Advertisment

ମା’ ଓ ଝିଅଙ୍କ ଉପରେ କାର ମଡ଼ାଇ ଦେଲା ମଦୁଆ ଡ୍ରାଇଭର

ଗାଡ଼ିର ନମ୍ବର ହେଉଛି OR05AE2761। ଗାଡ଼ିର ବେଗ ଅଧିକ ଥିବା ବେଳେ ଏହା ଭାରସାମ୍ୟ ହରାଇ ରାସ୍ତା କଡ଼ରେ ବସ୍‌କୁ ଅପେକ୍ଷାରେ ଥିବା ମା’ ଓ ଝିଅଙ୍କୁ ଧକ୍କା ଦେଇଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Accident

Accident

ବିଚ୍‌ ରାସ୍ତାରେ ମଦ୍ୟପ ଯୁବକର ଉତ୍ପାତ। ଦ୍ରୁତ ଗତିରେ କାର୍‌ ଚଳାଇବା ସହ ଯୁବକ ଜଣଙ୍କ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ମା’-ଝିଅଙ୍କୁ ଧକ୍କା ଦେଇଛି। ଏଥିରେ ମା’ ଗୁରୁତର ଆହତ ହୋଇଥିବା ବେଳେ ଝିଅ ସାମାନ୍ୟ ଆହତ ହୋଇଛନ୍ତି। କାର୍‌ ଧକ୍କାରେ ଗୋଟିଏ ବାଇକ ଓ ଜଣଙ୍କ ଦୋକାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କଟକର ସତିଚୌରା ଟ୍ରାଫିକ ଛକ ଗଡ଼ାରେ ଏପରି ଘଟଣା ଘଟିଛି।

Advertisment

ଆଜି ଅପରାହ୍ନରେ ନାଲି ରଙ୍ଗର ମାରୁତି ୱାଗନର ଗାଡ଼ି ଗଡ଼ା ଛକରୁ ଦ୍ରୁତି ଗତିରେ ଆସିଥିଲା। ଗାଡ଼ିର ନମ୍ବର ହେଉଛି OR05AE2761। ଗାଡ଼ିର ବେଗ ଅଧିକ ଥିବା ବେଳେ ଏହା ଭାରସାମ୍ୟ ହରାଇ ରାସ୍ତା କଡ଼ରେ ବସ୍‌କୁ ଅପେକ୍ଷାରେ ଥିବା ମା’ ଓ ଝିଅଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ମା’ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମା’ ଓ ଝିଅଙ୍କୁ ଧକ୍କା ଦେବା ପରେ ଗାଡ଼ିଟି ଗୋଟିଏ ସ୍କୁଟିକୁ ବି ଧକ୍କା ଦେଇଥିଲା। ଶେଷରେ ଗୋଟିଏ ଦୋକାନ ଉପରେ ମାଡ଼ି ଯାଇ ଅଟକି ଯାଇଥିଲା। ଦୁର୍ଘଟଣାରେ କାର୍‌ଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ଲୋକମାନେ କାର୍‌ ଚାଳକ ମଦ୍ୟପ ଯୁବକଙ୍କୁ କାବୁ କରିବା ସହ ପୁଲିସ୍‌ ଜିମା ଦେଇଛନ୍ତି। ପୁଲିସ୍‌ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରି ଅଧିକ ତଦନ୍ତ କରୁଛି।

Advertisment
Odisha Accident Cuttack Road Accident