Advertisment

ଗଣଶିକ୍ଷା ବିଭାଗ ସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ସବୁ ସରକାରୀ ସ୍କୁଲରେ ମୌଳିକ ସୁବିଧା କର

ରାଜ୍ୟ ସରକାର ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ମିଛ ବାହାସ୍ଫୋଟ ଆମିକସ୍‌କ୍ୟୁରୀଙ୍କ ରିପୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅସିବା ପରେ ପଦାରେ ପଡ଼ିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
 high court

high court

ରାଜ୍ୟ ଗଣଶିକ୍ଷା ବିଭାଗ ସଚିବଙ୍କୁ ହାଇକୋର୍ଟ ଦେଲେ କଡ଼ା ନିର୍ଦ୍ଦେଶ। ସମସ୍ତ ସରକାରୀ ପ୍ରାଇମେରୀ ସ୍କୁଲରେ ତୁରନ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆବଶ୍ୟକ ସଂଖ୍ୟକ ଶ୍ରେଣୀ ଗୃହ, ପୃଥକ ଟଏଲେଟ୍, ପାନୀୟଜଳ ଓ ବିଦ୍ୟୁତ୍ ସଂଯୋଗ ପ୍ରଭୃତି ମୌଳିକ ସୁବିଧା ଯୋଗାଇ ଦେବାକୁ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ।

Advertisment

ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନ ଥିବା ନେଇ ଆମିକସ୍‌କ୍ୟୁରୀ ରିପୋର୍ଟ ଦାଖଲ କରିବା ପରେ ଆଜି ଏହି କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ହାଇକୋର୍ଟ। 

ରାଜ୍ୟ ସରକାର ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବାର ମିଛ ବାହାସ୍ଫୋଟ ଆମିକସ୍‌କ୍ୟୁରୀଙ୍କ ରିପୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅସିବା ପରେ ପଦାରେ ପଡ଼ିଛି।

Advertisment

ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡିକରେ ଛାତ୍ରଛାତ୍ରୀଙ୍କୁ ମୌଳିକ ସୁବିଧା ଦିଆଯାଉ ନ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଖେଳ ପଡିଆ ତ ଦୂରର କଥା, ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ଟଏଲେଟ୍ ବ୍ୟବସ୍ଥା ନାହିଁ। ସେହିପରି ଆବଶ୍ୟକ ସଂଖ୍ୟକ କ୍ଲାସ୍ ରୁମ୍ ମଧ୍ୟ ବହୁ ସ୍କୁଲରେ ନାହିଁ। ପାନୀୟ ଜଳ ସମସ୍ୟା ସ୍କୁଲ ଗୁଡିକରେ ରହିଛି। ଆଜି ହାଇକୋର୍ଟରେ ଅମିକସକ୍ୟୁରୀ ଏ ନେଇ ରିପୋର୍ଟ ଦାଖଲ କରିଛନ୍ତି।

ବିଶେଷକରି ବୌଦ୍ଧ ଜିଲ୍ଲାର ୭ ଗୋଟି ପ୍ରାଇମେରୀ ସ୍କୁଲକୁ ସାମ୍ପୁଲ ଭାବରେ ନେଇ ଉକ୍ତ ସ୍କୁଲ ଗୁଡିକରେ ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ରିପୋର୍ଟ ଦାଖଲ କରିଛନ୍ତି ଅମିକସକ୍ୟୁରୀ। ଉକ୍ତ ସ୍କୁଲଗୁଡିକରେ ଶୌଚାଳୟ ନଥିବା ରିପୋର୍ଟରେ ଦର୍ଶା ଯାଇଛି। ସେହିପରି କ୍ଳାସ ରୁମ, ପାନୀୟ ଜଳ, ବିଦ୍ୟୁତ ବ୍ୟବସ୍ଥା ଠାରୁ ଆରମ୍ଭ କରି ସ୍କୁଲରେ ଅନେକ ମୌଳିକ ସମସ୍ୟା ରହିଥିବା ନେଇ ଅମିକସକ୍ୟୁରୀ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

କୋର୍ଟ ଏହି ମାମଲାକୁ ଅତି ଗୁରୁତ୍ୱ ସହ ନେଇ ସମସ୍ୟାଗୁଡିକର ତୁରନ୍ତ ସମାଧାନ ପାଇଁ ଗଣଶିକ୍ଷା ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବୌଦ୍ଧ ଜିଲ୍ଲାର ଏହି ୭ ଗୋଟି ସାମ୍ପୁଲ ସ୍କୁଲ ସମେତ ରାଜ୍ୟରେ ଥିବା ବିଭିନ୍ନ ପ୍ରାଇମେରୀ ବିଦ୍ୟାଳୟ ଗୁଡିକରେ ଏହି ମୌଳିକ ସୁବିଧାଗୁଡିକ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏପ୍ରିଲ ୨୭ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

Odisha Highcourt School Condition Odisha School Failed