Advertisment

ରାଜ୍ୟରେ ଅଣ ସଂଗଠିତ କର୍ମଚାରୀଙ୍କୁ ଚିହ୍ନଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆସନ୍ତା ମାସକ ମଧ୍ୟରେ ଏ ନେଇ କୋର୍ଟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି। ଆସନ୍ତା ଜୁଲାଇ ୬ରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।

High Court

High Court

Advertisment

ରାଜ୍ୟରେ ଅଣ ସଂଗଠିତ କର୍ମଚାରୀଙ୍କୁ ଚିହ୍ନଟ କରିବା ପାଇଁ ଉଚ୍ଚ ସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇ ଅଣ ସଂଗଠିତ କର୍ମଚାରୀ କେତେ ଅଛନ୍ତି, ସେମାନଙ୍କର ପଞ୍ଜିକରଣ କିପରି କରାଯିବ, କିପରି ସେମାନଙ୍କୁ “ଅଣ ସଂଗଠିତ କର୍ମଚାରୀ ସାମାଜିକ ସୁରକ୍ଷା ଆକ୍ଟରେ” ସାମିଲ କରାଯାଇ ପାରିବ, ସଚେତନତା କାର୍ଯ୍ୟକ୍ରମ କିପରି କରାଯିବ ସେ ନେଇ ଏକ ବ୍ଲୁ ପ୍ରିଣ୍ଟ ତିଆରି କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ହୋଇଛି।

Advertisment

ଆସନ୍ତା ମାସକ ମଧ୍ୟରେ ଏ ନେଇ କୋର୍ଟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି। ଆସନ୍ତା ଜୁଲାଇ ୬ରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। ଆବେଦନକାରୀଙ୍କ ଆଇନଜୀବୀ ମୃଣାଳିନୀ ପାଢୀ ଏନେଇ ସୂଚନା ଦେଇଛନ୍ତି।

ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦାୟର ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Advertisment
Odisha Highcourt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe