Advertisment

ବେଧଡ଼କ ଚାଲିଥିଲା ଲିଙ୍ଗ ନିରୂପଣ, ଗ୍ରାହକ ବେଶରେ ଯାଇ ଧରିଲା ପୁଲିସ୍

କଟକ (ଓଡ଼ିଶା ରିପୋର୍ଟର): କଟକରେ ବେଧଡ଼କ ଭାବେ ଚାଲିଛି ଲିଙ୍ଗ ନିରୂପଣ। ଗ୍ରାହକ ବେଶରେ ଯାଇ ପୁଲିସ୍ ଏହି ରାକେଟର ପର୍ଦ୍ଦାଫାସ କରିଛି। କଟକ କାଠଗୋଲା ସାହିରେ ଥିବା ଏକ ପାଥୋଲାବରେ ବେଆଇନ ଲିଙ୍ଗ ନିରୂପଣ ଚାଲିଥିବା ବେଳେ ପୁଲିସ ଚଢାଉ କରି ଦୁଇ ଜଣଙ୍କୁ ଅଟକ ରଖିବା ସହିତ ଲାବକୁ ସିଲ କରିଛି। କାଠଗୋଲା ସାହିରେ ଥିବା ଆଲ୍ଫା ହେଲଥ କେୟାର ସେଣ୍ଟର ସହ ଅଲ୍ଟ୍ରା ସାଉଣ୍ଡ ମେସିନକୁ ସିଲ୍ କରାଯାଇଛି। ମାମଲାରେ ପାଥୋଲାବର ୨ […]

ଅଦ୍ୟତନ ହୋଇଛି
ବେଧଡ଼କ ଚାଲିଥିଲା ଲିଙ୍ଗ ନିରୂପଣ, ଗ୍ରାହକ ବେଶରେ ଯାଇ ଧରିଲା ପୁଲିସ୍

Photo

Advertisment

କଟକ (ଓଡ଼ିଶା ରିପୋର୍ଟର): କଟକରେ ବେଧଡ଼କ ଭାବେ ଚାଲିଛି ଲିଙ୍ଗ ନିରୂପଣ। ଗ୍ରାହକ ବେଶରେ ଯାଇ ପୁଲିସ୍ ଏହି ରାକେଟର ପର୍ଦ୍ଦାଫାସ କରିଛି। କଟକ କାଠଗୋଲା ସାହିରେ ଥିବା ଏକ ପାଥୋଲାବରେ ବେଆଇନ ଲିଙ୍ଗ ନିରୂପଣ ଚାଲିଥିବା ବେଳେ ପୁଲିସ ଚଢାଉ କରି ଦୁଇ ଜଣଙ୍କୁ ଅଟକ ରଖିବା ସହିତ ଲାବକୁ ସିଲ କରିଛି।

Advertisment

କାଠଗୋଲା ସାହିରେ ଥିବା ଆଲ୍ଫା ହେଲଥ କେୟାର ସେଣ୍ଟର ସହ ଅଲ୍ଟ୍ରା ସାଉଣ୍ଡ ମେସିନକୁ ସିଲ୍ କରାଯାଇଛି। ମାମଲାରେ ପାଥୋଲାବର ୨ କର୍ମଚାରୀଙ୍କ ସହ ଟେଷ୍ଟିଂ ପାଇଁ ଆସିଥିବା କିଛି ମହିଳାଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଏହି ରାକେଟରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ଖୋଳତାଡ଼ ଚାଲିଥିବା କଟକ ଡିସିପି କହିଛନ୍ତି।

ତେବେ ବଡ଼ କଥା ହେଉଛି ହେଲ୍ଥ କୋୟାର ସେଣ୍ଟରଟି ବିନା କାଗଜପତ୍ରରେ ଚାଲିଥିଲା। ଏଠାରେ ଯେଉଁ ଡାକ୍ତରଙ୍କ ନାଁ ଉଲ୍ଲେଖ ରହିଛି ସେ ମଧ୍ୟ ଉପସ୍ଥିତ ରହୁନଥିଲେ। ଆଠଗଡ ଅଂଚଳର ପ୍ରସନ୍ନ ସାହୁ ନାମକ ଜଣେ ବ୍ୟକ୍ତି ଯିଏ ମାତ୍ର ଯୁକ୍ତ ଦୁଇ ପଢିଛନ୍ତି ସେ ଏହି ସେଣ୍ଟରଟିକୁ ଚଳାଉଥିଲେ। ସେ ଏକ ଅଲଟ୍ରା ସାଉଣ୍ଡ ମେସିନ ପକାଇ ବେଆଇନ ଭାବେ ଲିଙ୍ଗ ନିରୁପଣ କରୁଥିବା ଅଭିଯୋଗ ହୋଇଛି। ଦଲାଲଙ୍କ ଜରିଆରେ ପ୍ରତିଦିନ ଏଠାକୁ ଗର୍ଭବତୀ ଆସୁଥିଲେ। ସେମାନେ ୫ ହଜାର ଦେଇ ଲିଙ୍ଗ ନିରୂପଣ କରୁଥିଲେ।

Advertisment

ତେବେ ଏ ନେଇ ପୁଲିସ୍‌ ସୂଚନା ପାଇଥିଲା। ପୁଲିସ ଆଜି ଯୋଜନା ବଦ୍ଧ ଭାବେ ଜଣେ ମହିଳାଙ୍କୁ ଏଠାକୁ ପଠାଇଥିଲା। ମହିଳା ଜଣଙ୍କ ମିଛରେ ଲିଙ୍ଗ ପରୀକ୍ଷା ପାଇଁ ଭିତରେ ପଶି ସବୁ ଦେଖିବା ପରେ ସ୍ୱତନ୍ତ୍ର ସ୍କ୍ୱାର୍ଡକୁ ଡାକିଥିଲେ। ପୁଲିସ ତୁରନ୍ତ ଚଢାଉ କରି ଦୁଇ ଜଣଙ୍କୁ ଧରିବା ସହିତ ଅଲଟ୍ରା ସାଉଣ୍ଡ ମେସିନ ଓ ଅନ୍ୟ ଯନ୍ତ୍ରପାତି ଜବତ କରିଥିଲା। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମ ମଧ୍ୟ ସେଠାରେ ଆସି ପରୀକ୍ଷା ନୀରିକ୍ଷା କରିଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବାର କଲ୍ୟାଣ ଏଡିଏମ୍ଓ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe