Advertisment

ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟା ମାମଲାରେ ଧଳସାମନ୍ତ ଭ୍ରାତା ନିର୍ଦ୍ଦୋଷରେ ଖଲାସ

ପ୍ରମାଣ ଅଭାବରୁ ଏହି ମାମଲାରେ ଅଭିଯୁକ୍ତ ଥିବା ସୁଶୀଲ ଓ ସୁଶାନ୍ତ ଧଳ ସାମନ୍ତଙ୍କ ସହ ଆରିଫ ଖାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କଟକ ଜିଲ୍ଲା ଦୌରାଜଜ୍‌।

author-image
Niranjan Mishra
ଅଦ୍ୟତନ ହୋଇଛି
undefined

Orissa High Court, Cuttack

ବହୁ ଚର୍ଚ୍ଚିତ କଟକ ମାଲଗୋଦାମର ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟା ମାମଲାରେ ଦୋଷମୁକ୍ତ ହେଲେ ଧଳସାମନ୍ତ ଭ୍ରାତ୍ତା। ପ୍ରମାଣ ଅଭାବରୁ ଏହି ମାମଲାରେ ଅଭିଯୁକ୍ତ ଥିବା ସୁଶୀଲ ଓ ସୁଶାନ୍ତ ଧଳ ସାମନ୍ତଙ୍କ ସହ ଆରିଫ ଖାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କଟକ ଜିଲ୍ଲା ଦୌରାଜଜ୍‌।

Advertisment

ପୂର୍ବରୁ ଏହି ମାମଲାରେ ଅନ୍ୟ ୪ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

ଗତ ୨୦୧୪ ମସିହା ନଭେମ୍ବର ୧୨ ତାରିଖରେ କଟକ ମାଲଗୋଦାମର ଡ଼ାଲି ବ୍ୟବସାୟୀ ମହମ୍ମଦ ଫାରୁକ୍ ନିଜ ଗୋଦାମରେ ବସିଥିବା ସମୟରେ ଦୁଇଟି ବାଇକରେ ଦୁର୍ବୃତ୍ତମାନେ ଆସି ତାଙ୍କ ଉପରେ ଆଖିବୁଝା ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ଗୁରୁତର ଫାରୁକଙ୍କୁ କଟକ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

୩୦ ଲକ୍ଷ ଟଙ୍କାର ଦାଦା ବଟି ନଦେବା ଯୋଗୁଁ ତାଙ୍କୁ ହତ୍ୟା କରାଯାଇବା ପରେ ପୁଲିସରେ ଅଭିଯୋଗ ହୋଇଥିଲା। ଧଳଭ୍ରାତ୍ତାଙ୍କ ଇସାରାରେ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରିଥିଲା କଟକ କମିଶନରେଟ ପୁଲିସ।

Advertisment

ଏହି ମାମଲାରେ ମୋଟ ୧୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ମିଳି ନ ଥିଲା। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଏବେ ମଧ୍ୟ ଫେରାର ରହିଛି।

ଏନେଇ ଧଳସାମନ୍ତ ଭ୍ରାତ୍ତାଙ୍କ ଓକିଲ ସୌରଚନ୍ଦ୍ର ମହାପାତ୍ର କହିଛନ୍ତି, ବିଭିନ୍ନ ପର୍ଯ୍ୟୟରେ ଏହି ମାମଲାରେ ପୁଲିସ ଚାର୍ଜସିଟ୍ ଦାଖଲ କରିଥିଲା। କୋର୍ଟ ଏହା ଉପରେ ବିଚାର କରି ୪ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଫାରୁଙ୍କ ସ୍ତ୍ରୀ ଓ ଭାଇଙ୍କ ସମେତ ଗୋଦାମରେ ଯେଉଁ କର୍ମଚାରୀମାନେ କାମ କରୁଥିଲେ ସେମାନେ କୋର୍ଟରେ ମୁହଁ ଖୋଲୁନାହାନ୍ତି। ତେଣୁ ଏହା ନୋ ଏଭିଡିଏନ୍ସ କେସ୍ ହୋଇଯାଇଛି ଏବଂ କୋର୍ଟ ଅଭିଯୁକ୍ତମାନଙ୍କୁ ନର୍ଦ୍ଦୋଷରେ ଖଲାସ କରିଛନ୍ତି।

ତଦନ୍ତକାରୀ ସଂସ୍ଥା ତଥ୍ୟପ୍ରମାଣ ନଥାଇ ଅଯଥା କୋର୍ଟଙ୍କ ସମୟ ନଷ୍ଟ କରିବା ଅନୁଚିତ୍। ଏହାଦ୍ୱାରା ଲୋକେ ତଦନ୍ତକାରୀ ସଂସ୍ଥା ଉପରେ ବିଶ୍ୱାସ ହରାଉଛନ୍ତି। କିଛି ଲୋକେ ଅଯଥା ହତାସ ହେଉଛନ୍ତି। ଗୋଟିଏ ଲୋକକୁ ମାରିଦିଆ ଗଲା, ହେଲେ ତାକୁ କିଏ ମାରିଲା ପୁଲିସ ତଦନ୍ତରେ ଜାଣି ନପାରି ଅଧାଖଣ୍ଡିଆ ଚାର୍ଜସିଟ୍ କୋର୍ଟ ଦେବା ଅନୁଚିତ୍। ଗଣତାନ୍ତ୍ରିକ ଦେଶରେ ଏହା ଦ୍ୱାରା ଲୋକେ ନ୍ୟାୟ ପାଉନାହାନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Cuttack Odisha Highcourt Crime