kunduli-2
କଟକ(ଓଡ଼ିଶା ରିପୋର୍ଟର):ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁର୍ଷ୍କମ ଏବଂ ଆତ୍ମହତ୍ୟା ମାମଲାର ତଦନ୍ତ କରିବ ତିନିଜଣିଆ ଏସ୍ଆଇଟି। ୩ ଜଣ ଡିଆଇଜି ରାଙ୍କର ଅଧିକାରୀଙ୍କୁ ନେଇ ଏସ୍ଆଇଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
କୁନ୍ଦୁଲି ସମ୍ପର୍କିତ ଏକାଧିକ ମାମଲାର ଏକକାଳୀନ ଶୁଣାଣି କରି ହାଇକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । କୁନ୍ଦୁଲି ଘଟଣାର ସିବିଆଇ ତଦନ୍ତ ଦାବିରେ ଏକାଧିକ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କ ମାଙ୍କ ପକ୍ଷରୁ ମଧ୍ୟ ଅନୁରୂପ ମାମଲା ଦାୟାର କରାଯାଇଛି । ତେବେ ସିବିଆଇ ତଦନ୍ତ ପରିବର୍ତ୍ତେ ଏସ୍ଆଇଟି ତଦନ୍ତ ପାଇଁ କୋର୍ଟ ପୂର୍ବରୁ ନାଁ ସୁପାରିଶ କରିବାକୁ ଆବେଦନକାରୀଙ୍କୁ କହିଥିଲେ। ତେବେ ଡିଆଇଜି ରାଙ୍କର କେଉଁ ୩ ଜଣ ଅଧିକାରୀଙ୍କୁ ନେଇ ଏସ୍ଆଇଟି ଗଠନ କରାଯିବ, ସେନେଇ ସ୍ପଷ୍ଟ ହୋଇନଥିବାବେଳେ ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/11/kunduli-2.jpg)