Advertisment

ଧର୍ମ ପରିବର୍ତ୍ତନ ପାଇଁ ପତ୍ନୀଙ୍କ ଉପରେ ଚାପ ପକାଉଥିଲେ ହ୍ୟୁମାନ!

ବାହାଘର ପରେ ହ୍ୟୁମାନ ବରାବର ଯୌତୁକ ମାଗୁଥିଲେ। ଯେଉଁଥିପାଇଁ ଶ୍ରୀୟାଙ୍କ ବାପ ଘର ଲୋକ ହ୍ୟାମାନଙ୍କୁ ଥରେ ୧୦ ଲକ୍ଷ ଓ ଆଉ ଥରେ ୫ ଲକ୍ଷ ଟଙ୍କା ଦେଇଥିଲେ।

Shria and Human

Shria and Human

Advertisment

ରୋମାଣ୍ଟିକ୍‌ ଗୀତ ଗାଇ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ହ୍ୟୁମାନ୍‌ ସାଗରଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ସେ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କୁ ଦେଉଥିଲେ ମାନସିକ ଓ ଶାରୀରିକ ନିର୍ଯାତନା। ଖାଲି ନିର୍ଯାତନା ନୁହେଁ, ଶ୍ରୀୟାଙ୍କୁ ଖ୍ରୀଷ୍ଟିଆନ୍‌ ଧର୍ମ ଗ୍ରହଣ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କରିଛନ୍ତି ଶ୍ରେୟାଙ୍କ ଓକିଲ ଅନୀଲ ରାୟ।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ରାୟ କହିଛନ୍ତି, ଶ୍ରୀୟା ମିଶ୍ର ହେଉଛନ୍ତି ବ୍ରାହ୍ମଣ ଘରର ଝିଅ। ଆଉ ହ୍ୟୁମାନ ସାଗର ହେଉଛନ୍ତି ଖ୍ରୀଷ୍ଟିଆନ୍‌। ବିବାହ ପରେ ଶ୍ରୀୟାଙ୍କ ଧର୍ମ ପରିବର୍ତ୍ତନ ପାଇଁ ଚେଷ୍ଟା କରାଯାଇଥିଲା। ମାତ୍ର ଏଥିରେ ଶ୍ରୀୟା ରାଜି ହୋଇନଥିଲେ। ଏହା ପରେ ଶ୍ରୀୟାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଶ୍ରେୟାର ତଣ୍ଟିଚିପି ମାରି ଦେବାକୁ ଉଦ୍ୟମ ହେଉଥିଲା। ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଉଠିଥିବା ଝଡ଼ ସମାଧାନ ପାଇଁ ଶ୍ରୀୟାଙ୍କ ପରିବାର ଲୋକ ବହୁ ବାର ଚେଷ୍ଟା କରିଥିଲେ। ହେଲେ କୌଣସି ସମାଧାନର ରାସ୍ତା ବାହାରିନଥିଲା। ବରଂ ନିର୍ଯାତନା ବଢ଼ିଥିଲା ବୋଲି ଶ୍ରୀ ରାୟ ଗଣମାଧ୍ୟମକୁ କହିଛନ୍ତି।

ସେ ଆହୁରି କହିଛନ୍ତି, ବାହାଘର ପରେ ହ୍ୟୁମାନ ବରାବର ଯୌତୁକ ମାଗୁଥିଲେ। ଯେଉଁଥିପାଇଁ ଶ୍ରୀୟାଙ୍କ ବାପ ଘର ଲୋକ ହ୍ୟାମାନଙ୍କୁ ଥରେ ୧୦ ଲକ୍ଷ ଓ ଆଉ ଥରେ ୫ ଲକ୍ଷ ଟଙ୍କା ଦେଇଥିଲେ। ଏପରିକି ଗୋଟିଏ କାର୍‌ କିଣି ମଧ୍ୟ ଦେଇଥିଲେ ଶ୍ରୀୟାଙ୍କ ଓକିଲ୍‌ ଅନୀଲ ରାୟ।

Advertisment

ଅନ୍ୟପକ୍ଷରେ ଶ୍ରୀୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର କହିଛନ୍ତି ହ୍ୟୁମାନଙ୍କର ଅନ୍ୟ ଝିଅ ସହ ସଂପର୍କ ରହିଛି। ଝିଅର ଡେଲିଭରି ପରଠାରୁ ନିର୍ଯାତନା ଦେଉଥିଲେ ହ୍ୟୁମାନ। ନିଶା ଖାଇ, ମଦ ପିଇ ସବୁଦିନ ମାରଧର କରୁଥିଲେ। ଏମିତିକି ଝିଅର ତଣ୍ଟିଚିପି ମାରିଦେବାକୁ ଚେଷ୍ଟା କରିଥିଲେ ହ୍ୟୁମାନ। ତାଙ୍କର ଅନ୍ୟ ମହିଳାଙ୍କ ସହ ସଂପର୍କ ଥିବା ମଧ୍ୟ ଆମେ ଶୁଣୁଛୁ। ଅଧିକ ଯୌତୁକ ମାଗି ମଦ ପିଇ ଶ୍ରୀୟାଙ୍କୁ ମାଡ଼ ମାରୁଥିଲେ। ସମାଧାନ ପାଇଁ ଆମେ ବହୁତ ଚେଷ୍ଟା କରିଥିଲୁ। ନିର୍ଯାତନା ଅତ୍ୟଧିକ ହେବାରୁ ୫ ମାସ ହେଲା ଝିଅ ଆମ ପାଖରେ ରହୁଛି ବୋଲି ଶ୍ରୀକାନ୍ତ ମିଶ୍ର କହିଛନ୍ତି।

ଶ୍ରୀୟା ଆଣିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ହ୍ୟୁମାନ ସାଗର। ସେ କହିଛନ୍ତି, ଆସିଥିବା ଅଭିଯୋଗ ସବୁ ମିଛ। ମୁଁ କାହିଁକି ହତ୍ୟା ଉଦ୍ୟମ କରିବି? ମୁଁ କ’ଣ ମର୍ଡରର? ଧର୍ମ ପରିବର୍ତ୍ତନ ପାଇଁ ମୁଁ ଆଦୌ ଚାପ ପକାଇନି ବୋଲି ହ୍ୟୁମାନ କହିଛନ୍ତି।

ମହିଳା ଥାନାରେ ଆଲୋଚନା ପରେ ଏସିପି ଅମିତାଭ ମହାପାତ୍ର କହିଛନ୍ତି, ଉଭୟ ପକ୍ଷ ୨ ଦିନ ସମୟ ନେଇଛନ୍ତି। ୨ ଦିନ ପରେ ପୁଣି ଆସିବେ। ୨ ଦିନ ମଧ୍ୟରେ ଆପୋସ ସମାଧାନ ନହେଲେ ମାମଲା ହେବ। ମାମଲା ରୁଜୁ କରାଯାଇ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସୂଚନାରୁ ପ୍ରକାଶ, ବାଲେଶ୍ୱରର ଝିଅ ଶ୍ରୀୟା ମିଶ୍ରଙ୍କୁ ପ୍ରେମ ବିବାହ କରିଥିଲେ ହ୍ୟୁମାନ ସାଗର। ଉଭୟ ସମାନ ପ୍ରଫେସନ୍‌ରେ ଥିବାରୁ ଲଭ୍‌ ମ୍ୟାରେଜ କରିଥିଲେ। ହେଲେ ବାହାଘର ପରେ ଶ୍ରୀୟାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ଯେଉଁଥିପାଇଁ ଶ୍ରୀୟା ନିଜ ବାପ ଘରକୁ ଚାଲି ଯାଇଥିଲେ। ଦୁଇ ଦିନ ତଳେ ସେ କଟକ ମହିଳା ଥାନାରେ ଏନେଇ ଅଭିଯୋଗ କରିଥିଲେ। କମିଶନରେଟ୍‌ ପୁଲିସ୍‌ ନୋଟିସ୍‌ କ୍ରେମ ଉଭୟ ଆଜି ମହିଳା ଥାନାରେ ହାଜର ହୋଇଥିଲେ। ଉଭୟଙ୍କ ଭିତରେ ଥିବା ମନୋମାଳିନ୍ୟ ଦୂର କରିବାକୁ ଚେଷ୍ଟା କରାଯାଇଥିଲା। ଉଭୟଙ୍କୁ ୨ ଦିନ ସମୟ ଦିଆଯାଇଥିବା କଟକ ଏସିପି ଗଣମାଧ୍ୟମକୁ କହିଛନ୍ତି।

Family Dispute Human Sagar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe