Fire
ନିଜ ଆଖୁ କିଆରି ସଫା କରିବାକୁ ନିଆଁ ଲଗାଇ ଦେଇଥିଲେ ଚାଷୀ। ମାତ୍ର ନିଆଁ ଚାରିଆଡ଼େ ବ୍ୟାପି ଯିବାରୁ ତା’ ଭିତରେ ଫସିଗଲେ ଚାଷୀ। ବହୁ ଚେଷ୍ଟା ପରେ ଚାଷୀଜଣକ ନିଆଁ କବଳରୁ ବାହାରି ଆସିଥିଲେ ବି ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ମୃତ୍ୟୁ ସହ ସଂଗ୍ରାମ କରୁଥିବା ଚାଷୀଜଣକ ହେଲେ କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମର ରଘୁ ସାମଲ ।
ରଘୁ ସାମଲ ନାମକ ବୃଦ୍ଧ ଚାଷୀ ନିଜ ଜମିରେ ଆଖୁପତ୍ର ପୋଡି ସଫା କରିବା ଉଦ୍ଦେଶ୍ୟରେ ଆଜି ସେଥିରେ ନିଆଁ ଲଗାଇ ଦେଇଥିଲେ। ହେଲେ ଆଖୁପତ୍ର ନିଆଁ ଖୁବ ଜୋରରେ ବ୍ୟାପି ଯାଇଥିଲା। ଏପରିକି ତାହା ପାଖରେ ଥିବା ଦୁଇ ଏକରର ଆଖୁ ଜମିକୁ ବ୍ୟାପି ଯାଇଥିଲା।
ପଡୋଶୀଙ୍କ ଜମିକୁ ନିଆଁ ବ୍ୟାପି ଯାଉଥିବା ଦେଖି ରଘୁ ସାମଲ ନିଆଁ ଲିଭାଇବା ପାଇଁ ଚେଷ୍ଟା କରୁଥିଲେ। ଏହା ମଧ୍ୟରେ ତାଙ୍କୁ ଚାରିପଟୁ ନିଆଁ ଘେରି ଯାଇଥିଲା। ଏହା ଦେଖି ବହୁ ଚେଷ୍ଟା ପରେ ରଘୁ ଜୀବନ ବିକଳରେ ଛଟପଟ ହୋଇ ବାହାରକୁ ଦୌଡ଼ି ପଳାଇ ଆସିଥିଲେ।
ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତୁରନ୍ତ ବାଙ୍କୀ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Fire_1678963753.jpg)