Advertisment

ଉଡ଼ି ଉଡ଼ି ଆସିଲା ଗୁଡ଼ି, ସ୍ତ୍ରୀ ପାଖରୁ ସ୍ୱାମୀକୁ ନେଲା ଛଡ଼ାଇ

କଟକ (ଓଡ଼ିଶା ରିପୋର୍ଟର): ହସଖୁସିରେ ଘରୁ ବାହାରିଲେ ସ୍ୱାମୀ-ସ୍ତ୍ରୀ। କଟକରେ ମାର୍କେଟିଂ କରିବେ, ସନ୍ଧ୍ୟାରେ ପୁଣି ଘରକୁ ଫେରିଯିବେ। ହେଲେ ସେମାନଙ୍କ ସବୁ ଖୁସିରେ ଯେପରି ପଡ଼ିଗଲା କାହାର ନଜର। ଘରୁ କିଛି ବାଟ ଆଗକୁ ଯାଇଥିବା ବେଳେ ଗୁଡ଼ି ସୂତା ନେଇଗଲା ସ୍ୱାମୀର ଜୀବନ। ବାସ୍ କେଇ ସେକେଣ୍ଡ ଭିତରେ ସୁଖର ସଂସାରରେ ପଡ଼ିଥିଲା ଦୁଃଖର ପାହାଡ଼। ଆଜି କଟକରେ ଘଟିଛି ଏମିତି ଏକ ଦୁଃଖଦାୟକ ଘଟଣା। ଯେଉଁଠାରେ ଗୁଡ଼ି ଉଡ଼ା ପାଇଁ ବ୍ୟବହୃତ ମାଞ୍ଜା […]

ଅଦ୍ୟତନ ହୋଇଛି
ଉଡ଼ି ଉଡ଼ି ଆସିଲା ଗୁଡ଼ି, ସ୍ତ୍ରୀ ପାଖରୁ ସ୍ୱାମୀକୁ ନେଲା ଛଡ଼ାଇ

jayant-samal

Advertisment

କଟକ (ଓଡ଼ିଶା ରିପୋର୍ଟର): ହସଖୁସିରେ ଘରୁ ବାହାରିଲେ ସ୍ୱାମୀ-ସ୍ତ୍ରୀ। କଟକରେ ମାର୍କେଟିଂ କରିବେ, ସନ୍ଧ୍ୟାରେ ପୁଣି ଘରକୁ ଫେରିଯିବେ। ହେଲେ ସେମାନଙ୍କ ସବୁ ଖୁସିରେ ଯେପରି ପଡ଼ିଗଲା କାହାର ନଜର। ଘରୁ କିଛି ବାଟ ଆଗକୁ ଯାଇଥିବା ବେଳେ ଗୁଡ଼ି ସୂତା ନେଇଗଲା ସ୍ୱାମୀର ଜୀବନ। ବାସ୍ କେଇ ସେକେଣ୍ଡ ଭିତରେ ସୁଖର ସଂସାରରେ ପଡ଼ିଥିଲା ଦୁଃଖର ପାହାଡ଼। ଆଜି କଟକରେ ଘଟିଛି ଏମିତି ଏକ ଦୁଃଖଦାୟକ ଘଟଣା। ଯେଉଁଠାରେ ଗୁଡ଼ି ଉଡ଼ା ପାଇଁ ବ୍ୟବହୃତ ମାଞ୍ଜା ସୂତା ଲାଗି କଟିଯାଇଛି ଜଣେ ଯୁବକର ବେକ। ଘଟଣାସ୍ଥଳରେ ହିଁ ଚାଲିଯାଇଛି ଯୁବକର ଜୀବନ। କଟକ ଜଗତପୁର ପୀରବଜାର ନିକଟରେ ଏଭଳି ଘଟଣା ଘଟିଛି।

Advertisment

ମୃତ ଯୁବକ ଜଣକ ହେଲେ ଜୟନ୍ତ ସାମଲ। ତାଙ୍କ ଘର ସ୍ଥାନୀୟ ଭୟରପୁର ଠାରେ। ଆଜି ଅପରାହ୍ନ ୪ଟା ବେଳେ ଜୟନ୍ତ ନିଜ ବାଇକ ଯୋଗେ ତାଙ୍କ ସ୍ତ୍ରୀଙ୍କ ସହ କଟକକୁ ମାର୍କେଟିଂ ପାଉଁ ଯାଉଥିଲେ। ପୀରବଜାର ଠାରେ ଗୁଡି ଉଡ଼ାଇବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ ମାଞ୍ଜା ସୂତା ତାଙ୍କ ବେକରେ ଗୁଡେଇ ହୋଇଥିଲା। ସୂତାଟି ଅତି ଧାରୁଆ ଥିବାରୁ ସେଥିରେ ତାଙ୍କ ବେକ କଟି ଯାଇଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ଯୁବକ ଜଣକ ୬ ମାସ ତଳେ ବିବାହ କରିଥିଲେ। ଚଳିତ ବର୍ଷ ଜୁନ୍ ୨୮ ତାରିଖରେ ଜୟନ୍ତ ବିବାହ କରିଥିବା ଜଣାପଡ଼ିଛି। ହେଲେ ବିବାହକୁ ବର୍ଷେ ନପୁରୁଣୁ ଅକାଳରେ ଚାଲିଯାଇଛି ଯୁବକର ଜୀବନ। ଏଭଳି ଦୁଃଖଦ ଘଟଣାକୁ ସ୍ଥାନୀୟ ଲୋକେ କିମ୍ବା ଯୁବକଙ୍କ ଗ୍ରାମବାସୀ ସହଜରେ ବିଶ୍ୱାସ କରିପାରୁନାହାନ୍ତି।

Advertisment

ସେପଟେ ବେଆଇନ ଘୋଷିତ ମାଞ୍ଜା ସୂତା ବିକ୍ରି ଏବଂ ଯୁବକର ମୃତ୍ୟୁକୁ ନେଇ ଜଗତପୁର ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ। ପରିବାର ଲୋକେ ମାଞ୍ଜା ସୂତା ବିକ୍ରି କରୁଥିବା ଦୋକାନୀ ଏବଂ ଏହାକୁ ବ୍ୟବହାର କରୁଥିବା ଲୋକଙ୍କୁ ଗିରଫ କରିବା ନେଇ ଦାବି କରିଛନ୍ତି। ଅନ୍ୟପକ୍ଷରେ ଯୁବକଙ୍କ ମୃତ୍ୟୁରେ ଭୟରପୁର ଗାଁରେ ଶୋକର ଛାୟା ଖେଳିଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe