Advertisment

ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନ ଘଟଣା: ହାଇକୋର୍ଟ ପରିସରରେ ଅନଶନ

ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନ ଘଟଣାରେ ଗିରଫ ହୋଇ ଜେଲରେ ଥିବା ଆଇନଜୀବୀଙ୍କ ସପକ୍ଷରେ ଅନଶନରେ ବସିଲେ ଆଇନଜୀବୀ।

author-image
Niranjan Mishra
lawyers strike

lawyers strike

ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନ ଘଟଣାରେ ଗିରଫ ହୋଇ ଜେଲରେ ଥିବା ଆଇନଜୀବୀଙ୍କ ସପକ୍ଷରେ ଅନଶନରେ ବସିଲେ ଆଇନଜୀବୀ। ହାଇକୋର୍ଟର ଆଇନଜୀବୀ ଦୀପାଳି ମହାପାତ୍ର ଓ ଅନ୍ୟ ଆଇନଜୀବୀମାନେ ହାଇକୋର୍ଟ ପରିସରରେ ଶନିବାର ସକାଳ ୮ଟାରୁ ଧାରଣାରେ ବସିଛନ୍ତି। ଗିରଫ ଆଇନଜୀବୀଙ୍କ ଜାମିନ ଆବେଦନର ଉଚିତ ଏବଂ ତ୍ୱରିତ ବିଚାର ପାଇଁ ଆଇନଜୀବୀମାନେ ଦାବି କରିଛନ୍ତି।

Advertisment

ସମାନ ଅପରାଧ ପାଇଁ ଅନ୍ୟମାନଙ୍କ କ୍ଷେତ୍ରରେ ଯେଉଁ ଭଳି ଢଙ୍ଗରେ ଆଇନ କାର୍ଯ୍ୟକାରୀ ହୋଇଥାଏ, ସେହିଭଳି ଢଙ୍ଗରେ ଆଇନଜୀବୀଙ୍କ ପାଇଁ ଆଇନ କାର୍ଯ୍ୟ କରୁନାହିଁ ବୋଲି ଆଇନଜୀବୀମାନେ ଅଭିଯୋଗ କରିଛନ୍ତି। ସମ୍ବଲପୁର ଓକିଲଙ୍କ ବିରୋଧରେ ଲାଗିଥିବା ଦଫା ଅନୁଯାୟୀ ସେସନ କୋର୍ଟରୁ ଜାମିନ ମିଳିବାର ସମ୍ଭାବନା ଥିଲେ ମଧ୍ୟ ତାହା ହୋଇପାରି ନାହିଁ ବୋଲି ସେମାନେ କହିଛନ୍ତି।

ହାଇକୋର୍ଟରେ ମଧ୍ୟ ସେମାନଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଆଜି ଏବଂ ଆସନ୍ତାକାଲି ସକାଳ ୮ ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ପ୍ରତିବାଦ ଜାରି ରହିବ ବୋଲି ଆଇନଜୀବୀ କହିଛନ୍ତି।

Advertisment

ଆଇନଜୀବୀ ପାର୍ଥ ସାରଥୀ ନାୟକ ଓ ଦିଲୀପ ରାୟ କହିଛନ୍ତି, ଏହି ମାମଲାରେ ମାଜିଷ୍ଟ୍ରେଟ କୋର୍ଟ, ସେସ୍‌ନ କୋର୍ଟ ଓ ହାଇକୋର୍ଟ ଗିରଫ ଓକିଲଙ୍କୁ ବେଲ ଦେବାକୁ ବିଚାର ନ କରୁ ନ ଥିବାରୁ ଏହାର ପ୍ରତିବାଦ ଜଣାଇ ଅନଶନ କରାଯାଉଛି।

Odisha Highcourt Strike