Advertisment

ମୁହଁ ଖୋଲିଲେ ଶ୍ରୀୟା: ଭୋଗ ଖାଇଲେ ପାପ ହେବ ବୋଲି କହୁଥିଲେ

‘ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଥିଲା। ସେମାନେ ମୋତେ ସିନ୍ଦୂର ଓ ଟିକିଲି ପିନ୍ଧିବାକୁ ଦିଅନ୍ତି ନାହିଁ। ଅଳତା ଲଗାଇପାରେ ନାହିଁ। ଭୋଗ ଖାଇବାକୁ ମନା କରନ୍ତି। ଭୋଗ ଖାଇଲେ ପାପ ବୋଲି ସେମାନେ କହୁଥିଲେ।’

Humane Sagar and his wife Shriya

Humane Sagar and his wife Shriya

Advertisment

ମୁହଁ ଖୋଲିଲେ ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା। ସ୍ୱାମୀ ଓ ଶାଶୂଙ୍କର ସବୁ ଅଭିଯୋଗକୁ ଖଣ୍ଡନ କଲେ। ଆଉ ନିର୍ଯାତନାର କଳା କାହାଣୀ ବର୍ଣ୍ଣନା କଲେ। ଶ୍ରୀୟା କହିଲେ, ମଦ ପିଇବାକୁ ବାରଣ କଲି ବୋଲି ମୋତେ ମାଡ଼ ମାରୁଥିଲେ। ତେବେ ନିର୍ଯାତନା ଅସହ୍ୟ ହେବାରୁ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହେଲି ବୋଲି ଶ୍ରୀୟା କହିଛନ୍ତି।

Advertisment

ଆଜି ଶ୍ରୀୟା କହିଛନ୍ତି, ଝିଅ ଜନ୍ମ ପରଠାରୁ ଅର୍ଥାତ ୫ ବର୍ଷ ଧରି ମାନସିକ ଓ ଶାରୀରିକ ନିର୍ଯାତନା ପାଉଥିଲି। ମୋ’ ସ୍ୱାମୀ ଜଣେ ବଡ଼ ସେଲିବ୍ରିଟି ହୋଇଥିବାରୁ ଆମେ(ସ୍ୱାମୀ-ସ୍ତ୍ରୀ) ଆପୋଷ ସମାଧାନ କରିଦେଉଥିଲୁ। ତେବେ ଗତ ୬ ମାସ ହେଲା ନିର୍ଯାତନା ବଢ଼ି ଯାଇଥିଲା। ମୋ ବାପା, ମାଆ ଓ ବନ୍ଧୁବାନ୍ଧବ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ହେଲେ କିଛି ଫଳ ମିଳିନଥିଲା। ଶେଷରେ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହେଲି ବୋଲି ଶ୍ରୀୟା କହିଛନ୍ତି।

ନିର୍ଯାତନା ନେଇ ଶ୍ରୀୟା କହିଛନ୍ତି, ହ୍ୟୁମାନ ସବୁବେଳେ ମଦ ପିଉଥିଲେ। କିନ୍ତୁ ତାଙ୍କୁ ବାରଣ କଲେ ମାଡ଼ ମାରୁଥିଲେ। ଅନେକ ସମୟରେ ଏମିତି ହୋଇଛି, ସେ ନିଶାସକ୍ତ ଅବସ୍ଥାରେ ଶୋ’ କରିପାରିନାହାନ୍ତି। ସେଥିପାଇଁ ବହୁ ଶୋ’ ଓ ରେକଡିଂ କ୍ୟାନସଲ୍‌ ହୋଇଛି। ଝିଅ ଜନ୍ମପରଠାରୁ ଏମିତି ନିର୍ଯାତନା ନିୟମିତ ଭାବେ ହେଉଥିଲା ବୋଲି ଶ୍ରୀୟା କହିଛନ୍ତି।

Advertisment

ଧର୍ମ ପରିବର୍ତ୍ତନ ନେଇ ସେ କହିଛନ୍ତି, ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଥିଲା। ସେମାନେ ମୋତେ ସିନ୍ଦୂର ଓ ଟିକିଲି ପିନ୍ଧିବାକୁ ଦିଅନ୍ତି ନାହିଁ। ଅଳତା ଲଗାଇପାରେ ନାହିଁ। ଭୋଗ ଖାଇବାକୁ ମନା କରନ୍ତି। ଭୋଗ ଖାଇଲେ ପାପ ବୋଲି ସେମାନେ କହୁଥିଲେ। ହ୍ୟୁମାନଙ୍କ ମାଆ ଓ ପରିବାର ଲୋକ ବାରଣ କରନ୍ତି ବୋଲି ଶ୍ରୀୟା କହିଛନ୍ତି।

ହ୍ୟୁମାନଙ୍କୁ ମଦ ପିଇବାକୁ ନେଇ ଶ୍ରୀୟା କହିଛନ୍ତି, ତାଙ୍କୁ ୩୩ ବର୍ଷ ହେଲାଣି। ତାଙ୍କର ବୁଦ୍ଧି ଅଛି। ଆମେ ମଧ୍ୟ ଗୋଟିଏ ଓଡ଼ିଆ ପରିବାରରୁ ଆସିଛୁ। ସାହି ପଡ଼ିଶା ଭିତରେ ରହିଛୁ। ଆମର ଇଜ୍ଜତ ମହତ ରହିଛି। ସେଲିବ୍ରିଟି ହିସାବରେ ସେ ସବୁବେଳେ ବାହାରେ ରୁହନ୍ତି। ଶୋ’ ଓ ରେକଡିଂ କରିବାକୁ ଯାଆନ୍ତି। ମୁଁ ବା ମୋ’ ବାପା ଓ ମାଆ ତାଙ୍କ ସାଙ୍ଗରେ ଯାଆନ୍ତିନି। ତାହାହେଲେ ତାଙ୍କୁ ଆମେ ମଦ କେମିତି ପିଆଇଦେଲୁ? ସେ କ’ଣ ଜଣେ ନବଜାତ ଶିଶୁ ହୋଇଛନ୍ତି? ଆମେ ତାଙ୍କୁ ମଦ ପିଆଇଦେଲୁ? ଆମ ଉପରେ ମିଛ ଅଭିଯୋଗ ଲଗାଇଛନ୍ତି ତାଙ୍କ ମାଆ ବୋଲି ଶ୍ରୀୟା କହିଛନ୍ତି।

କମ୍ପ୍ରମାଇଜ୍‌ ପାଇଁ ଚାହିଁଥିଲି। ସେମିତି କିଛି ଅସୁବିଧା ନାହିଁ। କିନ୍ତୁ ସେମାନେ ହାତ ବଢ଼ାନ୍ତୁ। ଖାଲି ମିଡ଼ିଆରେ ଦେଖାଇଦେଲେ ହୁଏନି। ମୁଁ ନିର୍ଯାତିତ ହୋଇଛି। ମୁଁ ବର୍ତ୍ତମାନ ସୁରକ୍ଷିତ ମଣୁନି। ହ୍ୟୁମାନଙ୍କଠାରୁ ସ୍ତ୍ରୀର ଅଧିକାର ପାଇଲେ ନିଶ୍ଚିତ ଯିବି।

କମ୍ପ୍ରମାଇଜ୍‌ ନେଇ ଶ୍ରୀୟା କହିଛନ୍ତି, କମ୍ପ୍ରମାଇଜ ପାଇଁ ଆମେ ରାଜି ଅଛୁ। ସେମିତି କିଛି ଅସୁବିଧା ନାହିଁ। ସେଥିପାଇଁ ସେମାନଙ୍କୁ ସେତିକି ହାତ ବଢ଼ିବାକୁ ପଡ଼ିବ। କମ୍ପ୍ରମାଇଜ କଥାଟା ଖାଲି ମିଡିଆରେ କହିଦେଲେ ହେବନି। ଆମେ ତୋତେ ମିସ୍‌ କରୁଛୁ ବୋଲି ଖାଲି କହିଲେ ହେବନି। ମୁଁ ସେଠାରେ ସେଫ୍ଟି ଫିଲ୍‌ କରୁନି। ଝିଅକୁ ମଧ୍ୟ ପିଟାପିଟି କରିଛନ୍ତି। ସ୍ତ୍ରୀର ମାନ୍ୟତା ଦେଇ ଫେରାଇ ନେଲେ, ମୁଁ ନିଶ୍ଚିତ ତାଙ୍କ ପାଖକୁ ଯିବି ବୋଲି ଶ୍ରୀୟା କହିଛନ୍ତି।

ଅନ୍ୟପକ୍ଷରେ ଶ୍ରୀୟା ଆସନ୍ତାକାଲି ପୁରୀର ଏକ ହୋଟେଲ୍‌ରେ ପ୍ରେସ୍‌ମିଟ୍‌ କରିବେ। ହ୍ୟୁମାନ ଓ ତାଙ୍କ ମାଆ ଆଣିଥିବା ସବୁ ଅଭିଯୋଗର ଜବାବ ଦେବେ ବୋଲି ପ୍ରେସ୍‌ରିଲିଜ୍‌ ମାଧ୍ୟମରେ ଜଣାଇଛନ୍ତି।

ସୂଚନାରୁ ପ୍ରକାଶ, ୨୦୧୫ ମସିହାରେ ଶ୍ରୀୟା ମିଶ୍ରଙ୍କୁ ହ୍ୟୁମାନ ସାଗର ପ୍ରେମ ବିବାହ କରିଥିଲେ। ବିବାହ ପରେ ଉଭୟ କଟକ ସିଡିଏରେ ରହୁଥିଲେ। ବିବାହ ୨ ବର୍ଷ ପରେ ଅର୍ଥାତ ୨୦୧୭ ମସିହାରେ ଝିଅ ଜନ୍ମ ହୋଇଥିଲା। ଏହା ପରଠାରୁ ଆରମ୍ଭ ହୋଇଥିଲା ନିର୍ଯାତନା।

Odisha Balasore Cuttack Human Sagar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe