Advertisment

ନଦୀରେ ଭାସିଗଲେ ୩ ଭଉଣୀ, ଜଣେ ମୃତ

ଏକାଦଶାହ ଶୁଦ୍ଧିକ୍ରିୟା ବେଳେ ଲୁଣା ନଦୀରେ ଭାସିଗଲେ ୩ ଭଉଣୀ।

ଅଦ୍ୟତନ ହୋଇଛି
Girl dies

Girl dies

Advertisment

ଏକାଦଶାହ ଶୁଦ୍ଧିକ୍ରିୟା ବେଳେ ଲୁଣା ନଦୀରେ ଭାସିଗଲେ ୩ ଭଉଣୀ। ପାଣିରେ ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। କଟକ ନିଶ୍ଚିନ୍ତକୋଇଲି ଥାନା ସାଧକନଗର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ମୃତକ ନାବାଳିକା ଜଣକ ଅଷ୍ଟମ ଶ୍ରେଣୀର ଛାତ୍ରୀ ଋତୁପର୍ଣ୍ଣା ସାହୁ। ଉଦ୍ଧାର ହୋଇଥିବା ଅନ୍ୟ ଦୁଇ ଭଉଣୀ ହେଲେ ରିଦ୍ଧି ଆଉ ସିଦ୍ଧି। ଏହି ନାବାଳିକାମାନେ ପରିବାର ସହ ସାଧକନଗର ତାଙ୍କ ଅଜା ଭୃଗୁରାମ ସାହୁଙ୍କ ଘରକୁ ଆସିଥିଲେ। ଭୃଗୁରାମଙ୍କ ବାପା ୧୧ ଦିନ ତଳେ ମୃତ୍ୟୁ ହୋଇଥିଲା।

Advertisment

ଏନେଇ ଭୃଗୁରାମ କହିଛନ୍ତି, ଏହି ୩ ଭଉଣୀ ସେମାନଙ୍କ ମା’ ସହ ନଦୀରେ ଗାଧୋଉଥିଲେ। ନଦୀରେ ସାମାନ୍ୟ ସ୍ରୋତ ଥିଲା। ପାଣିରେ ଖେଳୁଖେଳୁ ବଡ଼ ଭଉଣୀ ଭାସି ଯାଇଥିଲା। ତାକୁ ଉଦ୍ଧାର କରିବାକୁ ଅନ୍ୟ ଦୁଇ ସାନ ଭଉଣୀ ଚେଷ୍ଟା କରିବା ବେଳେ ଭାସି ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ପାଖରେ ଗାଧୋଉଥିବା ତାଙ୍କ ମା’ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ। ହେଲ ବଡ଼ ଭାସି ଯାଇଥିଲା। ନିଖୋଜ ପରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବା ବେଳେ ମୃତଦେହ ମିଳିଥିଲା।

ଏହି ଘଟଣାକୁ ନେଇ ସାଧକନଗର ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

Unnatural Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe