Advertisment

ଆଗକୁ ଗଣେଶ ପୂଜା, ମୂର୍ତ୍ତି କାରିଗର ନିରାଶ

କଟକ(ଓଡ଼ିଶା ରିପୋର୍ଟର):ଆଗକୁ ଆସୁଛି ବିଘ୍ନ ବିନାଶକ ପ୍ରଭୂ ଗଣେଷଙ୍କ ପୂଜା। ଏହି ପୂଜା ପାଇଁ ମଝିରେ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଏବେ ମୂର୍ତ୍ତି ତିଆରି କାମରେ କାରିଗର ବ୍ୟସ୍ତ। ହେଲେ ଗତ ବର୍ଷ ଭଳି ଏବର୍ଷ ମଧ୍ୟ କରୋନା ପାଇଁ ଢେର ପ୍ରଭାବିତ ହୋଇଛି ଗଣେଷ ମୂର୍ତ୍ତି ତିଆରି କାମ। କାରଣ ଏଥର ମୂର୍ତ୍ତି  ତିଆରି ମିଳିଛି ବହୁତ କମ୍ ଅର୍ଡର। ଯାହାକୁ ନେଇ ଚିନ୍ତାରେ କାରିଗର। ଗଣେଷ ପୂଜାକୁ ମଝିରେ […]

ଆଗକୁ ଗଣେଶ ପୂଜା, ମୂର୍ତ୍ତି କାରିଗର ନିରାଶ

5bn

Advertisment

କଟକ(ଓଡ଼ିଶା ରିପୋର୍ଟର):ଆଗକୁ ଆସୁଛି ବିଘ୍ନ ବିନାଶକ ପ୍ରଭୂ ଗଣେଷଙ୍କ ପୂଜା। ଏହି ପୂଜା ପାଇଁ ମଝିରେ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଏବେ ମୂର୍ତ୍ତି ତିଆରି କାମରେ କାରିଗର ବ୍ୟସ୍ତ। ହେଲେ ଗତ ବର୍ଷ ଭଳି ଏବର୍ଷ ମଧ୍ୟ କରୋନା ପାଇଁ ଢେର ପ୍ରଭାବିତ ହୋଇଛି ଗଣେଷ ମୂର୍ତ୍ତି ତିଆରି କାମ। କାରଣ ଏଥର ମୂର୍ତ୍ତି  ତିଆରି ମିଳିଛି ବହୁତ କମ୍ ଅର୍ଡର। ଯାହାକୁ ନେଇ ଚିନ୍ତାରେ କାରିଗର।

Advertisment

ଗଣେଷ ପୂଜାକୁ ମଝିରେ ଆଉ ମାତ୍ର କେତେଟା ଦିନ ଥିବା ବେଳେ ଏବେ ମୂର୍ତ୍ତି ତିଆରି ଖଡି ଲାଗି ଏବଂ ରଙ୍ଗ କାମରେ ବ୍ୟସ୍ତ ରହିଛନ୍ତି କାରିଗର। ତେବେ ମଝିରେ ମଝିରେ ତୁହାକୁ ତୁହା ବର୍ଷା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି  କରୁଛି। ସେହିପରି ଏଥର କରୋନା ସେମାନଙ୍କ ବ୍ୟବସାୟକୁ ଢେର ପ୍ରଭାବିତ କରିଛି। ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ମୂର୍ତ୍ତି ତିଆରି ପାଇଁ ଅର୍ଡର ଆସେ। ହେଲେ ଏଥର  ଢେର କମ୍ ରହିଛି। ତାସାଙ୍ଗକୁ ମୂର୍ତ୍ତି ଆକାରକୁ ନେଇ  ଥିବା କଟକଣା ଯୋଗୁଁ ମଧ୍ୟ ଅର୍ଡର ବାଧା ପ୍ରାପ୍ତ ହୋଇଛି। ଶିକ୍ଷାନୁଷ୍ଠାନ ନ ଖୋଲିବା ମଧ୍ୟ ଏଥିପାଇଁ ଏକ ପ୍ରମୁଖ କାରଣ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଏଭଳି ସ୍ଥିତିରେ ସେମାନେ ଏବଂ ସେମାନଙ୍କ ପାଖରେ କାମ କରୁଥିବା ହେଲପରମାନେ କିପରି ଚଳିବେ ତାହାକୁ ନେଇ ଚିନ୍ତାରେ ମୂର୍ତ୍ତି କାରିଗର।

ଏଥର ମଧ୍ୟ କରୋନା ସଙ୍କ୍ରମଣକୁ ଦୃଷ୍ଟିରେ ରଖି ସରକାର କିଛି କଟକଣା ଜାରି କରିଛନ୍ତି। ତେଣୁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବ ନିର୍ଦେଶନାମାକୁ ପାଳନ କରି ଗଣେଷ ପୂଜା କରିହେବ ବୋଲି କହିଛନ୍ତି କଟକ ଜିଲ୍ଳାପାଳ। ଯେମିତି ମୂର୍ତ୍ତିର ଆକାର ୪ଫୁଟ ରୁ ଅଧିକ ନ ହୁଏ ଏବଂ କୋଭିଡ଼ ପାଇଁ ଥିବା ଅନ୍ୟାନ୍ୟ ଗାଇଡ ପାଳନ କରାଯାଏ ସେଥିପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe