5bn1
ଚୌଦ୍ୱାର:(ଓଡ଼ିଶା ରିପୋର୍ଟର) କଟକଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ହାରିଅନ୍ତା ନିକଟରେ ମହିଳାଙ୍କ ଠାରୁ ସୁନା ହାର ଝାମ୍ପିନେଲେ ଦୁର୍ବୃତ୍ତ । କଳା ପଲସରରେ ଆସି ମହିଳାଙ୍କ ବେକରୁ ଲୁଟିଲେ ସୁନା । ପ୍ରତିବାଦ କରିବାରୁ ବନ୍ଧୁକରୁ କଲେ ଦୁଇ ରାଉଣ୍ଡ ଗୁଳି ଚାଳନା । ହେଲେ ଅଳ୍ପକେ ବର୍ତ୍ତିଗଲେ ମହିଳା। ଖବର ପାଇ ଘଟଣା ସ୍ଥଳରେ ଟାଙ୍ଗୀ ପୁଲିସ ପହଞ୍ଚି ଛାନଭିନ କରୁଛି ।
ହରିଅନ୍ତା ଗ୍ରାମର ଲିଙ୍ଗରାଜ ରାଉତଙ୍କ ସ୍ତ୍ରୀ ମମତା ରାଉତ ବାପ ଘରୁ ଫେରୁଥିଲେ। ବସରୁ ଓହ୍ଲାଇ ରାଜପଥରୁ ଗାଁ ଆଡ଼କୁ ଚାଲିଚାଲି ଯାଉଥିବା ସମୟରେ ୨ ଜଣ ଲୁଟେରା କଳା ରଙ୍ଗର ପଲସର ବାଇକରେ ଆସି ମହିଳା ପିନ୍ଧିଥିବା ସୁନାହାର ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ମହିଳା ଜଣକ ପତିବାଦ କରିବାରୁ ଲୁଟେରା ମାନେ ଫାଙ୍କା ୨ ରାଇଣ୍ଡ ଗୁଳି ଚାଳନା କରିଥିଲେ । ମହିଳା ଜଣକ ଭୟଭୀତ ହେବା ପରେ ତାଙ୍କ ଠାରୁ ସୁନା ଲୁଟକରି ନେଇଛନ୍ତି ।ମହିଳା ଜଣକ କହିଛନ୍ତି ଯେ, ବାପ ଘରକୁ ଯାଇଥିଲି, ଫେରିଲା ବେଳେ ଦୁଇ ଜଣ ମୁଣ୍ଡରେ ବନ୍ଧୁକ ଲଗାଇ ଫାୟାରିଂ କଲେ। ହେଲେ ମୁଁ ସୌଭାଗ୍ୟବସତଃ ବଞ୍ଚିଗଲି। ଆଉ ମୋଠାରୁ ଗହଣା ଲୁଟିନେଲେ। ଟାଙ୍ଗୀ ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ଛାନଭିନ କରୁଛି l
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/5bn1.jpg)