Advertisment

ଡ୍ରେନରେ ପଡ଼ି ନାବାଳକ ମୃତ୍ୟୁ ଘଟଣା: ଦାୟିତ୍ୱରୁ ହଟିଲେ ଯନ୍ତ୍ରୀ

ଡ୍ରେନ୍‌ରେ ପଡ଼ି ନାବାଳକର ମୃତ୍ୟୁ ପରେ ତତ୍ପର ହୋଇ ଉଠିଛି ସିଏମ୍‌ସି। ଯନ୍ତ୍ରୀଙ୍କ ଦାୟିତ୍ୱହିନତାରୁ ଏପରି ହୋଇଥିବା ଅଭିଯୋଗ ହେବା ପରେ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ହଟାଇ ଦିଆଯାଇଛି।

ଅଦ୍ୟତନ ହୋଇଛି
open drain in cuttack

open drain in cuttack

Advertisment

ଗତ ରବିବାର କଟକ ବିଡ଼ାନାସୀରେ ଡ୍ରେନ୍‌ରେ ପଡ଼ି ଜଣେ ନାବାଳକର ମୃତ୍ୟୁ ଘଟଣାକୁ ନେଇ ଆରମ୍ଭ ହୋଇଛି ତୁମ୍ବି ତୋଫାନ । ଏହି ଘଟଣାରେ ଉତ୍ତ୍ୟକ୍ତ ଲୋକେ ମେୟର ଓ ସିଏମସି କମିଶନରଙ୍କୁ ଘେରିବା ପରେ ଏବେ ଦାୟିତ୍ୱରୁ ହଟିଛନ୍ତି ଯନ୍ତ୍ରୀ ।

Advertisment

ଯନ୍ତ୍ରୀଙ୍କ ଦାୟିତ୍ୱହିନତାରୁ ଏପରି ହୋଇଥିବା ଅଭିଯୋଗ ହେବା ପରେ ସିଏମସି ସିଟି ଇଞ୍ଜିନିୟରଙ୍କ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ତାଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନ ହେବ, ତାହା ଜଣାଇବାକୁ ନୋଟିସ୍ ହୋଇଛି । ଆସନ୍ତା ୩ ଦିନ ଭିତରେ ନୋଟିସ୍‌ର ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି ।

ସୂଚନାଯୋଗ୍ୟ, ଗତ ୧୫ ତାରିଖ ଅପରାହ୍ନରେ ବିଡାନାସୀ ବନ୍ଧ ଛକ ଅଞ୍ଚଳର ଜଣେ ୯ ବର୍ଷୀୟ ବାଳକ ଗୁଡି ଉଡାଉଥିଲା। ହେଲେ ଡ୍ରେନଟି ମୁକୁଳା ଥିବା ଜାଣି ନ ପରି ପିଲାଟି ଡ୍ରେନରେ ପଡ଼ି ଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ଦେଖି ନ ପାରିବାରୁ ପିଲାଟି ଡ୍ରେନରେ ପଡ଼ି ରହିଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରି ଡ୍ରେନରୁ ପିଲାଟିକୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ପିଲାଟିକୁ ମୃତ ଘୋଷଣା କରିଥିଲେ।

Advertisment

ଦାୟିତ୍ୱରେ ଥିବା ଜେଇଙ୍କ ଖାମଖିଆଲି ମନୋଭାବ ପାଇଁ ଅକାଳରେ ଜଣେ ନାବାଳକର ଜୀବନ ପଳାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାପରେ ସମ୍ପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe