Advertisment

ପାରିବାରିକ ବିବାଦରୁ ଗୁଳି କରି ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ଯବାନ ଗିରଫ

ଆଠଗଡ଼ ଥାନା ଜେନାପଦାରେ ଗତ ଫେବ୍ରୁଆରୀ ୧୩ରେ ହୋଇଥିବା ଏହି ଗୁଳିକାଣ୍ଡରେ ଜଣଙ୍କ ମୃତ୍ୟୁ ହୋଇଥିଲା।

ଅଦ୍ୟତନ ହୋଇଛି
Chief accused retired soldier arrested

Chief accused retired soldier arrested

Advertisment

ପାରିବାରିକ ବିବାଦକୁ ନେଇ ୩ ଜଣଙ୍କୁ ଗୁଳି କରିବା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ଯବାନ ସଦାନନ୍ଦ ଦାଶ ଓରଫ ଲିଟୁନା ଗିରଫ। କଟକ ଜିଲ୍ଲା ଆଠଗଡ଼ ଥାନା ଜେନାପଦାରେ ଗତ ଫେବ୍ରୁଆରୀ ୧୩ରେ ହୋଇଥିବା ଏହି ଗୁଳିକାଣ୍ଡରେ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଠଗଡ଼ା ଥାନା ପୁଲିସ ଘଟଣାର ତଦନ୍ତ କରି ଗୁଳିକାଣ୍ଡ ଘଟାଇଥିବା ସଦାନନ୍ଦଙ୍କୁ ଢେଙ୍କାନାଳ-ଆଠଗଡ଼ ସୀମାରୁ ଗତକାଲି ରାତିରେ ଗିରଫ କରିଛି। ତାଙ୍କ ଠାରୁ ଗୋଟିଏ ବନ୍ଧୁକ, ୩୮ଟି ଗୁଳି, ୩୬ ଖୋକା, ୫ ହଜାର ଟଙ୍କା ଜବତ କରାଯାଇଛି। ତାଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଏହି ମାମଲାରେ ଅନ୍ୟ ୩ ଅଭିଯୁକ୍ତ ଫେରାର ଥିବା ପୁଲିସ ସୂଚନା ଦେଇଛି।

Advertisment

ଏନେଇ ଆଠଗଡ ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଆଠଗଡ଼ ଏସ୍‌ଡିପିଓ ବିଜୟ କୁମାର ବିଶି କହିଛନ୍ତି, ଗୁଳିମାଡ଼ରେ ଗୁରୁତର ବଂଶୀଧର ନାୟକ ୭ ଦିନ ଚିକିତ୍ସା ପରେ କଟକ ଏସ୍‌ସିବିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏନେଇ ପରିବାର ପକ୍ଷରୁ ଭାନୁମତି ନାୟକ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ସେବେଠାରୁ ସଦାନନ୍ଦ ଫେରାର ଥିଲା।

ସଦାନନ୍ଦର ମାମୁଁଘର ଜେନାପଦା ପାଖରେ। ପିଲାବେଳୁ ସେଠାରେ ରହୁଥିଲେ ଓ ପଢ଼ୁଥିଲେ। ବଂଶୀଧରଙ୍କ ସହ ତାଙ୍କର ପାରିବାରିକ ସମ୍ପର୍କ ଥିଲା। ତେବେ କୌଣସି କାରଣକୁ ନେଇ ଦୁଇଜଣଙ୍କ ଭିତରେ ବିବାଦ ଦେଖାଦେଇଥିଲା। ଏହି ଶତ୍ରୁତା ଅକ୍ରମଣର ରୂପ ନେଇଥିଲା। ରାସ୍ତାରେ ଯାଉଥିବା ବେଳେ ସଦାନନ୍ଦ ଓ ତାଙ୍କ ସହଯୋଗୀ ଲିପୁନା, ବିଜୟ, ବିରୁଙ୍କ ସହ ବଂଶୀଧରଙ୍କ ସାମ୍ନାସାମ୍ନୀ ହୋଇଯାଇଥିଲା। ଯାହା ପରେ ଉଭୟଙ୍କ ଭିତରେ ବଚସା ଓ ଠେଲାପେଲା ହୋଇଥିଲା। ଯାହାପରେ ସଦାନନ୍ଦ ପାଖରେ ରଖିଥିବା ବନ୍ଧୁକରୁ ଗୁଳିମାଡ଼ କରିଥିଲେ।

Advertisment

ଗୁଳିମାଡ଼ରେ ବଂଶୀଧରଙ୍କ ପେଟରେ ଓ ତାଙ୍କ ସହ ଉପସ୍ଥିତ ଥିବା ଦିନବନ୍ଧୁ ନାୟକ ପେଟପାର୍ଶ୍ୱରେ ଗୁଳି ବାଜିଥିଲା। ଏହି ଘଟଣାରେ ଜିତୁନା ନାୟକ ମଧ୍ୟ ଆହତ ହୋଇଥିଲେ। ଏହି ଦିନ ତିନିହେଁ କଟକ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସା ହୋଇ ଦିନବନ୍ଧୁ ଓ ଜିତୁନା ସୁସ୍ଥ ହୋଇଥିଲେ। ମାତ୍ର ବଂଶୀଧର ଚିକିତ୍ସାର ୭ ଦିନ ପରେ ପ୍ରାଣ ହରାଇଥିଲେ। ପାରିବାରିକ ଘଟଣାକୁ ନେଇ ଘଟଣା ଘଟିଥିବାରୁ ଏହାର ରହସ୍ୟ ଉନ୍ମୋଚନ ନିମନ୍ତେ ତଦନ୍ତ ଜାରି ରହିଛି ବୋଲି ଏସ୍‌ଡିପିଓ କହିଛନ୍ତି।

ରିପୋର୍ଟ- ଅଠଗଡ଼ରୁ ନୀଳକଣ୍ଠ ଦୋରା

Odisha Police Murder Shooter Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe