Advertisment

ନେତୃତ୍ୱ ସଙ୍କଟରେ ରାଜ୍ୟ କଂଗ୍ରେସ, ସତର୍କ କରାଇଲେ ମୋକିମ୍‌

ରାଜ୍ୟ ବିଧାନସଭାରେ ୧୪୭ ବିଧାୟକ ଥିବାବେଳେ କଂଗ୍ରେସର ମାତ୍ର ୯ଜଣ ବିଧାୟକ ଅଛନ୍ତି । ଉପନିର୍ବାଚନରେ ବି ଦଳ ବିଶେଷ ପ୍ରଭାବ ପକାଇ ପାରିଲା ନାହିଁ ।

Mohammed Moquim

Mohammed Moquim

Advertisment

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ରାଜ୍ୟରେ ନିଜର ଅଂଟା ସଳଖିବା ପାଇଁ ଉଦ୍ୟମ କରୁଥିବାବେଳେ ଆଜି ଦଳର ବରିଷ୍ଠ ନେତା ତଥା ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ କଂଗ୍ରେସର ରାଜ୍ୟ ନେତୃତ୍ୱଙ୍କୁ ସତର୍କ କରାଇଛନ୍ତି । ଜାନକୀ ବଲ୍ଲଭ ପଟ୍ଟନାୟକ, ବସନ୍ତ ବିଶ୍ୱାଳ ଓ ହେମାନନ୍ଦ ବିଶ୍ୱାଳଙ୍କ ଭଳି ନେତାଙ୍କ ପରେ ରାଜ୍ୟ କଂଗ୍ରେସ ଆଜିପର୍ଯ୍ୟନ୍ତ ସେମାନଙ୍କ ଭଳି ଲୋକପ୍ରିୟ ନେତାଙ୍କୁ ଆଗକୁ ଆଣିବାରେ ସକ୍ଷମ ହୋଇନଥିବା ତଥା ବର୍ତ୍ତମାନର ନେତୃତ୍ୱ ଏହି ସମସ୍ୟା ପ୍ରତି ସଚେତନ ରହିବେ ବୋଲି ମୋକିମ୍ ଆଶା ବ୍ୟକ୍ତ କରିଛନ୍ତି ।

Advertisment

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋକିମ୍ କହିଛନ୍ତି ଯେ,ସେ କଂଗ୍ରେସରେ ହିଁ ଅଛନ୍ତି । ରାଜ୍ୟରେ ଦଳକୁ ସୁଦୃଢ଼ କରିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇ ଏବେ ନିର୍ବାଚନ ହେବାକୁ ବେଶ୍ କିଛି ସମୟ ଥିବାରୁ ସାଧାରଣ ଭୋଟରଙ୍କ ପାଖରେ ପହଂଚିବା ପାଇଁ ଦଳର ବରିଷ୍ଠ ନେତାମାନେ କାର୍ଯ୍ୟ କରିବା ଆବଶ୍ୟକ । ରାଜ୍ୟ ବିଧାନସଭାରେ ୧୪୭ ବିଧାୟକ ଥିବାବେଳେ କଂଗ୍ରେସର ମାତ୍ର ୯ଜଣ ବିଧାୟକ ଅଛନ୍ତି । ଉପନିର୍ବାଚନରେ ବି ଦଳ ବିଶେଷ ପ୍ରଭାବ ପକାଇ ପାରିଲା ନାହିଁ । ତେଣୁ ବାସ୍ତବତାକୁ ଗ୍ରହଣ କରି ପରିଶ୍ରମ ନକଲେ ରାଜ୍ୟରେ କଂଗ୍ରେସର ସ୍ଥିତି ଆହୁରି ଖରାପ ହେବ ।  ଦଳକୁ ପୁଣିଥରେ ସକ୍ରିୟ କରିବା ନିମନ୍ତେ ରଣନୀତିର ଆବଶ୍ରକତା ରହିଛି ଓ ଦଳର ନେତା-କର୍ମୀମାନେ ଭୁବନେଶ୍ୱରରେ ଦଳୀୟ ମୁଖ୍ୟାଳୟରେ ନବସି ଲୋକଙ୍କ ପାଖକୁ ଯିବାର ଆବଶ୍ୟକତା ରହିଛି । କଂଗ୍ରେସରେ ଜାନକୀ ବଲ୍ଲଭ ପଟ୍ଟନାୟକ, ବସନ୍ତ ବିଶ୍ୱାଳ, ହେମାନନ୍ଦ ବିଶ୍ୱାଳଙ୍କ ପରେ ସେଭଳି ଚେହେରା ନାହାନ୍ତି । ଏଭଳି ଲୋକପ୍ରିୟ ନେତୃତ୍ୱଙ୍କ ଅଭାବରୁ ଦଳ ସୁପ୍ତ ଅବସ୍ଥାକୁ ଆସିଗଲାଣି । ଲୋକଙ୍କ ପୁନଃ ଆସ୍ଥାଭଜନ ହେଲା ଭଳି ନେତା କଂଗ୍ରେସରେ ନାହାନ୍ତି ।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ୨୦୨୪ ସାଧାରଣ ନିର୍ବାଚନରେ  କଂଗ୍ରେସର ବିଧାୟକ ସଂଖ୍ୟା ୯ରୁ ୯୦ ହେବ ବୋଲି କରିଥିବା ଦମ୍ଭୋକ୍ତି ଉପରେ ପ୍ରତିକ୍ରିୟା ରଖି ମୋକିମ୍ କହିଛନ୍ତି ଯେ, ଏହି ସଫଳତା ହାସଲ କରିବାକୁ ହେଲେ ଦଳକୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ଏହି ସଂଖ୍ୟାକୁ ହାସଲ କରିବା ଅସମ୍ଭବ ନୁହେଁ । କିନ୍ତୁ ଆମକୁ ସଂଗଠନସ୍ତରରେ ଦଳକୁ ସୁଦୃଢ଼ କରିବାକୁ ପଡ଼ିବ ଓ ଲୋକଙ୍କ ପାଖକୁ ଯିବାକୁ ହେବ । ବିଗତ ଦିନରେ ଏଭଳି ସତ୍ୟ କଥା ପରିପ୍ରକାଶ କରିଥିବାରୁ ଆଲୋଚନାର ଶିକାର ହୋଇଛି । ଆଶା କରିବି କଂଗ୍ରେସର ବରିଷ୍ଠ ନେତାମାନେ ଜାଗ୍ରତ ହେବେ ବୋଲି ମୋକିମ୍ କହିଛନ୍ତି ।

Advertisment

ଅନ୍ୟପକ୍ଷରେ ମୋକିମଙ୍କ ଏଭଳି ବୟାନ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ମୋକିମ୍ ଯାହା ଅନୁଭବ କରିଥିବେ ତାହା କହିଥିବେ । ଧୀରେ ଚାଲୁଥିବା ଗାଡ଼ି ଯେ ଜୋରରେ ଚାଲିବନି ତାହା ନୁହେଁ । କଂଗ୍ରେସ ୨୦୨୪ରେ ରାଜ୍ୟରେ ସରକାର ଗଠନ କରିବା ଅସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

Congress Cuttack Odisha Congress Congress Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe