Advertisment

ଗୋଲ୍ଡ ମାସ୍କ ପାଇଁ ଚର୍ଚ୍ଚାରେ ସିଲଭର୍ ସିଟିର ଗୋଲ୍ଡେନ ମ୍ୟାନ୍

କଟକ (ଓଡ଼ିଶା ରିପୋର୍ଟର): ସାରା ଶରୀରରେ ଛାଉଣି ହୋଇଛି ସୁନା। ଆଠଟା ଅଙ୍ଗୁଳିରେ ଆଠ ସୁନାର ମୁଦି, ବେକରେ ଝୁଲିଛି ଏକରୁ ଅଧିକ ମୋଟା ହାର। ଡାହାଣ ହାତରେ ସୁନେଲି ବ୍ରେସଲେଟ୍ ପୁଣି ବାଁ ହାତରେ ସ୍ୱର୍ଣ୍ଣିମ ଘଣ୍ଟା। ଅଙ୍ଗ ପ୍ରତ୍ୟଙ୍ଗ ସୁନାରେ ଝଟକୁଥିଲେ ହେଁ ସମସ୍ତଙ୍କ ନଜର ଏବେ କିନ୍ତୁ ତାଙ୍କ ମୁହଁର ମାସ୍କ ଉପରେ। ଆମେ କହୁଛୁ ରୌପ୍ୟ ନଗରୀର ଗୋଲ୍ଡେନ୍ ମ୍ୟାନ୍- ଆଲୋକ ମହାନ୍ତିଙ୍କ କଥା। କୋଭିଡ୍-19ର ମୁକାବିଲା ପାଇଁ ସୁନା ତିଆରି […]

ଗୋଲ୍ଡ ମାସ୍କ ପାଇଁ ଚର୍ଚ୍ଚାରେ ସିଲଭର୍ ସିଟିର ଗୋଲ୍ଡେନ ମ୍ୟାନ୍

gold

Advertisment

କଟକ (ଓଡ଼ିଶା ରିପୋର୍ଟର): ସାରା ଶରୀରରେ ଛାଉଣି ହୋଇଛି ସୁନା। ଆଠଟା ଅଙ୍ଗୁଳିରେ ଆଠ ସୁନାର ମୁଦି, ବେକରେ ଝୁଲିଛି ଏକରୁ ଅଧିକ ମୋଟା ହାର। ଡାହାଣ ହାତରେ ସୁନେଲି ବ୍ରେସଲେଟ୍ ପୁଣି ବାଁ ହାତରେ ସ୍ୱର୍ଣ୍ଣିମ ଘଣ୍ଟା। ଅଙ୍ଗ ପ୍ରତ୍ୟଙ୍ଗ ସୁନାରେ ଝଟକୁଥିଲେ ହେଁ ସମସ୍ତଙ୍କ ନଜର ଏବେ କିନ୍ତୁ ତାଙ୍କ ମୁହଁର ମାସ୍କ ଉପରେ। ଆମେ କହୁଛୁ ରୌପ୍ୟ ନଗରୀର ଗୋଲ୍ଡେନ୍ ମ୍ୟାନ୍- ଆଲୋକ ମହାନ୍ତିଙ୍କ କଥା। କୋଭିଡ୍-19ର ମୁକାବିଲା ପାଇଁ ସୁନା ତିଆରି ମାସ୍କ ପିନ୍ଧି ଚର୍ଚ୍ଚାରେ ଅଛନ୍ତି କଟକର ଆଲୋକ।
/>ଆପଣ ଦେଖୁଥିବା ଏହି ଏନ-୯୫ ମାସ୍କ ଉପରେ ରହିଛି ଶହେ ଗ୍ରାମର ସୁନା। ସିଲଭର ସିଟିର ଏହି ଗୋଲଡେନ୍ ମ୍ୟାନଙ୍କ କହିବା କଥା, ସୁନା ପ୍ରତି ରହିଛି ତାଙ୍କର ଅହେତୁକ ଦୁର୍ବଳତା। ଏହି ଦୁର୍ବଳତା ପରବର୍ତ୍ତୀ ସମୟରେ ନିଶା ପାଲଟିଯାଇଛି। ଆଲୋକଙ୍କ ସୁନା ସଉକ ତାଙ୍କ ସାରା ଶରୀର କହୁଛି। ଏପିରିକି ତାଙ୍କ ଟୋପିରେ ବି ରହିଛି ସୁନାର ପ୍ରଲେପ। ମହାମାରୀ କରୋନାର ମୁକାବିଲା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ସେଥିପାଇଁ ବିଭିନ୍ନ ପ୍ରକାରର ମାସ୍କ ପିନ୍ଧିବା ଏବେ ଟ୍ରେଣ୍ଡ ପାଲଟିଛି। ଆଉ ଏହି ଟ୍ରେଣ୍ଡକୁ ନିଆରା ରୂପ ଦେଇଛନ୍ତି କଟକିଆ ଆଲୋକ।

Advertisment

ବମ୍ବେର ଜଣେ ବ୍ୟକ୍ତିଙ୍କ ସୁନା ମାସ୍କ ଟିଭିରୁ ଦେଖିବା ପରେ ନିଜେ ଏପରି ଏକ ମାସ୍କ ପିନ୍ଧିବା ପାଇଁ ସେ ଉତ୍ସାହିତ ହୋଇ ପଡ଼ିଥିଲେ। ସେ ନିଜ ସଉକ ପାଇଁ ସୁନାର ମାସ୍କ ତ ପିନ୍ଧୁଛନ୍ତି ତେବେ, ଲୋକେ ନିଜ ସୁରକ୍ଷା ପାଇଁ ଯେ କୌଣସି ପ୍ରକାରର ମାସ୍କ ପରିଧାନ କରିବାକୁ ଆଲୋକ ପରାମର୍ଶ ଦେଇଛନ୍ତି।

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe