Advertisment

କଟକରେ କଲେଜ ଛାତ୍ରୀଙ୍କୁ ନିଆଁ ଲଗାଇ ଦେଲେ

କଟକ(ଦେବାଶିଷ ମହାନ୍ତି): ହାତଗୋଡ଼ ବାନ୍ଧି ଘର ଭିତରେ କଲେଜ ଛାତ୍ରୀଙ୍କୁ ନିଆଁ ଲଗାଇ ପୋଡ଼ି ଦେବାକୁ ଉଦ୍ୟମ କରାଯାଇଛି। କିନ୍ତୁ ସୌଭାଗ୍ୟ ବଶତଃ ଯୁବତୀଙ୍କୁ ଠିକଣା ସମୟରେ ଉଦ୍ଧାର କରାଯାଇଛି। ଆଜି ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ମାନସିଂହପାଟଣାରେ। ଯେଉଁଠାରେ ଘର ଭିତରୁ ଗୁରୁତର ଅବସ୍ଥାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଘର ଭିତରେ ଉଦ୍ଧାର ଯୁବତୀଙ୍କ ହାତଗୋଡ଼ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ଗୁରୁତର ଯୁବତୀଙ୍କୁ SCB ସ୍ଥାନାନ୍ତର କରାଯାଇଛି। ତେବେ […]

ଜଳନ୍ତା ଘରୁ ଛାତ୍ରୀଙ୍କୁ ଉଦ୍ଧାର ମାମଲା, ପୁଲିସ୍ ସ୍କାନରରେ ପୀଡ଼ିତାଙ୍କ ସମ୍ପର୍କୀୟ

ctc

Advertisment

କଟକ(ଦେବାଶିଷ ମହାନ୍ତି): ହାତଗୋଡ଼ ବାନ୍ଧି ଘର ଭିତରେ କଲେଜ ଛାତ୍ରୀଙ୍କୁ ନିଆଁ ଲଗାଇ ପୋଡ଼ି ଦେବାକୁ ଉଦ୍ୟମ କରାଯାଇଛି। କିନ୍ତୁ ସୌଭାଗ୍ୟ ବଶତଃ ଯୁବତୀଙ୍କୁ ଠିକଣା ସମୟରେ ଉଦ୍ଧାର କରାଯାଇଛି। ଆଜି ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ମାନସିଂହପାଟଣାରେ। ଯେଉଁଠାରେ ଘର ଭିତରୁ ଗୁରୁତର ଅବସ୍ଥାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।

Advertisment

ଘର ଭିତରେ ଉଦ୍ଧାର ଯୁବତୀଙ୍କ ହାତଗୋଡ଼ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ଗୁରୁତର ଯୁବତୀଙ୍କୁ SCB ସ୍ଥାନାନ୍ତର କରାଯାଇଛି। ତେବେ ଏହି ନିଆଁ କିଏ ଲଗାଇଲା, ତାହା ଅସ୍ପଷ୍ଟ ରହିଛି। ଯୁବତୀ ସ୍ଥାନୀୟ ଜଣେ କଲେଜର ଛାତ୍ରୀ ଏବଂ ସେ ଭଡ଼ାଘରେ ରହୁଥିଲେ।  ପ୍ରେମ ବେପାରକୁ ନେଇ ଏମିତି ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ପୁଲିସ୍ ଜାଣିବାକୁ ପାଇଛି। ପୁଲିସ୍ ଏବେ ଯୁବତୀଙ୍କ ବାପାଙ୍କୁ ପଚରାଉଚରା କରୁଛି।

ତେବେ ଘର ମାଲିକ ଓ ପୀଡ଼ିତାଙ୍କ କହିବା ଅନୁଯାୟୀ, ଚାରିଜଣ ଦୁବୃର୍ତ୍ତ ଆସି ଯୁବତୀଙ୍କୁ ପ୍ରଥମେ ଇଞ୍ଜେକ୍ସନ ଦେଇଥିଲେ। ଏହା ପରେ ଚାରିଜଣ ଦୁବୃର୍ତ୍ତ ଯୁବତୀଙ୍କ ହାତଗୋଡ଼ ବାନ୍ଧି ତାଙ୍କ ଦେହରେ ନିଆଁ ଲଗାଇଥିଲେ। ତେବେ ଯୁବତୀ ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ମାଡ଼ି ଆସିଥିଲେ। ଏହା ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛି।

Advertisment

ଯୁବତୀ ଜଣକ ମାନସିଂହପାଟଣାରେ ଗତ ଦୁଇ ମାସ ଧରି ଭଡ଼ାରେ ରହିଆସୁଥିବା ସୂଚନା ମିଳିଛି। ଆଜି ତାଙ୍କ ପରିବାର ଲୋକ କେହି ନଥିଲେ। ଯାହାର ଫାଇଦା ଉଠାଇ କିଛି ଦୁବୃର୍ତ୍ତ ଘରେ ପଶି ନିଆଁ ଲଗାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକ ଓ ସର୍ମ୍ପକୀୟଙ୍କ କହିବା ଅନୁଯାୟୀଙ୍କ ଯୁବତୀଙ୍କ ଦେହରେ ଅନେକ କ୍ଷତ ଚିହ୍ନ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe