Advertisment

‘ମୁଁ କେବଳ କଟକ ମେୟର, ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲି’

କଟକ(ଓଡ଼ିଶା ରିପୋର୍ଟର): ସିଲିଭର ସିଟି କଟକ ମେୟର ଆସନରେ ବସିବାର ପ୍ରାୟ ୧୫ ଦିନ ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି। ସୁବାସ ସିଂହ କହିଛନ୍ତି, ମାର୍ଚ୍ଚ ୨୬ରେ ମେୟର ଭାବେ ନିର୍ବାଚିତ ହୋଇଥିବା ବେଳେ ଏପ୍ରିଲ ୭ରେ ଶପଥ ନେଇଥିଲି। ଏହାପରେ ଆଜି ମୁଁ ସାଂସଦ ପଦରୁ ଇସ୍ତଫା ଦେଇଛି। ମୁଁ କେବଳ କଟକ ମେୟର ଭାବେ କାର୍ଯ୍ୟ କରିବି। […]

ଅଦ୍ୟତନ ହୋଇଛି
କଟକ ମେୟର ନିର୍ବାଚନ; ବିଜେଡିର ସୁବାସ ସିଂ ସବୁଠୁ ଧନୀ

subas-singh

Advertisment

କଟକ(ଓଡ଼ିଶା ରିପୋର୍ଟର): ସିଲିଭର ସିଟି କଟକ ମେୟର ଆସନରେ ବସିବାର ପ୍ରାୟ ୧୫ ଦିନ ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି।

Advertisment

ସୁବାସ ସିଂହ କହିଛନ୍ତି, ମାର୍ଚ୍ଚ ୨୬ରେ ମେୟର ଭାବେ ନିର୍ବାଚିତ ହୋଇଥିବା ବେଳେ ଏପ୍ରିଲ ୭ରେ ଶପଥ ନେଇଥିଲି। ଏହାପରେ ଆଜି ମୁଁ ସାଂସଦ ପଦରୁ ଇସ୍ତଫା ଦେଇଛି। ମୁଁ କେବଳ କଟକ ମେୟର ଭାବେ କାର୍ଯ୍ୟ କରିବି।

କଟକ ମେୟର ଭାବେ ନିର୍ବାଚିତ ହେବା ପରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ଏ ସଂପର୍କରେ ଲିଖିତ ଭାବେ ଅବଗତ କରାଇଥିଲେ ସୁବାସ ସିଂହ। ଏଥିସହ ଆଇନଗତ ଦିଗ କ’ଣ ରହିଛି ବୋଲି ସଂସଦର ପରାମର୍ଶ ଲୋଡ଼ିଥିଲେ। ପାର୍ଲାମେଣ୍ଟ ପକ୍ଷରୁ ଏ ସଂପର୍କରେ ତାଙ୍କୁ ଲିଖିତ ଭାବେ ଜଣାଇ ଦିଆଯିବା ପରେ ଆଜି ବିଧିବଦ୍ଧ ଭାବେ ସେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ,  ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ ବସ୍ତି ବାସିନ୍ଦାଙ୍କ ପାଇଁ ସଂଗ୍ରାମ କରି ଆସୁଥିବା ସୁବାସ ସିଂହ ପ୍ରଥମେ ସିପିଆଇଏମ୍ ଦଳର ସକ୍ରିୟ କର୍ମୀ ଥିଲେ। ଏହାପରେ ୨୦୧୩ ଜୁନ ମାସରେ ସିପିଆଇଏମ୍ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ୨୦୨୦ ମାର୍ଚ୍ଚରେ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। କିନ୍ତୁ ୨ବର୍ଷ ନ ହେଉଣୁ ତାଙ୍କୁ ସେଠାରୁ ଆଣି କଟକ ମେୟର ପ୍ରାର୍ଥୀ କରାଇଥିଲା। ଯଦିଓ ମେୟର ଟିକେଟ୍ ପାଇଁ ଆଶୟୀ ତାଲିକାରେ କଟକରେ ଅନେକ ନେତା ରହିଥିଲେ ତଥାପି ଦଳ ତାଙ୍କ ଭରସାରେ କଟକ ମେୟର ପଦବୀ ହାତେଇବାକୁ ଗେମପ୍ଲାନ୍‌ ପ୍ରସ୍ତୁତ କରି ସଫଳ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe