Advertisment

ବଡ଼ ଧରଣର ଜିଏସଟି ଠକେଇର ପର୍ଦ୍ଦାଫାସ

କଟକ (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ଏକ ବଡ଼ ଧାରଣର ଜିଏସଟି ଠକେଇର ପର୍ଦ୍ଦା ଫାସ କଲା ରାଜ୍ୟ ଜିଏସଟି ବିଭାଗ। ଏହି ରାକେଟରେ ୬୪୧ କୋଟି ଟଙ୍କାର ଜାଲ୍ ବିଲ୍ ପ୍ରସ୍ତୁତ କରି ୧୧୫ କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ୍ ହାସଲ କରାଯାଇଛି। ଏହି ଠକେଇ ଅଭିଯୋଗରେ ଗୁରଦୀପ ଡାଙ୍ଗ ଓ ସୁଜୟ ମୈତ୍ର ନାମକ ଦୁଇଜଣ ବ୍ୟବସାୟୀଙ୍କୁ ଅଲଗା ଅଲଗା ସ୍ଥାନରୁ ଗିରଫ କରାଯାଇଛି। ଗୁରଦୀପକୁ ରାଉରକେଲାରୁ ଗିରଫ କରାଯାଇଥିବା ବେଳ ସୁଜୟ […]

ବିଜୟ କୁମାର କର ଭୁବନେଶ୍ୱର ଜୋନ୍ ମୁଖ୍ୟ ଜିଏସଟି କମିଶନର

gst

Advertisment

କଟକ (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ଏକ ବଡ଼ ଧାରଣର ଜିଏସଟି ଠକେଇର ପର୍ଦ୍ଦା ଫାସ କଲା ରାଜ୍ୟ ଜିଏସଟି ବିଭାଗ। ଏହି ରାକେଟରେ ୬୪୧ କୋଟି ଟଙ୍କାର ଜାଲ୍ ବିଲ୍ ପ୍ରସ୍ତୁତ କରି ୧୧୫ କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ୍ ହାସଲ କରାଯାଇଛି। ଏହି ଠକେଇ ଅଭିଯୋଗରେ ଗୁରଦୀପ ଡାଙ୍ଗ ଓ ସୁଜୟ ମୈତ୍ର ନାମକ ଦୁଇଜଣ ବ୍ୟବସାୟୀଙ୍କୁ ଅଲଗା ଅଲଗା ସ୍ଥାନରୁ ଗିରଫ କରାଯାଇଛି।

Advertisment

ଗୁରଦୀପକୁ ରାଉରକେଲାରୁ ଗିରଫ କରାଯାଇଥିବା ବେଳ ସୁଜୟ ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି। ଅଭିଯୁକ୍ତ ମାନେ ଜାଲ ବିଲ୍ ବଦଳରେ ୧୧୫.୧୦ କୋଟି ଟଙ୍କାର ଜାଲ ITC ସଂଗ୍ରହ ସହ ହସ୍ତାନ୍ତର କରିଥିଲେ।

ଦୁଇ ଅଭିଯୁକ୍ତ ଅନ୍ୟ ମନଙ୍କ ସହ ମିଶି ୧୬ଟି ଜାଲ୍ ବ୍ୟବସାୟିକ ପ୍ରତିଷ୍ଠାନ ତିଆରି କରି ଜାଲ କିଣା ବିଲ୍ ମାଧ୍ୟମରେ ଏହି ଇନପୁଟ ଟ୍ୟାକ୍ସ କ୍ରେଡିଟ ବା ITC ହାତେଇ ଥିଲେ। ତେବେ ସମାନ ଅଭିଯୋଗରେ ଜିଏସଟି ବିଭାଗ ଏପର୍ଯ୍ୟନ୍ତ ମୋଟ ୨୦ ଜଣଙ୍କୁ ଗିରଫ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ଜିଏସଟି କମିଶନର ସୁଶୀଲ ଲୋହାନି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe