Advertisment

ମେଡିକାଲ ଏମରଜେନ୍ସି ଅଛି, ଟଙ୍କା ପଠା; ହ୍ୱାଟସ୍‌ଅପ୍‌ରେ ଆସୁଛି କି ଏପରି ମେସେଜ, ଜାଣନ୍ତୁ କ’ଣ କରିବେ...

କଟକ(ଓଡ଼ିଶା ରିପୋର୍ଟର): କେତେବେଳେ ମେଡିକାଲ କେସ୍‌ ନିମନ୍ତେ ଟଙ୍କା ତ କେତେବେଳେ ଗିଫ୍ଟ ଭାଉଚର ପାଇଁ ଆପଣଙ୍କ ନିକଟତର ଲୋକଙ୍କ ନିକଟରୁ ଆପଣଙ୍କ ପାଖକୁ ଆସୁଛି କି ହ୍ୱାଟସ୍‌ଅପ୍‌ ମେସେଜ। ଏପରି ମେସେଜକୁ ଆଖିବୁଜି ବିଶ୍ୱାସ କରି ଟଙ୍କା ଦେବା ପୂର୍ବରୁ ଥରେ ଭାବି ନିଅନ୍ତୁ। ମେସେଜ କରିଥିବା ଲୋକଟି ସତରେ ଆପଣଙ୍କ ନିକଟତର ତ । କାରଣ ହୁଏତ ମେସେଜ କରିଥିବା ଲୋକଟି ସାଇବର ଠକ ହୋଇପାରେ। ତେଣୁ ହ୍ୱାଟସ୍‌ଅପ୍‌ ମେସେଜକୁ ବିଶ୍ୱାସ କରି ଟଙ୍କା […]

ଅଦ୍ୟତନ ହୋଇଛି
ମେଡିକାଲ ଏମରଜେନ୍ସି ଅଛି, ଟଙ୍କା ପଠା; ହ୍ୱାଟସ୍‌ଅପ୍‌ରେ ଆସୁଛି କି ଏପରି ମେସେଜ, ଜାଣନ୍ତୁ କ’ଣ କରିବେ...

cyber-fraud

Advertisment

କଟକ(ଓଡ଼ିଶା ରିପୋର୍ଟର): କେତେବେଳେ ମେଡିକାଲ କେସ୍‌ ନିମନ୍ତେ ଟଙ୍କା ତ କେତେବେଳେ ଗିଫ୍ଟ ଭାଉଚର ପାଇଁ ଆପଣଙ୍କ ନିକଟତର ଲୋକଙ୍କ ନିକଟରୁ ଆପଣଙ୍କ ପାଖକୁ ଆସୁଛି କି ହ୍ୱାଟସ୍‌ଅପ୍‌ ମେସେଜ। ଏପରି ମେସେଜକୁ ଆଖିବୁଜି ବିଶ୍ୱାସ କରି ଟଙ୍କା ଦେବା ପୂର୍ବରୁ ଥରେ ଭାବି ନିଅନ୍ତୁ। ମେସେଜ କରିଥିବା ଲୋକଟି ସତରେ ଆପଣଙ୍କ ନିକଟତର ତ । କାରଣ ହୁଏତ ମେସେଜ କରିଥିବା ଲୋକଟି ସାଇବର ଠକ ହୋଇପାରେ। ତେଣୁ ହ୍ୱାଟସ୍‌ଅପ୍‌ ମେସେଜକୁ ବିଶ୍ୱାସ କରି ଟଙ୍କା ପଠାଇବା ପୂର୍ବରୁ ଥରେ ଉକ୍ତ ବ୍ୟକ୍ତିଙ୍କ ସହ କଥା ହୋଇ ଯାଆନ୍ତୁ। ଏହାପରେ ଆପଣ ନିଜ ନିଷ୍ପତ୍ତି ନେଇପାରନ୍ତୁ। ଆଜିକାଲି ଟଙ୍କା ଠକିବା ନିମନ୍ତେ ସାଇବର ଫ୍ରଡ ଏପରି ନୂଆ ତରିକା ଆପଣାଉଥିବା ବେଳେ ସତର୍କ କରାଇ ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା।

Advertisment

ଦିନକୁ ଦିନ ସାଇବର ଅପରାଧ ବଢୁଥିବା ବେଳେ ଅପରାଧୀ ଆପଣାଉଛନ୍ତି ନୂଆ ତରିକା । ପୂର୍ବରୁ ଭିନ୍ନ ଭିନ୍ନ ତରିକା ଆପଣାଇ ଆକାଉଣ୍ଟ ସଫା କରୁଥିବା ସାଇବର ଲୁଟେରା ଏବେ ଆପଣାଇଛନ୍ତି ନୂଆ ଫଣ୍ଡା। ଆପଣଙ୍କ ପାଖ ଲୋକଙ୍କ ଫେକ୍‌ ଆଇଡି କରି ଆପଣଙ୍କଠୁ ଟଙ୍କା ଲୁଟିବାକୁ ପ୍ରସ୍ତୁତ କରିଛନ୍ତି ଗେମ୍‌ ପ୍ଲାନ୍‌। ତେଣୁ ଏପରି ଫ୍ରଡଙ୍କ ଜାଲରୁ ବର୍ତ୍ତିବାକୁ ହେଲେ ପ୍ରଥମେ ଫୋନ୍‌ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ସହ କଥା ହୋଇ ଘଟଣା ବୁଝି ନିଅନ୍ତୁ। ଏହାପରେ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe