Advertisment

କଟକ KFCରେ ବାସି ବ୍ରେଡ୍

କଟକ (ଓଡ଼ିଶା ରିପୋର୍ଟର): ଯୁବବର୍ଗଙ୍କ ପସନ୍ଦର କେଏଫସିରେ ମିଳୁଛି ବାସି ବା ଏକ୍ସପାୟରୀ ବ୍ରେଡ୍। ଏହା ଆଉ କେଉଁଠି ନୁହେଁ ଖୋଦ୍ କଟକରେ ଦେଖିବାକୁ ମିଳିଛି। କଟକରେ ଆଜି ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାଦାମବାଡି ଛକରେ ଥିବା କେଏଫସି ଦୋକାନ ଉପରେ ଅଚାନକ ଚଢ଼ଉ କରାଯାଇଛି। କେଏଫସି ଷ୍ଟଲରୁ ବିପୁଳ ପରିମାଣର ଏକ୍ସପାୟରୀ ତାରିଖ ସରିଯାଇଥିବା ବ୍ରେଡ୍ ଓ ତାରିଖ ବିହୀନ ପ୍ରସ୍ତୁତ ଆମିଷ ଖାଦ୍ୟ ଏବଂ ଫ୍ରାଏଡ ରାଇସକୁ ଟିମ ଜବତ କରିଛି। ଏସବୁକୁ […]

ଅଦ୍ୟତନ ହୋଇଛି
କଟକ KFCରେ ବାସି ବ୍ରେଡ୍

kfc

Advertisment

କଟକ (ଓଡ଼ିଶା ରିପୋର୍ଟର): ଯୁବବର୍ଗଙ୍କ ପସନ୍ଦର କେଏଫସିରେ ମିଳୁଛି ବାସି ବା ଏକ୍ସପାୟରୀ ବ୍ରେଡ୍। ଏହା ଆଉ କେଉଁଠି ନୁହେଁ ଖୋଦ୍ କଟକରେ ଦେଖିବାକୁ ମିଳିଛି। କଟକରେ ଆଜି ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାଦାମବାଡି ଛକରେ ଥିବା କେଏଫସି ଦୋକାନ ଉପରେ ଅଚାନକ ଚଢ଼ଉ କରାଯାଇଛି। କେଏଫସି ଷ୍ଟଲରୁ ବିପୁଳ ପରିମାଣର ଏକ୍ସପାୟରୀ ତାରିଖ ସରିଯାଇଥିବା ବ୍ରେଡ୍ ଓ ତାରିଖ ବିହୀନ ପ୍ରସ୍ତୁତ ଆମିଷ ଖାଦ୍ୟ ଏବଂ ଫ୍ରାଏଡ ରାଇସକୁ ଟିମ ଜବତ କରିଛି।

Advertisment

ଏସବୁକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠଯାଇଛି। ଏହି ଷ୍ଟଲରେ ବାସୀ ଖାଦ୍ୟ ତଥା ନିମ୍ନମାନର ଖାଦ୍ୟ ବିକ୍ରି କରାଯାଉଥିବା ନେଇ ଗ୍ରାହକ ଅଭିଯୋଗ କରିଥିଲେ। ଆଉ ଏହି ଅଭିଯୋଗ ଆଧାରରେ ଚଢ଼ଉ କରାଯାଇଥିବା ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ଏ ନେଇ ଦୋକାନକୁ ନୋଟିସ କରାଯିବା ସହିତ ଯଦି ଲ୍ୟାବ ରିପୋର୍ଟରୁ ଖାଦ୍ୟ ନିମ୍ନମାନର ଜଣାପଡେ, ତେବେ ଦୋକାନ ସିଲ କରାଯିବ ବୋଲି ଅଧିକାରୀ କହିଛନ୍ତି। ତେବେ ଏନେଇ KFC ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ସେହିପରି ଆଗକୁ ଦୀପାବଳି ଥିବାରୁ ଏହା ପୂର୍ବରୁ ସିଏମସି ମିଠା ଦୋକାନ ଉପରେ ମଧ୍ୟ ଚଢ଼ଉ କରିଛି। କଟକରୁ ବିପୁଳ ପରିମାଣର ଅପମିଶ୍ରିତ ଲଡୁ ଓ ମିଠା ଜବତ କରାଯାଇଛି। ଦୀପାବଳିରେ ମିଠା ବିକ୍ରି ବଢିଥିବାରୁ ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ନିମ୍ନମାନର ମିଠା ବିକୁଥିବାର ଖବର ପରେ ସିଏମସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହି ସମୟରେ ଜଣାପଡ଼ିଥିଲା, କେତେକ ସ୍ଥାନରେ ଦୋକାନୀମାନେ ବିନା ଲାଇସେନ୍ସରେ ମିଠା ତିଆରି କରି ବିକୁଛନ୍ତି। ନିମ୍ନମାନର ବେସନ ବ୍ୟବହାର କରି ଲଡୁ ତିଆରି କରୁଥିବା ଜଣାପଡିଥିଲା। ସିଏମସି ଜଗତପୁର ଅଞ୍ଚଳରେ ଏହି ଚଢ଼ଉ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe