Advertisment

ଆସିଲା ବ୍ୟବଚ୍ଛେଦ ରିପୋର୍ଟ: ମୃତ୍ୟୁ ପୂର୍ବରୁ ସମସ୍ତେ କରିଥିଲେ ପ୍ରତିରୋଧ, ହେଲେ...

କଟକ(ଓଡ଼ିଶା ରିପୋର୍ଟର): ଅଲେଖ ସାହୁଙ୍କ ସମେତ ତାଙ୍କ ପରିବାରର ୫ ସଦସ୍ୟଙ୍କ ମୃତ୍ୟୁ ବିଷକ୍ରିୟାଜନିତ ନୁହେଁ। ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁ ସମସ୍ତଙ୍କ ଜୀବନ ଯାଇଛି। ଏପରିକି ମୃତ୍ୟୁ ପୂର୍ବରୁ ସମସ୍ତେ ଏହାର ପ୍ରତିରୋଧ କରିଥିଲେ। ହେଲେ ଜଣଙ୍କ ପରେ ଜଣଙ୍କୁ ହାଣି ସମସ୍ତଙ୍କ ଜୀବନ ନିଆଯାଇଛି । ବହୁଚର୍ଚ୍ଚିତ ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ସେଥିରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି। ରାତି ପ୍ରାୟ ସାଢେ ୨ଟାରୁ […]

ଅଦ୍ୟତନ ହୋଇଛି
ଆସିଲା ବ୍ୟବଚ୍ଛେଦ ରିପୋର୍ଟ: ମୃତ୍ୟୁ ପୂର୍ବରୁ ସମସ୍ତେ କରିଥିଲେ ପ୍ରତିରୋଧ, ହେଲେ...

Mahanga

Advertisment

କଟକ(ଓଡ଼ିଶା ରିପୋର୍ଟର): ଅଲେଖ ସାହୁଙ୍କ ସମେତ ତାଙ୍କ ପରିବାରର ୫ ସଦସ୍ୟଙ୍କ ମୃତ୍ୟୁ ବିଷକ୍ରିୟାଜନିତ ନୁହେଁ। ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁ ସମସ୍ତଙ୍କ ଜୀବନ ଯାଇଛି। ଏପରିକି ମୃତ୍ୟୁ ପୂର୍ବରୁ ସମସ୍ତେ ଏହାର ପ୍ରତିରୋଧ କରିଥିଲେ। ହେଲେ ଜଣଙ୍କ ପରେ ଜଣଙ୍କୁ ହାଣି ସମସ୍ତଙ୍କ ଜୀବନ ନିଆଯାଇଛି । ବହୁଚର୍ଚ୍ଚିତ ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ସେଥିରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି। ରାତି ପ୍ରାୟ ସାଢେ ୨ଟାରୁ ୩ଟା ମଧ୍ୟରେ ଏହି ବୀଭତ୍ସ କାଣ୍ଡ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।  ପୂର୍ବରୁ ବିଷକ୍ରିୟା ପରେ ଅଲେଖଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏଥିରେ ଲାଗିଛି ବିରାମ । ହେଲେ ଜଣେ ବ୍ୟକ୍ତି କିପରି ୫ ଜଣଙ୍କୁ ହାଣି ସେମାନଙ୍କ ଜୀବନ ନେଲା ତାହା ଏବେ ଏକ ବିରାଟ ପ୍ରଶ୍ନବାଚୀ  ହୋଇ ଛିଡ଼ା ହୋଇଛି।

Advertisment

ଦୀର୍ଘ ବର୍ଷ ଧରି ଭାଇ ଭାଇ ମଧ୍ୟରେ ଥିବା ତିକ୍ତ ସମ୍ପର୍କ ଗତ ୧୧ ତାରିଖ ବିଳମ୍ୱିତ ରାତିରେ ଉଗ୍ର ରୂପ ଧାରଣ କରିଥିଲା । ବଡ଼ଭାଇ ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ ଏବଂ ୧୯ ବର୍ଷର ଝିଅ ସ୍ମୃତିସନ୍ଧ୍ୟାକୁ ଅତି ବୀଭାତ୍ସ ଭାବେ ହାଣି ହତ୍ୟା କରିଥିଲା ସାନ ଭାଇ ଶିବ ସାହୁ।

ଶିବ ପ୍ରଥମେ  ଭାଉଜ, ପରେ ଭାଇ ଅଲେଖଙ୍କୁ କଟୁରୀରେ ହାଣି ସେମାନଙ୍କ ଜୀବନ ନେଇଥିଲା। ଏହାଦେଖି ପିଲାମାନେ ଉଠି ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ଜଣେ ପରେ ଜଣେ ହାଣିଥିବା ଜଣାଯାଇଛି। ଅଭିଯୁକ୍ତଜଣକ ୫ ଜଣଙ୍କ ଜୀବନ ନେଇ ସାରିବା ପରେ ଉକ୍ତ ରୁମ୍‌ରେ ପ୍ରାୟ ଘଣ୍ଟାଏ କାଳ ରହିଥିବା ପୁଲିସ୍‌ ଆଗରେ କହିଥିଲା। ଏପରିକି କାଳେ କିଏ ବଞ୍ଚି ଯାଇଥିବ ଭାବି ସେମାନଙ୍କ ହାତ ଶୀରା ଓ ଗୋଡ଼ ଗୋଛି ବି କାଟି ଦେଇଥିଲା ଶିବ।

Advertisment

ନିଜେ ହିଁ ଏହି ନରସଂହାର ଘଟାଇଥିବା ଶିବ ମାନିଯିବା ସହ  ଆଇନ୍ ଯାହା ଶାସ୍ତି ଦେବ ତାକୁ  ଗ୍ରହଣ କରିବ ବୋଲି ମଧ୍ୟ କହି ସାରିଛି। ହେଲେ ଶିବର ପତ୍ନୀଙ୍କ ଭୂମିକାକୁ ଉଠିଛି ପ୍ରଶ୍ନବାଚୀ।  ଘଟଣା ବେଳେ ସ୍ୱାମୀ ତାଙ୍କୁ ବାହାରୁ କବାଟ ବନ୍ଦ କରିଦେଇଥିବାରୁ ସେ ଭିତରେ ରହି ଯାଇଥିଲେ ବୋଲି କାନ୍ଦି କାନ୍ଦ ଗଣମାଧ୍ୟମ ଆଗରେ କହିଥିଲେ ଶିବଙ୍କ ପତ୍ନୀ। ହେଲେ ଘଟଣା ପରେ ସେ ଏ ସମ୍ପର୍କରେ କାହାକୁ ଜଣାଇଥିଲେ କି, ପଡ଼ୋଶୀଙ୍କୁ କାହିଁକି ଡାକିଲେନି, କାହିଁକି ଏତେ ସମୟ ଘର ଭିତରେ ଚୁପଚାପ ରହିଲେ ତାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ।   ଜଣେ କିପରି  ୫ ଜଣଙ୍କୁ ମାରିବାକୁ ସକ୍ଷମ ହେଲା, ସେତେବେଳର ପାରିପାର୍ଶ୍ୱିକ ସ୍ଥିତି କିପରି ଥିଲା, ଏଥିରେ ଆଉ କିଏ ସାମିଲ କି ତାହାର ତଦନ୍ତ ପୁଲିସ୍‌ କରୁଛି।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe