/odisha-reporter/media/post_attachments/uploads/2021/10/lady-don-mamnsi.jpg)
lady-don-mamnsi
କଟକ (ଓଡ଼ିଶା ରିପୋର୍ଟର): କଟକରେ ଧରା ପଡ଼ିଲା ଗାଙ୍ଗଷ୍ଟର୍ ସକିଲର ଗର୍ଲଫ୍ରେଣ୍ଡ। ବିଲ୍ଡରଙ୍କୁ ଦାଦା ବଟି ମାଗିବା ଓ ତାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଲେଡି ଡନ୍ ମାନସୀ ନାୟକକୁ କଟକର କମିଶନରେଟ୍ ପୁଲିସ୍ ଆଜି ଗିରଫ କରିଛି। ମାନସୀ ସହ ତା’ର ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି।
ମାନସୀଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲାରେ। କିଛି ଦିନ ତଳେ ମାନସୀ ଲାଲବାଗ ଥାନା ଅଞ୍ଚଳରେ ଜଣେ ବିଲ୍ଡରଙ୍କୁ ଦାଦା ବଟି ମାଗିଥିଲେ ଏବଂ ତାଙ୍କୁ ଆକ୍ରମଣ ମଧ୍ୟ କରିଥିଲେ। ବିଲ୍ଡର ଜଣକ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ତୁରନ୍ତ ଆକ୍ସନ୍ ନେଇ ଆଜି ମାନସୀକୁ ଗିରଫ କରିଛି। କଟକ ଲାଲବାଗ ଥାନା ମାନସୀକୁ ଗିରଫ କରିଛି।
ମାନସୀ ହେଉଛି ଗ୍ୟାଙ୍ଗଷ୍ଟର ସକିଲର ଗର୍ଲଫ୍ରେଣ୍ଡ। ପ୍ରଥମେ ମାନସୀ ସକିଲର ସହଯୋଗୀ ଭାବେ କାମ କରୁଥିଲେ। ପରବର୍ତ୍ତୀ ସମୟରେ ସେ ସକିଲର ଗର୍ଲଫ୍ରେଣ୍ଡ ହୋଇଥିଲା। ଆଉ ସକିଲର ଇସାରାରେ ହିଁ ମାନସୀ ଏଭଳି ଅପରାଧିକ କାମ କରୁଥିବା ପୁଲିସ୍ ଆଗରେ ସ୍ୱୀକାର କରିଛି।
ମାନସୀ ନାଁରେ ଏକାଧିକ ଅପରାଧିକ ରେକର୍ଡ ରହିଛି। ୨୦୧୪ରେ ଏକ ହତ୍ୟାକାଣ୍ଡ ମାମଲାରେ ମାନସୀକୁ ଜଗତସିଂହପୁରରୁ ଗିରଫ କରାଯାଇଥିଲା। ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଥିଲା। ତେବେ ପରେ ସେ ଜାମିନ୍ ପାଇଥିଲା। କିନ୍ତୁ ଏବେ ସେ ପୁଣିଥରେ ତା’ର ଦାଦାଗିରି ଚଳାଇଥିବା ଖବର ପୁଲିସ୍ ପାଖରେ ପହଞ୍ଚିଥିଲା। ଯାହା ପରେ ପୁଲିସ୍ ତାକୁ ଗିରଫ କରିଥିଲା। ମାନସୀ ସହ ତା’ର ଦୁଇ ସହଯୋଗୀକୁ ମଧ୍ୟ ଲାଲବାଗ ଥାନା ଗିରଫ କରିଛି।
ପୁଲିସ୍ ଏହି ମାମଲାରେ ଅଧିକ ତଦନ୍ତ ଚଳାଇଛି। ଏଥିରେ ଆଉ କେଉଁମାନେ ସାମିଲ୍ ଅଛନ୍ତି, ପୁଲିସ୍ ତା’ର ମଧ୍ୟ ଖୋଳତାଡ଼ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
