ରାସ୍ତାରେ କ୍ଷୀର ଢାଳିଦେଲେ ଚାଷୀମାନେ

ଓମ୍‌ଫେଡ୍‌ର ଚାଷୀମାରଣ ନୀତି ବିରୁଦ୍ଧରେ ପ୍ରତିବାଦ ଜଣାଇ ଗୋ-ଚାଷୀମାନେ ରାସ୍ତା ଉପରେ କ୍ଷୀର ଢାଳିଛନ୍ତି।

ରାସ୍ତା କ୍ଷୀର ଢାଳିଦେଲେ ଚାଷୀ।

  • Published: Tuesday, 21 February 2023
  • , Updated: 21 February 2023, 12:06 PM IST

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଏରକଣା ବଜାରରେ କ୍ଷୀର ଢାଳିଲେ ଚାଷୀ। ଓମ୍‌ଫେଡ୍‌ର ଚାଷୀମାରଣ ନୀତି ବିରୁଦ୍ଧରେ ପ୍ରତିବାଦ ଜଣାଇ ଗୋ-ଚାଷୀମାନେ ରାସ୍ତା ଉପରେ କ୍ଷୀର ଢାଳିଛନ୍ତି। ଚାଷୀମାନେ ଅଭିଯୋଗ କରିଛନ୍ତି, ଅନ୍ୟ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା କ୍ଷୀର ଦାମ୍ ବଢ଼ାଇଥିବା ବେଳେ ଓଏମ୍‌ଫେଡ୍ କୌଣସି ପଦକ୍ଷେପ ନେଉନି। ଅନ୍ୟପଟେ ଗୋ-ଦାନା , ମେଡ଼ିସିନ, ଚୋକଡ଼ ମୂଲ୍ୟ ବହୁତ ଅଧିକ ହେଲାଣି। ତେଣୁ ସରକାର ଓ ଓଏମ୍‌ଫେଡ୍‌ର ଏଭଳି ପଦକ୍ଷେପକୁ ନିନ୍ଦା କରି ଚାଷୀମାନେ ଅଭିନବ ପ୍ରତିବାଦ କରିଛନ୍ତି। ଓଏମ୍‌ଫେଡ୍ ଯଦି ଦୁଗ୍ଧ ଦର ନ ବଢ଼ାଏ ତେବେ ଆଗକୁ ଆନ୍ଦୋଳନ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

ଚାଷୀ ହରିବନ୍ଧୁ ରାଉତ ଓ ବିଶ୍ଵନାଥ ପରିଡା କହିଛନ୍ତି, ଓଏମ୍‌ଫେଡ୍‌ରେ କ୍ଷୀର ଦେଲେ ଯାହା ମିଳେ ସେତିକିରେ ଚଳିବାକୁ ପଡ଼େ। ହେଲେ ଗୋଟାଏ ପଟେ ଗୋଖାଦ୍ୟ ଓ ଔଷଧ ଦର ବଢ଼ି ଯାଇଥିବା ବେଳେ କ୍ଷୀର ଦାମ୍ ବଢ଼ୁନି। ଫଳରେ ଚାଷୀ କାଙ୍ଗାଳ ହେବାରେ ଲାଗିଛି। ଗୋରୁ ପାଳନ କରିବାକୁ ଚାଷୀମାନଙ୍କ ପାଖରେ ଅର୍ଥ ଅଭାବ ହେଲାଣି। ତେଣୁ କ୍ଷୀର ଦାମ୍ ବଢ଼ାଇବା ସହ ଗୋ-ଖାଦ୍ୟ ଦର କମାଇବା, ଚାଷୀଙ୍କୁ ବୀମା ସୁବିଧା ଦେବା, ସ୍ୱତନ୍ତ୍ର ସବ୍‌ସିଡି ପ୍ରଦାନ କରିବାକୁ ସରକାର ପଦକ୍ଷେପ ନିଅନ୍ତୁ। ଫଳରେ ଗୋ-ପାଳନ ସହଜ ହୋଇପାରିବ।

Related story