Advertisment

କଟକରୁ ପୁଣି ନକଲି ମେଡିସିନ୍ ଜବତ, ଜଣେ ଅଟକ

ଶ୍ରୀ ଡିଷ୍ଟ୍ରିବ୍ୟୁଟର ନକଲି ମେଡିସିନ୍ ମିଳୁଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ଡ୍ରଗ୍ସ କଣ୍ଟ୍ରୋଲ ଓ ପୁରୀଘାଟ ପୁଲିସ ମିଳିତ ଭାବେ ଚଢ଼ାଉ କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Duplicate Medicine

Duplicate Medicine

ନକଲି ଜିନିଷର ହବ୍‌ ପାଲିଟଛି କଟକ ସହର। ପୁଣି କଟକରୁ ନକଲି ମେଡିସିନ୍ ଜବତ କରିଛି ପୁଲିସ। ପୁରୀଘାଟ ଥାନା ଟାଉନ ହଲ୍ ରୋଡ୍ ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ପାଖରୁ ଏହି ନକଲି ମେଡିସିନ ଜବତ କରାଯାଇଛି। ଏହି ଘଟଣାରେ ଡିଷ୍ଟ୍ରିବ୍ୟୁଟର ମାଲିକ ବିଜୟ ଅଗ୍ରୱାଲଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।

Advertisment

ଶ୍ରୀ ଡିଷ୍ଟ୍ରିବ୍ୟୁଟର ନକଲି ମେଡିସିନ୍  ବିକ୍ରି କରୁଥିବା ପୁରୀଘାଟ ଥାନାରେ ଅଭିଯୋଗ ହୋଇଥିଲା। ଗତକାଲି ଡ୍ରଗ୍ସ କଣ୍ଟ୍ରୋଲ ଓ ପୁରୀଘାଟ ପୁଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ୨ ଲକ୍ଷ ଟଙ୍କାର ଏହି ନକଲି ମେଡିସିନ୍ ଜବତ କରାଯାଇଥିଲା। ପେଟ ରୋଗ ପାଇଁ ଉଦ୍ଦିଷ୍ଟ ଏହି ମେଡିସିନ ରାଜ୍ୟ ବାହାରୁ ଆଣି ବିକ୍ରି କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ସୂଚନାଯୋଗ୍ୟ, କିଛି ଦିନ କଟକ ଓ ଭୁବନେଶ୍ୱରରୁ ନକଲି ମେଡିସିନ୍‌ ଜବତ କରାଯାଇଥିଲା। ଏହି ଘଟଣାରେ ଡିଷ୍ଟ୍ରିବ୍ୟୁଟର ମାନଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ଡିଷ୍ଟ୍ରିବ୍ୟୁଟର ମାନେ ବେଙ୍ଗାଲୁରୁ ଓ ଗୟାରୁ ନକଲି ମେଡିସିନ୍ ଆଣି ଥିଲେ ମାର୍କେଟକୁ ସପ୍ଲାଇ କରିଥିବା ନେଇ ଏତଲାରେ ଦର୍ଶାଯାଇଥିଲା।

Advertisment
Cuttack Duplicate Medicine