Advertisment

ଘାଟାରେ ଜିମ୍‌ ବ୍ୟବସାୟ

କଟକ(ଓଡ଼ିଶା ରିପୋର୍ଟର):କରୋନା ଯୋଗୁ ଢେର୍ ବିଭିନ୍ନ ବୃତ୍ତି ବହୁ ପ୍ରଭାବିତ ହୋଇଛି। ଆଉ ଏଥିରୁ ବାଦ ପଡ଼ିନାହିଁ କଟକ ସହର ରେ ଥିବା ବିଭିନ୍ନ ଜିମ୍‌। ୨୦୨୦ରୁ ୨୦୨୧ ମଧ୍ୟରେ ମାତ୍ର ୫ ରୁ ୬ ମାସ ଖୋଲିଛି ଜିମ୍। ଏବେ ଦ୍ୱିତୀୟ ଲହରରେ ଦୀର୍ଘ ଦିନ ଧରି ଜିମ ବନ୍ଦ ରହିଥିବାରୁ ଜିମ ବ୍ୟବସାୟ ଘାଟା ହୋଇଛି। ଫଳରେ ଜିମ ମାଲିକ ଏବଂ ଜିମ କର୍ମଚାରୀଙ୍କ ଚିନ୍ତା ବଢ଼ିଛି ।କଟକ ମହତାବ ରୋଡ ଠାରେ ଥିବା […]

author-image
Tapas Behera
ଘାଟାରେ ଜିମ୍‌ ବ୍ୟବସାୟ

7ni

କଟକ(ଓଡ଼ିଶା ରିପୋର୍ଟର):କରୋନା ଯୋଗୁ ଢେର୍ ବିଭିନ୍ନ ବୃତ୍ତି ବହୁ ପ୍ରଭାବିତ ହୋଇଛି। ଆଉ ଏଥିରୁ ବାଦ ପଡ଼ିନାହିଁ କଟକ ସହର ରେ ଥିବା ବିଭିନ୍ନ ଜିମ୍‌। ୨୦୨୦ରୁ ୨୦୨୧ ମଧ୍ୟରେ ମାତ୍ର ୫ ରୁ ୬ ମାସ ଖୋଲିଛି ଜିମ୍।

Advertisment

ଏବେ ଦ୍ୱିତୀୟ ଲହରରେ ଦୀର୍ଘ ଦିନ ଧରି ଜିମ ବନ୍ଦ ରହିଥିବାରୁ ଜିମ ବ୍ୟବସାୟ ଘାଟା ହୋଇଛି। ଫଳରେ ଜିମ ମାଲିକ ଏବଂ ଜିମ କର୍ମଚାରୀଙ୍କ ଚିନ୍ତା ବଢ଼ିଛି ।କଟକ ମହତାବ ରୋଡ ଠାରେ ଥିବା ଷ୍ଟାରକ ଜିମ। ଦୀର୍ଘ ଦିନ ଧରି ଏହି ଜିମଟି କରୋନା ଯୋଗୁ ବନ୍ଦ ରହିଛି। ଫଳରେ ଜିମ ମାଲିକଙ୍କୁ ଘାରିଛି ଚିନ୍ତା। ଜିମ ଭିତରେ ପଡ଼ିରହିଛି ଲକ୍ଷ ଲକ୍ଷ ଟଙ୍କାର ଜିମ ମେସିନ।ସେ ସବୁର ରକ୍ଷଣାବେକ୍ଷଣ କିଭଳି କରିବେ ? ଜିମ ର ଘର ଭଡ଼ା କୁ କିପରି ଭରଣା କରିବେ ? ଜିମର ଟ୍ରେନରଙ୍କ ଦରମା କିପରି ଦେବେ ଓ ନିଜେ କିପରି ଚଳିବେ ତାକୁ ନେଇ ଚିନ୍ତା ଘାରିଛି।

ଆଗକୁ ହେବାକୁ ଥିବା ଅନଲକ୍ ପକ୍ରିୟାରେ ଯଦି ଜିମକୁ ସାମିଲ କରାଯାଏ ଏବଂ କୋଭିଡ ଗାଇଡ ଲାଇନ ଅନୁସାରେ ଜିମ ଖୋଲିବାକୁ ଅନୁମତି ଦିଆଯାଏ ତାହାଲେ ଆମେ ପୁଣି ଥରେ ଅଣ୍ଟା ସଳଖି ଠିଆ ହେବା ପାଇଁ ପ୍ରୟାସ କରିବୁ ବୋଲି କହିଛନ୍ତି ଜିମ ମାଲିକ। ଅନ୍ୟପଟେ ଦୀର୍ଘ ଦିନ ଧରି ଜିମରୁ ଦୂରେଇ ରହିଥିବା ବଡି ବିଲଡର ମାନେ ଶାରୀରିକ ଏବଂ ମାନସିକ ଭାବେ ଅସୁସ୍ଥ ଅନୁଭବ କଲେଣି।ବଡି ବିଲ୍ଡିଂ ସେମାନଙ୍କ ଜୀବନ ଚର୍ଯ୍ୟାର ଏକ ପ୍ରମୁଖ ଅଂଶ ପାଲଟି ଥିବାରୁ କୋଭିଡ ଗାଇଡଲାଇନ ଅନୁସାରେ ଜିମ ଖୋଲିବାକୁ ସରକାର ଅନୁମତି ଦେବା ପାଇଁ ସେମାନେ ଅନୁରୋଧ କରିଛନ୍ତି।

Advertisment