Advertisment

ଆଇପିଏଲରେ ସାମିଲ୍ ହେବ କି ‘କଟକ’? ଜବାବ ରଖିଲେ ସଞ୍ଜୟ

କଟକ (ଓଡ଼ିଶା ରିପୋର୍ଟର): ଆଇପିଏଲର ୧୫ଶ ସଂସ୍କରଣରେ ଦୁଇ ନୂଆ ଟିମ୍ ସାମିଲ୍ ହେବେ। ଏହି ଦୁଇ ନୂଆ ଟିମ୍ ପାଇଁ ବିଡିଂ ପ୍ରକ୍ରିୟା ଆସନ୍ତା ୨୫ ତାରିଖରେ ହେବ। ଏଥର ହଜାରେ ବର୍ଷର ସହର କଟକ ପାଇଁ ଆଗ୍ରହ ଦେଖାଇଛନ୍ତି ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ (ଜେଏସପିଏଲ୍)। ତେବେ କଟକକୁ ଭେନ୍ୟୁ କରାଯିବ କି ନାହିଁ, ସେ ନେଇ ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଆଇପିଏଲରେ ସାମିଲ୍ ହେବ କି ‘କଟକ’? ଜବାବ ରଖିଲେ ସଞ୍ଜୟ

sanjay-behera

କଟକ (ଓଡ଼ିଶା ରିପୋର୍ଟର): ଆଇପିଏଲର ୧୫ଶ ସଂସ୍କରଣରେ ଦୁଇ ନୂଆ ଟିମ୍ ସାମିଲ୍ ହେବେ। ଏହି ଦୁଇ ନୂଆ ଟିମ୍ ପାଇଁ ବିଡିଂ ପ୍ରକ୍ରିୟା ଆସନ୍ତା ୨୫ ତାରିଖରେ ହେବ। ଏଥର ହଜାରେ ବର୍ଷର ସହର କଟକ ପାଇଁ ଆଗ୍ରହ ଦେଖାଇଛନ୍ତି ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ (ଜେଏସପିଏଲ୍)। ତେବେ କଟକକୁ ଭେନ୍ୟୁ କରାଯିବ କି ନାହିଁ, ସେ ନେଇ ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

Advertisment

ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ପ୍ରଥମଥର ଲାଗି ଆଇପିଏଲ ବିଡିଂ ପ୍ରକ୍ରିୟାରେ କଟକକୁ ସାମିଲ୍ କରାଯାଇଛି। ବିଡିଂରେ ମୋଟ ୨୦ଟି କମ୍ପାନୀ ସାମିଲ୍ ଅଛନ୍ତି। ଏଥିମଧ୍ୟରୁ ଦୁଇଟି କମ୍ପାନୀ ହିଁ ବଛାଯିବ। ଯେହେତୁ ଜେଏସପିଏଲ୍ ବିଡିଂ ପ୍ରକ୍ରିୟାରେ ଅଛି। ତେଣୁ ଆମେ ଆଶା କରିବୁ ଯେ କଟକ ଜେଏସପିଏଲର ଭେନ୍ୟୁ ହେବ। କେବଳ ଜେଏସପିଏଲ୍ ନୁହେଁ, ଆଉ କିଛି କମ୍ପାନୀ ମଧ୍ୟ କଟକକୁ ବିଡ୍ କରିପାରନ୍ତି। କଟକକୁ ଭେନ୍ୟୁ କରିବାର ଉଦ୍ଦେଶ୍ୟ ହେଉଛି ମୋଟେରା ଓ ଲକ୍ଷ୍ନୌ ଷ୍ଟାଡିୟମ ପରେ କଟକରେ ଦର୍ଶକଙ୍କ କ୍ଷମତା ଅଧିକ ରହିଛି ଏବଂ ଭିଭିଆଇପି ବକ୍ସ ମଧ୍ୟ ଅଧିକ ରହିଛି। ତେଣୁ କଟକକୁ ଭେନ୍ୟୁ କରିବା ପାଇଁ ଆମେ ଯଥାସମ୍ଭବ କମ୍ପାନୀମାନଙ୍କୁ ଅନୁରୋଧ କରିଛୁ।

ଶ୍ରୀ ବେହେରା କହିଛନ୍ତି, କଟକ ଭେନ୍ୟୁ ହେଲେ, ସଂପୃକ୍ତ କମ୍ପାନୀକୁ ଓସିଏ ପୂରା ସହଯୋଗ କରିବ। ଆବଶ୍ୟକ ପଡ଼ିଲେ ସରକାରୀ ସ୍ତରରେ ଉକ୍ତ କମ୍ପାନୀକୁ ସହାୟତା କରିବା ପାଇଁ ପ୍ରୟାସ କରିବୁ। କଟକ ଭେନ୍ୟୁ ହେଲେ ଓଡ଼ିଶା ଖେଳାଳି ମାନେ ବହୁତ ଉପକୃତ ହେବେ। ବାରବାଟୀର ଭିତ୍ତିଭୂମି ଅନ୍ୟ ବଡ଼ ବଡ଼ ଷ୍ଟାଡିୟମ ମଧ୍ୟ ବେଶ ଅତ୍ୟାଧୁନିକ ରହିଛି। ଆମେ ମଇଦାନକୁ ନୂଆ ଭାବେ କାମ କରାଇଛୁ ଏବଂ ଆଗାମୀ ଦିନରେ ଲାଇଟ୍ କାମ ମଧ୍ୟ କରାଯିବ। ତେଣୁ ଏସବୁ ଭିତ୍ତିଭୂମିକୁ ନେଇ ସଂପୃକ୍ତ କମ୍ପାନୀ ବିଡିଂ କରିବେ। ତେବେ କଟକକୁ ବିଡ୍ କରାଯିବ କି ନାହିଁ, ତାହା କମ୍ପାନୀ ମାନଙ୍କ ଉପରେ ନିର୍ଭର କରେ।

Advertisment

ସୂଚନାଯୋଗ୍ୟ, ଆଇପିଏଲରେ ନୂଆ ଟିମ୍ କିଏ ହେବ, ତାହା ଆସନ୍ତା ୨୫ ତାରିଖରେ ସ୍ପଷ୍ଟ ହୋଇଯିବ। ଆସନ୍ତା ସଂସ୍କରଣଠାରୁ ଆଇପିଏଲ ସଂଖ୍ୟା ୮ରୁ ୧୦କୁ ବୃଦ୍ଧି ପାଇବ। ନୂଆ ଦଳ ପାଇଁ ବିଡର ମୂଳ ଦର ୨ହଜାର କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଯେଉଁ କମ୍ପାନୀର ବାର୍ଷିକ ଟର୍ଣ୍ଣଓଭର ୩ହଜାର କୋଟିରୁ ଅଧିକ ଥିବ, ସେମାନେ ବିଡ୍ ଦାଖଲ କରିପାରିବେ।

IPL