Advertisment

ମହାନଦୀ ଭିତରେ ଫସିଛି ହାତୀ, ଲୋକେ ଛାନିଆ

ବାଙ୍କୀ କୁରୁମଚଇନି ଗାଁ ଲୋକମାନେ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ସେହି ସମୟରେ ନଦୀ ମଝିରେ ପାଣିରେ ହାତୀଟି ଛିଡା ହୋଇଥିବା ଦେଖିବାକୁ ପାଇଥିଲେ। ପରେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ।

Banki

Banki

Advertisment

ମହାନଦୀରେ ଫସି ଯାଇଛି ହାତୀ। ଧୀରେ ଧୀରେ ମହାନଦୀରେ ପାଣି ପଢ଼ୁଥିବାରୁ ହାତୀର ଜୀବନ ପ୍ରତି ବିପଦ ଥିବା ଅନୁମାନ କରାଯାଉଛି। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଛି। ହାତୀର ଗତିବିଧି ଉପରେ ନଜର ରଖିଛି। ନଦୀ କୂଳରେ ଗହଳି ନଜମାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ବନ ବିଭାଗ ଅପିଲ୍‌ କରିଛି।

Advertisment

ଆଜି ସକାଳେ ବାଙ୍କୀ କୁରୁମଚଇନି ଗାଁ ଲୋକମାନେ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ସେହି ସମୟରେ ନଦୀ ମଝିରେ ପାଣିରେ ହାତୀଟି ଛିଡା ହୋଇଥିବା ଦେଖିବାକୁ ପାଇଥିଲେ। ପରେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର ୩ଟି ଗାଁରେ ପହଞ୍ଚି ପରିସ୍ଥିତି ଉପରେ ତୀକ୍ଷିଣ ନଜର ରଖିଛି। ଶୁକ୍ରବାର ରାତିରେ ବାଙ୍କୀ ଓ ଆପଖାପ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାରୁ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି। ତେଣୁ ହାତୀଟି ନଦୀ ପାର ହୋଇନପାରି ପାଣିରେ ଫସି ଯାଇଥିବା ଅନୁମାନ କରାଯାଉଛି।

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ହାତୀଟି ବର୍ଷା ପାଣିରେ ଭାସି ଅଛି। ମହାନଦୀର ପାଣି ଧୀରେ ଧୀରେ ବଢ଼ୁଥିବାରୁ ହାତୀଟି କୁରୁମଚଇନି ଆଗକୁ ଅଗ୍ରସର ହେଉଛି। ବର୍ତ୍ତମାନ ସୁଦ୍ଧା ହାତୀ କୂଳକୁ ଆସିନାହିଁ। ସେମିତି ପାଣି ଭିତରେ ଛିଡ଼ା ହୋଇଛି। ଅନ୍ୟପକ୍ଷରେ ପାଣିରେ ହାତୀଟି ଫସି ରହିଥିବାରୁ ନଦୀ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ରାତି ହେଲେ ହାତୀଟି ନଦୀରୁ ବାହାରି ଗ୍ରାମାଞ୍ଚଳକୁ ଅଗ୍ରସର ହେବାର ଆଶଙ୍କା ଥିବାରୁ ଲୋକଙ୍କ ମନରେ ଭୟ ଘାରିଛି। 

Advertisment

ମହାନଦୀ ଭିତରେ ଫସିଥିବା ହାତୀଟି କେଉଁ ଜଙ୍ଗଲରୁ ଆସିଛି, ତାହା ଜଣାପଡ଼ି ନାହିଁ। ସଞ୍ଜ ହେଲେ ହାତୀ କୂଳକୁ ଆସି ଜଙ୍ଗଲକୁ ପଳାଇ ଯିବ ବୋଲି ବନ ବିଭାଗ ଅନୁମାନ କରିଛି।

ରିପୋର୍ଟ-ବାଙ୍କୀରୁ ସଞ୍ଜୀପ କୁମାର ନାୟକ

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe