Advertisment

୪ ଦିନ ହେଲା ନିଖୋଜ ଥିଲେ ଓକିଲ, କୂଅରୁ ମିଳିଲା ମୃତଦେହ

ଆର୍ଯ୍ୟ ଗତ ଗୁରୁବାରଠାରୁ ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଏ ନେଇ ଥାନାରେ ବି ଅଭିଯୋଗ କରିଥିଲେ।

Relatives of deceased person

Relatives of deceased person

Advertisment

୪ ଦିନ ହେଲା ନିଖୋଜ ଥିଲା ପୁଅ। ବହୁ ଖୋଜାଖୋଜି ପରେ ପୁଅ ତ ମିଳିଲାନି, ମିଳିଲା ପୁଅର ମୃତଦେହ। ଏହାଦେଖି ମା’ ଛାତି ବାଡ଼ାଇ କାନ୍ଦୁଥିବା ବେଳେ ପୂର୍ବ ଶତ୍ରୁତାରୁ ତାକୁ ହତ୍ୟା କରି କୂଅରେ ଫିଙ୍ଗି ଦିଆଯାଇଛି ବୋଲି ଚିତ୍କାର କରି କହୁଛି। ମୃତକ ହେଲେ କଟକ ବିଡ଼ାବାସୀ ନୂଆସାହିର ଆର୍ଯ୍ୟ ଚୌଧୁରୀ । ଆର୍ଯ୍ୟ ଜଣେ ଓକିଲ ଥିଲେ।

Advertisment

ଆର୍ଯ୍ୟ ଗତ ଗୁରୁବାରଠାରୁ ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଏ ନେଇ ଥାନାରେ ବି ଅଭିଯୋଗ କରିଥିଲେ। ପୁଲିସ୍‌ ବହୁ ଖୋଜାଖୋଜି କରିବା ପରେ ଗତକାଲି ବିଳମ୍ବିତ ରାତିରେ ଏକ କୂଅ ଭିତରୁ ତାଙ୍କ ମୃତଦେହକୁ ଉଦ୍ଧାର କରିଛି।

ପୁଲିସ୍‌ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କଟକ ଏସସିବି ମେଡିକାଲକୁ ପଠାଯାଇଛି। ସେଠାରେ ଆଜି ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

Advertisment

ଗତ ଗୁରୁବାର ମୋ’ ପୁଅ ଘରେ ଥିବା ବେଳେ ଏକ କଲ୍‌ ଆସି ଜଣେ ଡାକିଲା। ଏହାପରେ ପୁଅ ଘରକୁ ଆସିଥିବା ବେଳେ ଆଉ ଫେରି ନ ଥିଲା। ତେଣୁ ତାକୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ମୋ’ର ସନ୍ଦେହ ହେଉଛି ବୋଲି କହିଛନ୍ତି ଆର୍ଯ୍ୟଙ୍କ ମା’ । ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କୂଅକୁ ଡେଇଁ ଆର୍ଯ୍ୟଙ୍କ ମୃତ୍ୟୁ ହୋଇଛି ନା ହତ୍ୟା କରି ତାଙ୍କୁ ଫୋପାଡ଼ି ଦିଆଯାଇଛି ତାହାର ତଦନ୍ତ ଆରମ୍ଭ କରିଛି। 

Cuttack Deadbody Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe