Advertisment

ହାଇଦର ପାଇଁ କଟକ ସହର ସୀମା ସିଲ୍ କଲା ପୁଲିସ

କଟକ(ଓଡ଼ିଶା ରିପୋର୍ଟର): ଏସ୍‌ସିବି ମେଡିକାଲରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ଆରମ୍ଭ ହୋଇଛି ବଡ଼ ସର୍ଚ୍ଚ ଅପରେସନ। ସର୍ଚ୍ଚ ଅପରେସନ ନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଏକାଧିକ ସ୍ପେଶାଲ ସ୍କ୍ୱାର୍ଡ଼ ଗଠନ କରାଯାଇ ସର୍ଚ୍ଚ ଅପରେସନ ଚାଲିଛି। କଟକ ସହର ସୀମା ସିଲ୍ କରାଯାଇ ସର୍ଚ୍ଚ ଅପରେସନ ଚାଲିଛି। ଖୁବ୍ ଶୀଘ୍ର ତାକୁ ଆମେ ଧରିବୁ ବୋଲି କହିଛନ୍ତି  ଡିସିପି। ପଡ଼ୋଶୀ ସବୁ ଜିଲ୍ଲା ପୁଲିସକୁ ମଧ୍ୟ ଆଲର୍ଟ କରାଯାଇଛି। […]

author-image
Tapas Behera
ଅଦ୍ୟତନ ହୋଇଛି
ହାଇଦର ପାଇଁ କଟକ ସହର ସୀମା ସିଲ୍ କଲା ପୁଲିସ

bvc

କଟକ(ଓଡ଼ିଶା ରିପୋର୍ଟର): ଏସ୍‌ସିବି ମେଡିକାଲରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ଆରମ୍ଭ ହୋଇଛି ବଡ଼ ସର୍ଚ୍ଚ ଅପରେସନ। ସର୍ଚ୍ଚ ଅପରେସନ ନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଏକାଧିକ ସ୍ପେଶାଲ ସ୍କ୍ୱାର୍ଡ଼ ଗଠନ କରାଯାଇ ସର୍ଚ୍ଚ ଅପରେସନ ଚାଲିଛି। କଟକ ସହର ସୀମା ସିଲ୍ କରାଯାଇ ସର୍ଚ୍ଚ ଅପରେସନ ଚାଲିଛି। ଖୁବ୍ ଶୀଘ୍ର ତାକୁ ଆମେ ଧରିବୁ ବୋଲି କହିଛନ୍ତି  ଡିସିପି। ପଡ଼ୋଶୀ ସବୁ ଜିଲ୍ଲା ପୁଲିସକୁ ମଧ୍ୟ ଆଲର୍ଟ କରାଯାଇଛି।  ସମ୍ବଲପୁରରୁ ଆସିଥିବାରୁ ସେଠାକାର ଗାର୍ଡ ନିୟୋଜିତ ଥିଲେ। ସଂପୃକ୍ତ ଗାର୍ଡ ଏବେ ଅସୁସ୍ଥ ଅଛନ୍ତି, କିଛି କହିପାରୁ ନାହାନ୍ତି ବୋଲିସ ଡିସିପି କହିଛନ୍ତି। ଆଜି ସନ୍ଧ୍ୟାରେ SCB ସର୍ଜରୀ ୱାର୍ଡରୁ ଫେରାର ହୋଇଯାଇଥିଲା ହାଇଦର। ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିବା ବେଳେ ଫେରାର ହୋଇଯାଇ ଥିଲା । ୧୨ ଦିନ ତଳେ ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିଲା ହାଇଦର।

Advertisment

ବୁର୍ଲା ମେଡିକାଲରୁ ରେଫର ହୋଇ SCB ଆସିଥିବା ହାଇଦର ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ଥିଲା । ତାକୁ ଜଗିବା ପାଇଁ ଜଣେ ସୁରକ୍ଷା କର୍ମୀ ନିୟୋଜିତ ଥିଲେ। ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଛି। ସମ୍ବଲପୁର ସର୍କଲ ଜେଲରେ ବନ୍ଦୀ ଜୀବନ ବିତାଉଥିଲା ହାଇଦର। ଅସୁସ୍ଥ ହେବାରୁ ପ୍ରଥମେ ତାକୁ ବୁର୍ଲା ଓ ପରେ SCB ଅଣାଯାଇଥିଲା। କେନ୍ଦୁଝର ରଶ୍ମୀ ମହାପାତ୍ର ହତ୍ୟା ମାମଲାରେ ସଜା ଭୋଗୁଥିଲା ହାଇଦର। ରଶ୍ମୀ ମହାପାତ୍ର ଓ ସେକ୍ ଚୁନା ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିଲା ହାଇଦର।

ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ହତ୍ୟା ମାମଲାରେ ହାଇଦର ସମେତ ୫ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ୨୦୧୫ ମସିହାରେ ଏହି ରାୟ ଦେଇଥିଲେ। ୨୦୦୭ ମସିହା ମେ’ ୨୭ ତାରିଖରେ ରଶ୍ମିରଞ୍ଜନଙ୍କୁ ହତ୍ୟା କରାଯାଇଥିଲା। କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ଭୁବନେଶ୍ୱର ସହିଦ ନଗର ଆସିଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଅପହରଣକାରୀମାନେ ତାଙ୍କ ମୁଣ୍ଡ ଜାମିନ ରଖି ତାଙ୍କ ପରିବାର ଲୋକଙ୍କୁ ଟଙ୍କା ମାଗିଥିଲେ। ତେବେ ପରେ ତାଙ୍କର ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜମସେଦପୁର ଅଞ୍ଚଳରୁ ମିଳିଥିଲା। ଡିଏନଏ ଟେଷ୍ଟରୁ ତାହା ରଶ୍ମିରଞ୍ଜନଙ୍କ ମୃତଦେହ ବୋଲି ଚିହ୍ନଟ ହୋଇଥିଲା।

Advertisment
Gangster Hyder