Advertisment

ଆଜି ଥିଲା ତାରିଖ, ହେଲେ ହାଜର ହେବେନି ହ୍ୟୁମାନ ଓ ଶ୍ରୀୟା

ଆଜି ଥାନାରେ ହାଜର ହେବା ନେଇ ଗତକାଲି ଗଣମାଧ୍ୟମ ଆଗରେ ସୂଚନା ଦେଇଥିଲେ ହ୍ୟୁମାନ

ଅଦ୍ୟତନ ହୋଇଛି
humane sagar and his wife shriya

humane sagar and his wife shriya

Advertisment

ଆଜି କଟକ ମହିଳା ଥାନାରେ ହାଜର ହେବେ ନାହିଁ  ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର। ଆଜି କାଉନସେଲିଂ ପାଇଁ ତାରିଖ ରହିଥିବା ବେଳେ ଶ୍ରୀୟା ଉପସ୍ଥିତ ରହି ପାରିବେ ନାହିଁ ବୋଲି ଜଣାଇଥିଲେ। ଫଳରେ ୩୦ ତାରିଖରେ ଉଭୟେ କଟକ ମହିଳା ଥାନାରେ ହାଜର ହେବା ନେଇ କଟକ ଜୋନ୍ ୨ ଏସିପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ଶ୍ରୀୟା ବ୍ୟକ୍ତିଗତ କାମରେ ୨୯ ତାରିଖ ପର୍ଯ୍ୟନ୍ତ ବ୍ୟସ୍ତ ରହିବେ ବୋଲି ଜଣାଇଥିଲେ। ସେଥିପାଇଁ ସେ ୩୦ ତାରିଖରେ ହାଜର ହେବେ ବୋଲି କହିଥିଲେ।   ଆମେ ଏହି କଥା ହ୍ୟୁମାନଙ୍କ ଜଣାଇ ଦେଉଛୁ। ହ୍ୟୁମାନ ମଧ୍ୟ ରାଜି ଅଛନ୍ତି। ଉଭୟ ୩୦ ତାରିଖ ସକାଳ ୧୦ଟା ସମୟରେ ଥାନାରେ ହାଜର ହୋଇ ପକ୍ଷ ରଖିବେ।

ହ୍ୟୁମାନ ସାଗର ତାଙ୍କ ପତ୍ନୀଙ୍କୁ ନିଶାସକ୍ତ ଅବସ୍ଥାରେ ମାରପିଟ ତଥା ଗାଳିଗୁଲଜ କରୁଥିବା କିଛି ଦିନ ତଳେ ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଅଭିଯୋଗ କରିଥିଲେ। ଏନେଇ ଉଭୟ ୧୯ ତାରିଖରେ କଟକ ମହିଳା ଥାନାରେ ଉଭୟ  ହାଜର ହୋଇଥିଲେ। ଆପୋଷ ସମାଧାନ ପାଇଁ ହ୍ୟୁମାନ ସାଗର  ଓ ତାଙ୍କ ପତ୍ନୀ ଦୁଇ ଦିନ ମହଲତ ନେଇଥିଲେ।  ମହଲତ ସରୁଥିବାରୁ ଉଭୟ ଆଜି ଥାନାରେ ହାଜର ହୋଇଥାନ୍ତେ।  
Advertisment

ଆଜି ଥାନାରେ ହାଜର ହେବା ନେଇ ଗତକାଲି ଗଣମାଧ୍ୟମ ଆଗରେ ସୂଚନା ଦେଇଥିଲେ ହ୍ୟୁମାନ। ଅନ୍ୟପକ୍ଷରେ ପତ୍ନୀ ଶ୍ରୀୟା ମିଶ୍ର ଆସନ୍ତା ୩୦ ତାରିଖରେ ମହିଳା ଥାନାରେ ହାଜର ହେବେ ବୋଲି ଗତକାଲି ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଥିଲେ। ଏହାସହ ହ୍ୟୁମାନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ମିଡିଆ ସାମ୍ନାରେ ମୁହଁ ଖୋଲି ଘର କଳିର ଗୁମର ଖୋଲିଥିଲେ ଶ୍ରୀୟା। ହ୍ୟୁମାନ ସାଗର କେମିତି ମଦ ପିଇ ତାଙ୍କୁ ମାଡ଼ ମାରନ୍ତି ଏବଂ ତୃତୀୟ ପକ୍ଷର ଏଣ୍ଟ୍ରି ପାଇଁ ହିଁ ତାଙ୍କ ଘରେ ଅଶାନ୍ତି ହୋଇଥିବା ଅଭିଯୋଗ ଆଣିଥିଲେ ପତ୍ନୀ। ଅନ୍ୟପକ୍ଷରେ ପତ୍ନୀଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ହ୍ୟୁମାନ ସାଗର। ବିବାଦ ଭିତରେ କିନ୍ତୁ ଉଭୟ ଆପୋସ ବୁଝାମଣା ପାଇଁ ଆଶା ବାନ୍ଧିଛନ୍ତି।

Domestic Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe