/odisha-reporter/media/post_attachments/uploadimage/library/16_9/16_9_0/IMAGE_1674893888.jpg)
Hussain Rabigandhi
ବିଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କର ଶନିବାର ପରଲୋକ ହୋଇଯାଇଛି। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କଟକ ବଡ଼ ଡାକ୍ତରଖାନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ହୁସେନ ରବି ଗାନ୍ଧୀଙ୍କୁ ୭୫ ବର୍ଷ ହୋଇଥିଲା।
ହୁସେନ ରବି ଗାନ୍ଧୀ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ତେବେ ଗତକାଲି ଠାରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।
ସେ ‘ଉତ୍କଳ ପ୍ରସଙ୍ଗ’ର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ସେହିଭଳି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ କାର୍ଯ୍ୟ କରିଥିଲେ। ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ଥିଲେ। ବିଜେଡିର ଜଣେ ତୁଙ୍ଗ ନେତା ଭାବେ ମଧ୍ୟ ହୁସେନ ରବି ଗାନ୍ଧୀ କାମ କରିଥିଲେ। ୧୯୯୮ରୁ ୨୦୦୫ ପର୍ଯ୍ୟନ୍ତ ସେ ବିଜେଡିର ସାଧାରଣ ସଂପାଦକ ଥିଲେ। ହୁସେନ ରବି ଗାନ୍ଧୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।
୧୯୪୮ ମସିହାରେ ଯାଜପୁରର ହଳଦୀଗୋଡ଼ିଆରେ ଜନ୍ମଗ୍ରହଣ କରିଥିଲେ ହୁସେନ ରବି ଗାନ୍ଧୀ। ତାଙ୍କ କାବ୍ୟ ପୁସ୍ତକ ଗୁଡ଼ିକ ମଧ୍ୟରେ ରହିଛି- ମୁକ୍ତ ପୁର୍ବାସା, ସିଂହାସନ ଭାଙ୍ଗିବାର କାର୍ଯ୍ୟକ୍ରମ, ନିୟନ୍ତ ରାତିର ସ୍ୱପ୍ନ, ବିଂଶରୁ ଏକ ବିଂଶ, ଶବ୍ଦ ବ୍ରହ୍ମ, ଲୋକଗୀତ, ହଜି ଯାଇଥିବା ମଣିଷ ଓ ପୁନଶ୍ଚ ସାଲବେଗ। ସେହିପରି ଗଳ୍ପ ସଙ୍କଳନ ମଧ୍ୟରେ ରହିଛି ଆଜିର ଗଳ୍ପ ଓ ଗଳ୍ପ ସମାରୋହ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
