/odisha-reporter/media/post_attachments/uploads/2021/05/dd-1.jpg)
dd-1
କଟକ(ଓଡ଼ିଶା ରିପୋର୍ଟର): ଆମ ରାଜ୍ୟ ରେ ବିଭିନ୍ନ ଜିଲ୍ଲା ରେ ବିଭିନ୍ନ ପ୍ରକାର ଖାଦ୍ୟର ରହିଛି ସ୍ଵତନ୍ତ୍ର ପରିଚୟ। ତେବେ କଟକ ଦହିବରା ଆଳୁଦମ ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି। ତେବେ ଏହି ସୁସ୍ୱାଦୁ ଖାଦ୍ୟକୁ ରାଜ୍ୟ ଏବଂ ରାଜ୍ୟ ବାହାରେ ବେଶ୍ ଲୋକ ପ୍ରିୟ କରାଇବାରେ କଟକ ର ଦହିବରା ବ୍ୟବସାୟୀ ସ୍ୱର୍ଗତ ଈଶ୍ୱର ବେହେରାଙ୍କ ଏକ ପ୍ରମୁଖ ଭୂମିକା ରହିଥିଲା । ଗତ କାଲି ତାଙ୍କ ନିଧନ ପରେ ତାଙ୍କ ହାତ ତିଆରି ଦହିବରା ଆଳୁଦମକୁ ଝୁରୁଛନ୍ତି ଦହିବରା ପ୍ରେମୀ।
ଦହିବରା ଆଳୁଦମ କଥା ପଡ଼ିଲେ ପାଟି ରୁ ଆପେ ଆପେ ଝରି ପଡ଼େ ଲାଳ। ତେବେ ଏହାକୁ ସୁନ୍ଦର ଭାବେ ପ୍ରସ୍ତୁତ କରି ଲୋକଙ୍କୁ ସ୍ଵାଦ ଚଖାଉଥିବ କଟକର ପ୍ରସିଦ୍ଧ ଦହିବରା ବ୍ୟବସାୟୀ ଈଶ୍ୱର ବେହେରା ଆଉ ନାହାନ୍ତି। ଏହି କରୋନା କାଳରେ ସେ ଅସୁସ୍ଥ ହେବା ପରେ ରବିବାର ସନ୍ଧ୍ୟାରେ ତାଙ୍କ ଦେହାନ୍ତ ହୋଇଛି। ଈଶ୍ୱର ୭୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ବେଳେ ନିଜ ଯୁବ ଅବସ୍ଥାରେ କଟକ ସହର ରେ ଆରମ୍ଭ କରିଥିଲେ ଦହିବରା ବ୍ୟବସାୟ। ସେ ନିଜ ଭଉଣୀଙ୍କ ଠାରୁ ଦହିବରା ଆଳୁଦମ ପ୍ରସ୍ତୁତି ଶିଖିବା ପରେ ପ୍ରଥମେ ଚାଲି ଚାଲି ପରେ ସାଇକେଲ ରେ ଆରମ୍ଭ କରିଥିଲେ ଦହିବରା ବ୍ୟବସାୟ। କଟକ ତୁଳସୀପୁର ଠାରେ ରହୁଥିବା ଈଶ୍ୱର ପ୍ରାୟ ୧୯୮୦ ମସିହାରୁ ସେ ପାଦ ରେ ଚାଲି କଟକ ସହର ରେ ବିକୁଥିଲେ ଦହିବରା ।
ଆଉ ପରବର୍ତ୍ତୀ ସମୟରେ ସାଇକେଲ ଓ ଠେଲା ଗାଡ଼ିରେ ବ୍ୟବସାୟ କୁ ଆଗକୁ ଆଗେଇ ନେଇଥିଲେ। କଟକର ବିଭିନ୍ନ ସାହି ସାହି ରେ ଲୋକେ ଈଶ୍ୱରଙ୍କ ଦହିବରା କୁ ବେଶ୍ ପସନ୍ଦ କରିଥିଲେ।ଏହା ଛଡା ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସୁଥଲା ଈଶ୍ୱର ଙ୍କ ଦହିବରା ଆଳୁଦମ। ତାଙ୍କ ସ୍ତ୍ରୀଙ୍କ କହିବା କଥା ଈଶ୍ୱରଙ୍କ ଦହିବରା ଆଳୁଦମ ପ୍ରସ୍ତୁତିରେ ତାଙ୍କୁ ସହଯୋଗ କରନ୍ତି ପରିବାରର ସମସ୍ତ ସଦସ୍ୟ । ଆଉ ଦହିବରା ଆଳୁଦମକୁ ପ୍ରସ୍ତୁତ କରୁଥିଲେ ଖୋଦ୍ ଈଶ୍ୱର। ଅପର ପଟେ ତାଙ୍କ ଦହିବରା ଓ ଆଳୁଦମର ସ୍ଵାଦ କୁ ଦୀର୍ଘ ବର୍ଷ ଧରି ମଜା ନେଉଥିବା ଗ୍ରାହକ ମାନେ ତାଙ୍କ ବିୟୋଗରେ ମନ ଉଣା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
