Advertisment

ଶିବ ଭକ୍ତଙ୍କ ପାଇଁ ଖୁସି ଖବର, ଆଜିଠୁ କଂକ୍ରିଟ୍ ପୋଲ ଦେଇ ଦର୍ଶନ କରିବେ ଧବଳେଶ୍ୱର

ଜୁନ ୩୦ ତାରିଖରେ ମହାନଦୀରେ ପାଣି ଆସିବାରୁ ଧବଳେଶ୍ୱର ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇ ଯାଇଥିଲା।

DHABALESWAR

DHABALESWAR

Advertisment

ନୂଆ ନିର୍ମାଣ କରାଯାଇଥିବା କଂକ୍ରିଟ ବ୍ରିଜ୍ ଦେଇ ଆଜିଠୁ ବାବା ଧବଳେଶ୍ୱରଙ୍କ ପୀଠକୁ ଯାଇପାରିବେ ଶ୍ରଦ୍ଧାଳୁ। ବ୍ରିଜ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିଲେ ମଧ୍ୟ ଆଜିଠାରୁ ଭକ୍ତଙ୍କୁ ଛଡାଯିବା ନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

Advertisment

ଜୁନ ୩୦ ତାରିଖରେ ମହାନଦୀରେ ପାଣି ଆସିବାରୁ ଧବଳେଶ୍ୱର ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇ ଯାଇଥିଲା। ଯାହାଫଳରେ ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଶ୍ରଦ୍ଧାଳୁ। ଶ୍ରାବଣ ମାସ ଚାଲିଥିବାରୁ କାଉଡ଼ିଆ ଏବଂ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରିଜ୍ ରାସ୍ତା ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। କାମ ସମ୍ପୂର୍ଣ୍ଣ ହେଲେ ସେତୁର ଲୋକାର୍ପଣ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

ସୂଚନାଯୋଗ୍ୟ, ଝୁଲାପୋଲ ଅସୁରକ୍ଷିତ ଦର୍ଶାଇ ନଭେମ୍ବର ୧ ତାରିଖ ଠାରୁ ଧବଳେଶ୍ୱରଙ୍କ ପୀଠକୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ବନ୍ଦ ରଖାଯାଇଥିଲା। ୧୪୪ ଧାରା ଲଗାଇ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଲଗାଯାଇଥିଲା। ୨୦୦୬ ମସିହାରେ ନିର୍ମିତ ହୋଇଥିବା ଏହି ପୋଲରେ ଫାଟ ସୃଷ୍ଟି ହୋଇଥିଲା। ପୋଲକୁ ଷ୍ଟେ’ ଦିଆଯାଇଥିବା ୧୨ଟି ଟଣକାରେ ମଧ୍ୟ ଫାଟ ଦେଖାଯାଇଥିଲା। ଏହାର ମରାମତି ପାଇଁ ଝୁଲାପୋଲରେ ଯିବାକୁ ବାରଣ କରାଯାଇଥିଲା। ଏହାସହ ଡଙ୍ଗାରେ ଧବଳେଶ୍ୱରଙ୍କ ଦର୍ଶନ କରିବାକୁ ଯିବାକୁ ଭକ୍ତଙ୍କୁ ବାରଣ କରାଯାଇଥିଲା।

Advertisment
Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe