Advertisment

୧୦ ଲକ୍ଷ ଟଙ୍କାର ନକଲି ଔଷଧ ଜବତ। ନକଲି ଔଷଧ କାରବାର ମାମଲାରେ ଡ୍ରଗସ କଣ୍ଟ୍ରୋଲ ବିଭାଗ ରାଜ୍ୟ ବାହାରେ ଛାନଭିନ୍ ବେଳେ ଏହି ନକଲି ଔଷଧକୁ ଜବତ କରିଛି। ତେବେ ଏହି ନକଲି ଔଷଧ କାରବାରରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ବିହାର ମୁଜଫରପର ଅଞ୍ଚଳର ମନିଷ କୁମାର ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଆଜି ଏନେଇ ଡ୍ରଗସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ସୂଚନା ମିଳିଛି।

Advertisment

ସୂଚନା ଥାଉକି, କିଛି ଦିନ ତଳେ କଟକରେ ନକଲୀ ଓଟୁ ମେଡିସିନ ଜବତ ହୋଇଥିଲା। ଏହି ମାମଲାରେ ଏସଟିଏଫ ଓ ଡ୍ରଗସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ମିଳିତ ଭାବେ ଭୋପାଳ, ମଧ୍ୟପ୍ରଦେଶ ଓ ବିହାରର ମୁଜଫରପୁର ଅଞ୍ଚଳରେ ଏହି ଚଢାଉ କରିଥିଲା।

ମୁଜଫରପୁର ଡ୍ରଗସ କଣ୍ଟ୍ରୋଲ ବିଭାଗ ଓ ପୁଲିସ ସହାୟତାରେ ମନିଷ କୁମାରଙ୍କ ଘରୁ ବିପୁଳ ପରିମାଣର ନକଲି ଔଷଧ ଜବତ ହୋଇଥିଲା। ସେଠାରୁ ଫେରିବା ପରେ ଏହି ଘଟଣାର ତଦନ୍ତ କରୁଥିବା ପୁରୀଘାଟ ପୁଲିସକୁ ଆହୁରି ଅଧିକ ତଥ୍ୟ ଦେଇଛି ଡ୍ରଗସ କଣ୍ଟ୍ରୋଲ ବିଭାଗ।

Advertisment
Fake Medicine Racket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe