Advertisment

Internet Suspended : କଟକରେ ଆଉ ୨୪ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା

ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ରାଜ୍ୟ ଗୃହ ବିଭାଗ ପୁଣିଥରେ ଏହି ଅବଧିକୁ ଆଉ ୨୪ଘଣ୍ଟା ବଢ଼ାଇଥିବା ଜଣାପଡ଼ିଛି । ୬ତାରିଖ ସନ୍ଧ୍ୟା ୭ଟାରୁ ଆସନ୍ତାକାଲି ୭ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସୋସିଆଲ ମିଡିଆ ଓ ଇଂଟରନେଟ୍ ସେବା ଉପରେ କଟକଣା ରହିବ ।

Cuttack-curfew

Cuttack Curfew

Advertisment

ଭାଇଚାରାର ସହର କଟକରେ ଆଇନଶୃଙ୍ଖଳାର ବିପର୍ଯ୍ୟସ୍ତ ସ୍ଥିତି ଯୋଗୁ ରାଜ୍ୟ ସରକାର ଆଉ ୨୪ଘଣ୍ଟା ପାଇଁ ସହରରେ ଇଂଟରନେଟ ସେବାକୁ ବନ୍ଦ କରିଦେଇଛନ୍ତି । ଆଜି ଦ୍ୱିତୀୟ ଦିନ ପାଇଁ ଏହି ଇଂଟରନେଟ୍ ସେବା ସହ ସମସ୍ତ ପ୍ରକାରର ସୋସିଆଲ ମିଡିଆ ସେବା ଉପରେ ମଧ୍ୟ କଟକଣା ଜାରି ହୋଇଛି । ହିନ୍ଦୁ ସଂଗଠନ ପକ୍ଷରୁ କଟକ ସହରରେ ଆଜି ୧୨ଘଣ୍ଟିଆ ବନ୍ଦ ପାଳନ ପରେ ପ୍ରଶାସନ ପକ୍ଷରୁ ଇଂଟରନେଟ୍ କଟକଣା ଅବଧି ବୃଦ୍ଧି ସହ ବିଭିନ୍ନ ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିଥିବା ଜଣାପଡ଼ିଛି ।

Advertisment


ଆଉ ୨୪ ଘଂଟା ପାଇଁ ସୋସିଆଲ ମିଡିଆ ନିଷିଦ୍ଧ

ଦୁର୍ଗାପୂଜା ଭସାଣୀକୁ ନେଇ (Cuttack) କଟକ ସହରରେ ହିନ୍ଦୁ ଓ ମୁସଲିମ ସମୁଦାୟର ଲୋକେ ମୁହାଁମୁହିଁ ହେବା ଯୋଗୁ ସହରରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଆଜି ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କଟକଣା ବଳବତ୍ତର ରହିଛି। ରାଜ୍ୟ ସରକାର ଅକ୍ଟୋବର ୫ ତାରିଖ ସନ୍ଧ୍ୟା ୭ଟାରୁ କଟକ ସହର, ସିଡିଏ ଓ ୪୨ମୌଜା ଅଂଚଳରେ ଇଂଟରନେଟ୍ ସେବା(Internet Suspended) ସହ ସୋସିଆଲ ମିଡିଆ ସେବା ଉପରେ କଟକଣା ଜାରି କରିଥିଲେ । ଏହି ଅବଧି ଆଜି ସନ୍ଧ୍ୟା ୭ଟାରେ ସମାପ୍ତ ହେବାପରେ କଟକ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ରାଜ୍ୟ ଗୃହ ବିଭାଗ ପୁଣିଥରେ ଏହି ଅବଧିକୁ ଆଉ ୨୪ଘଣ୍ଟା ବଢ଼ାଇଥିବା ଜଣାପଡ଼ିଛି । ୬ତାରିଖ ସନ୍ଧ୍ୟା ୭ଟାରୁ ଆସନ୍ତାକାଲି ୭ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସୋସିଆଲ ମିଡିଆ ଓ ଇଂଟରନେଟ୍ ସେବା ଉପରେ କଟକଣା ରହିବ । ସୋସିଆଲ ମିଡିଆ ଉପରେ କଟକଣା ସତ୍ତ୍ୱେ କିଛି ଅସମାଜିକ ବ୍ୟକ୍ତି ଇଂଟରନେଟ ମାଧ୍ୟମରେ ଉତ୍ତେଜନାପୂର୍ଣ୍ଣ ବିଷୟବସ୍ତୁ ଓ ଗୁଜବ ପ୍ରସାରଣ କରି ସାମ୍ପ୍ରଦାୟିକ ସଦଭାବ ନଷ୍ଟ କରୁଥିବା ପୁଲିସର ନଜରକୁ ଆସିଛି । ଆଜି ପୁଲିସ ପକ୍ଷରୁ ମଧ୍ୟ ଏଭଳି କାର୍ଯ୍ୟରୁ ବିରତ ରହିବା ପାଇଁ ଟ୍ୱିଟର ମାଧ୍ୟମରେ ନିବେଦନ କରାଯାଇଛି । 


କେଉଁ ସେବା ବନ୍ଦ: ହ୍ୱାଟସଅପ୍‌, ଫେସବୁକ, ସ୍ନାପଚାଟ୍ , ଏକ୍ସ, ଇନଷ୍ଟାଗ୍ରାମ ସମେତ ସମସ୍ତ ସୋସିଆଲ୍ ମିଡିଆ ସେବା, ମୋବାଇଲ୍ ଇଂଟରନେଟ୍ ଓ ଡାଟା ସେବା ଏବଂ ବ୍ରଡବ୍ୟାଣ୍ଡ ଡାଏଲ୍ ଅପ୍ ସିଷ୍ଟମ୍ ମଧ୍ୟ ବନ୍ଦ ରହିବ ।

Advertisment

ବାଦ୍ ପଡ଼ିଥିବା ସେବା: ତେବେ ଏହି କଟକଣାରୁ ସରକାରୀ ସେବା ଯଥା: ଓସ୍ୱାନ, ଏନଆଇସି ନେଟ୍ , ଏନକେଏନ୍ , ବ୍ୟାଙ୍କିଙ୍ଗ, ରେଳବାଇ ଓ ଅନ୍ୟ ସରକାରୀ ସେବା ଭଳି ଜରୁରୀ ସେବାଗୁଡ଼ିକ ଏହି ନିଷେଧାଦେଶରୁ ବାଦ୍ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, କଟକ ସହରରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି କଠୋର ପଦକ୍ଷେପ ନେଇଛନ୍ତି । ଏହାସହିତ ସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳକୁ ହାଇଆଲର୍ଟରେ ରଖାଯାଇଥିବା ଜଣାପଡ଼ିଛି ।

Cuttack Internet Suspended
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe