Advertisment

ବିନା ନିମନ୍ତ୍ରଣରେ ଆସିଲେ ୨୦୦ ଦୋଳ, ବିନା ପୂଜକରେ ଲଗାଇଲେ ଭୋଗ

କଟକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ବିମାନରେ ଠାକୁରମାନେ ଆସି ଏହି ମେଳନରେ ସାମିଲ ହୋଇଛନ୍ତି।

ଅଦ୍ୟତନ ହୋଇଛି
Famous Olakana Dola Melana

Famous Olakana Dola Melana

Advertisment

କଥାରେ ଅଛି, ‘ଓଳକଣା ମେଲଣ, ଆଳି ରାଜା ଝୁଲଣ’, ‘ଅଶୁରେଶ୍ୱର ରାମନବମୀ, ପୁରସ୍ତମ ଚନ୍ଦନ’। ଆଜି ଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ କଟକ ଜିଲ୍ଲା ମାହାଙ୍ଗାର ଓଳକଣା ମେଲଣ। କଟକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ବିମାନରେ ଠାକୁରମାନେ ଆସି ଏହି ମେଳନରେ ସାମିଲ ହୋଇଛନ୍ତି।

Advertisment

ସବୁଠୁ ବଡ କଥା ହେଉଛି ଏହି ମେଲଣରେ କୌଣସି ଠାକୁରଙ୍କୁ ନିମନ୍ତ୍ରଣ ଦିଆଯାଏ ନାହିଁ। ବିନା ନିମନ୍ତ୍ରଣରେ ବିଭିନ୍ନ ସ୍ଥାନରୁ ଠାକୁରମାନେ ବିମାନଗୁଡ଼ିକରେ ଆସି ଏହି ମେଲଣରେ ସାମିଲ ହୋଇଥାନ୍ତି। ଏହାଛଡ଼ା ମେଲଣରେ ସାମିଲ ଠାକୁରମାନଙ୍କୁ ଭକ୍ତମାନେ ନିଜେ ଭୋଗ ଲଗାନ୍ତି। ଏଥିନିମନ୍ତେ ପୂଜାରୀର ଆବଶ୍ୟକତା ପଡ଼େନି।

ଆଜି ଭୋରରୁ ହୋଇଥିବା ଜମାଣରେ ବିଭିନ୍ନ ସ୍ଥାନରୁ ବିମାନଗୁଡ଼ିକ ବିଶାଳ ରୋଷଣୀ ଭିତରେ ପଛକୁ ପଛ ଆସି ପହଞ୍ଚିଥିଲେ। ଏହି ଅବସରରେ ହରିହର ଭେଟ ଓ ଅବିରଖେଳ ହୋଇଥିଲା। ଘଣ୍ଟଘଣ୍ଟା ଶବ୍ଦ ସାଙ୍ଗକୁ ସଂକୀର୍ତ୍ତନରେ ଉଛୁଳି ଉଠୁଥିଲା ମେଳଣ ପଡିଆ। ଘୋଡ଼ା ନାଚ ଓ ଅନ୍ୟାନ୍ୟ ସଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ ହୋଇଥିଲା।

Advertisment

କିମ୍ବଦନ୍ତୀ କହେ ଭଗବାନ ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନଙ୍କ ଠାରୁ ଅପମାନିତ ହୋଇଫେରିବା ବାଟରେ ବିଦୁରଙ୍କ ପାଖରେ ସାଗଭାତ ଖାଇ ତୃପ୍ତ ହୋଇଥିଲେ। ଆଉ ଏହି ଠାରେ ହରିହର ରୂପେ ଦର୍ଶନ ଦେବାପାଇଁ ବିଦୁରଙ୍କୁ ବର ଦେଇଥିଲେ। ହରିହରଙ୍କ ଅପୂର୍ବ ଦର୍ଶନ ସହ ଆଳି ରାଜାଙ୍କ ବିମାନ ସମ୍ମୁଖରେ ମହାଲକ୍ଷ୍ମୀଙ୍କ ଧାନ କଲସି ବସିଥାଏ। ଏହି କଳସୀରୁ ଧାନ ଟିକିଏ ସଂଗ୍ରହ ପାଇଁ ମଧ୍ୟ ଭକ୍ତମାନଙ୍କ ଭିଡ଼ ହୁଏ। ବିଶ୍ୱାସ ରହିଛି ଏଠାରୁ ଧାନ ନେଲେ ଅଭାବଅନଟନ ଦୂର ହୋଇଯାଏ।

Biduraବିଦୁର ଆଶ୍ରମ

ଭକ୍ତଙ୍କ ପ୍ରବଳ ଭିଡ଼କୁ ଦେଖି ଶାନ୍ତି ଶୃଙ୍ଖଳା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଓଳକଣା ମେଳଣ ମୁଖ୍ୟ ପରିଚାଳକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

Dola Purnima
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe