Advertisment

ଆଇ ଆମ ସରି ବାପା ମାମ୍ମି... ମୁଁ ସୁସାଇଡ୍ କରୁଛି

ସାଲେପୁର (ମନୋଜ ଆଚାର୍ଯ୍ୟ): ମୋ ମରିବା ପାଇଁ ସିପୁନ ଦାୟୀ। ସେ ମୋତେ ବ୍ଲାକମେଲ କରୁଛି। ଭାଇ, ବାପା ଓ ମାଆଙ୍କୁ ମାରିବା ଧମକ ଦେଉଛି। ଆଇ ଆମ ସରି ବାପା ମାମ୍ମି। ତାକୁ କଠୋରରୁ କଠୋର ଦଣ୍ଡ ଦେବ। ବାସ୍ ଏଇ କେତେକ ପଦ ଲେଖି ଫ୍ୟାନରେ ରଶି ଲଗାଇ ଝୁଲି ପଡ଼ିଲେ ଯୁବତୀ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ସାଲେପୁର ଥାନା ଅଞ୍ଚଳରେ। ଆତ୍ମହତ୍ୟା କରିଥିବା ଯୁବତୀ ଜଣକ ହେଲେ ଦୀପିକା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଆଇ ଆମ ସରି ବାପା ମାମ୍ମି... ମୁଁ ସୁସାଇଡ୍ କରୁଛି

girl

ସାଲେପୁର (ମନୋଜ ଆଚାର୍ଯ୍ୟ): ମୋ ମରିବା ପାଇଁ ସିପୁନ ଦାୟୀ। ସେ ମୋତେ ବ୍ଲାକମେଲ କରୁଛି। ଭାଇ, ବାପା ଓ ମାଆଙ୍କୁ ମାରିବା ଧମକ ଦେଉଛି। ଆଇ ଆମ ସରି ବାପା ମାମ୍ମି। ତାକୁ କଠୋରରୁ କଠୋର ଦଣ୍ଡ ଦେବ। ବାସ୍ ଏଇ କେତେକ ପଦ ଲେଖି ଫ୍ୟାନରେ ରଶି ଲଗାଇ ଝୁଲି ପଡ଼ିଲେ ଯୁବତୀ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ସାଲେପୁର ଥାନା ଅଞ୍ଚଳରେ।

Advertisment

ଆତ୍ମହତ୍ୟା କରିଥିବା ଯୁବତୀ ଜଣକ ହେଲେ ଦୀପିକା (ଛଦ୍ମନାମ)। ସେ ଜଣେ ମେଧାବୀ ଛାତ୍ରୀ। ଯିଏ ଚଳିତ ମାସ ୯ ତାରିଖରେ ନିଜ ଘର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ। ତେବେ ପୁଲିସ୍ ଘଟଣାର ତଦନ୍ତରେ ବିଳମ୍ବ କରିଥିବା ଯୁବତୀଙ୍କ ବାପା ଅଭିଯୋଗ ଆଣିଥିଲେ। ୧୮ ତାରିଖରେ କେସ୍ କରିବା ଓ ଅଭିଯୁକ୍ତକୁ ଧରିବାରେ ବିଳମ୍ବ ହେବା ହେତୁ ସାଲେପୁର ଥାନା ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ଏକ ଲିଖିତ ଅଭିଯୋଗ ପତ୍ର ଯୁବତୀଙ୍କ ପରିବାର ଲୋକେ ସାଲେପୁର ଏସଡିପିଓଙ୍କୁ ଦେଇଥିଲେ। ଯାହାର ତିନି ଦିନ ପରେ ଅର୍ଥାତ୍ ଆଜି ପୁଲିସ୍ ସିପୁନକୁ ଗିରଫ କରିଛି।

ସୂଚନାଯୋଗ୍ୟ, ଦୀପିକା ସାଲେପୁରରେ ଭଡ଼ା ଘର ନେଇ +୨ ବିଜ୍ଞାନରେ ପାଠ ପଢ଼ୁଥିଲେ। ତାଙ୍କ ଘର ପାଖରେ ଅଭିଯୁକ୍ତ ସିଦ୍ଧାର୍ଥ ଶେଖର ରାଉତ ଓରଫ୍ ସିପୁନ୍ ରହୁଥିଲା। ଦୁହିଁଙ୍କ ମଧ୍ୟରେ ଧୀରେ ଧୀରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହା ପରେ ଯୁବତୀ ଜଣକ ସାଲେପୁର ଫାର୍ମାସୀ କଲେରେ ବିଫାର୍ମା ଶେଷ କଲେ। ବିଫାର୍ମାରେ ଦୀପିକା ଟପ୍ପର ମଧ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ଯୁବତୀ ଜଣକ ସିପୁନକୁ ବିବାହ କରିବାକୁ କହିଥିଲେ। ହେଲେ ସିପୁନ୍ ବିବାଦ କଥା କହି ବିବାହ କରିବାକୁ ମନା କରିଦେଇଥିଲା।

Advertisment

ଏହା ପରେ ଦୀପିକା ବାରମ୍ବାର ସିପୁନକୁ ଫୋନ୍ କରିଥିଲା। କିନ୍ତୁ ସିପୁନ୍ ଫୋନ୍ ରିସିଭ୍ କରୁନଥିଲା। ଯେଉଁ କାରଣରୁ ଯୁବତୀ ଜଣକ ହତୋତ୍ସାହିତ ହୋଇ ନିଜ ଘର ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଘଟଣା ପରେ ଦୀପିକାଙ୍କ ବାପା ସାଲେପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗର ପ୍ରାୟ ୧୦ ଦିନ ପରେ ଆଜି ପୁଲିସ୍ ଚାନ୍ଦୋଳରୁ ସିପୁନକୁ ଗିରଫ କରିବାରେ ସଫଳ ହୋଇଛି।