Advertisment

ବନ୍ଧା ହେଲେ SBIର ପୂର୍ବତନ ଡେପୁଟି ମ୍ୟାନେଜର

ମାମଲାର ତଦନ୍ତ ପାଇଁ SBI RBOର ଜେନେରାଲ ମ୍ୟାନେଜର ପ୍ରଶାନ୍ତ କୁମାର ବେହେରା EOWକୁ ଚିଠି କରିଥିଲା। ଏହା ପରେ EOW ଘଟଣାର ତଦନ୍ତ କରିଥିଲା। ବୁଧବାର ଆଶୁତୋଷ ଆଚାର୍ଯ୍ୟଙ୍କୁ କଟକରୁ ଗିରଫ କରିଥିଲା। ଆଜି ତାଙ୍କୁ ଫୁଲବାଣୀ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା।

ଅଦ୍ୟତନ ହୋଇଛି
Ashutosh Acharya

Ashutosh Acharya

Advertisment

ବନ୍ଧା ହେଲେ SBIର ପୂର୍ବତନ ଡେପୁଟି ମ୍ୟାନେଜ। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (EOW) ମ୍ୟାନେଜରଙ୍କୁ ଗିରଫ କରିଛି। ଫେକ୍‌ କାଗଜପତ୍ର ଦେଇ କୋଟି କୋଟି ଟଙ୍କା ହଡପ୍‌ କରିଥିବା ଅଭିଯୋଗରେ ଫୁଲବାଣୀ SBI ବ୍ରାଞ୍ଚର ପୂର୍ବତନ ଡେପୁଟି ମ୍ୟାନେଜଙ୍କୁ ବାନ୍ଧିଛି EOW।

Advertisment

ଫୁଲବାଣୀ ଟାଉନ୍‌ SBI ବ୍ରାଞ୍ଚର ଡେପୁଟି ମ୍ୟାନେଜର ଓ ଫିଲଡ ମ୍ୟାନେଜର ଥିଲେ ଆଶୁତୋଷ ଆଚାର୍ଯ୍ୟ। ସେ ନିଜ ପରିବାର ଓ ସମ୍ପର୍କୀୟଙ୍କ ନାଁରେ ଫେକ୍‌ କାଗଜପତ୍ର ଦେଇ ପ୍ରାୟ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ହଡପ୍‌ କରିଥିବା ଅଭିଯୋଗ ହୋଇଥିଲା। ନିଜର ଚାକିରି କାଳ ଭିତରେ ସେ ବେଆଇନ୍‌ ଭାବେ ୫୯ଟି ଏକ୍ସପ୍ରେସ୍‌ କ୍ରେଡିଟ୍‌ ଋଣ ଓ ୨୬ଟି ପେନ୍‌ସନ୍‌ ଋଣକୁ ଅନୁମତି ଦେଇଥିଲେ। ଯେଉଁମାନେ ପେନସନ ପାଇବା ଯୋଗ୍ୟ ନୁହନ୍ତି, ସେମାନଙ୍କୁ ଅନୁମତି ଦେଇଥିଲେ। ୨୦୨୧ସେପ୍ଟେମ୍ବରରୁ ୨୦୨୨ ସେପ୍ଟେମ୍ବର ମଧ୍ୟରେ ଏହି ଘୋଟାଲା ହୋଇଥିଲା। ଏହି ଘୋଟାଲା ସାମ୍ନାକୁ ଆସିବା ପରେ ଶ୍ରୀ ଆଚାର୍ଯ୍ୟଙ୍କୁ ଚାକିରିରୁ ବିଦା କରାଯାଇଥିଲା।

ମାମଲାର ତଦନ୍ତ ପାଇଁ SBI RBOର ଜେନେରାଲ ମ୍ୟାନେଜର ପ୍ରଶାନ୍ତ କୁମାର ବେହେରା EOWକୁ ଚିଠି କରିଥିଲେ। ଏହା ପରେ EOW ଘଟଣାର ତଦନ୍ତ କରିଥିଲା। ବୁଧବାର ଆଶୁତୋଷ ଆଚାର୍ଯ୍ୟଙ୍କୁ କଟକରୁ ଗିରଫ କରିଥିଲା। ଆଜି ତାଙ୍କୁ ଫୁଲବାଣୀ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା।

Advertisment

ରିପୋର୍ଟ-ଫୁଲବାଣୀରୁ ତ୍ରିନାଥ ସାହୁ

Crime Branch Cuttack Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe