Advertisment

ମାହାଙ୍ଗା ଡବଲ ମର୍ଡର; ମିଳିଲା ମୁଖ୍ୟ ଅଭିଯୁକ୍ତଙ୍କ ମୃତଦେହ

କଟକ(ଓଡ଼ିଶା ରିପୋର୍ଟର) : କଟକ ଜିଲ୍ଲା ସାଲେପୁରରେ ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତ ପରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପୁଲିସ୍ ସୂଚନା ଦେଇଛି। ଟାଙ୍ଗୀ ପୁଲିସ୍ ଉପସ୍ଥିତିରେ ପ୍ରଫୁଲ୍ଲଙ୍କ ପରିବାର ଲୋକେ ତାଙ୍କ ମୃତଦେହକୁ ଚିହ୍ନଟ କରିଥିଲେ। ଟାଙ୍ଗୀ ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି […]

ଅଦ୍ୟତନ ହୋଇଛି
ମାହାଙ୍ଗା ଡବଲ ମର୍ଡର; ମିଳିଲା ମୁଖ୍ୟ ଅଭିଯୁକ୍ତଙ୍କ ମୃତଦେହ

container TH

Advertisment

କଟକ(ଓଡ଼ିଶା ରିପୋର୍ଟର) : କଟକ ଜିଲ୍ଲା ସାଲେପୁରରେ ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତ ପରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପୁଲିସ୍ ସୂଚନା ଦେଇଛି। ଟାଙ୍ଗୀ ପୁଲିସ୍ ଉପସ୍ଥିତିରେ ପ୍ରଫୁଲ୍ଲଙ୍କ ପରିବାର ଲୋକେ ତାଙ୍କ ମୃତଦେହକୁ ଚିହ୍ନଟ କରିଥିଲେ।

Advertisment

ଟାଙ୍ଗୀ ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ ୯ଟାରୁ ୧୦ଟା ମଧ୍ୟରେ ନୂଆବନ୍ଦାଳ ଛକରେ ଏକ ଦୁର୍ଘଟଣା ଘଟିଥିଲା। ଖବର ପାଇ ସେଠାରେ ଏକ ଟିମ୍ ଯାଇ ପହଞ୍ଚିଥିଲେ। କିନ୍ତୁ ମୃତକଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରି ନ ଥିଲା। ତେବେ ଘଟଣାସ୍ଥଳରୁ ଏକ ମୋବାଇଲ, ହେଲମେଟ, ଗାଡ଼ି କାଗଜପତ୍ର ଓ ଡ୍ରେସ୍‌ ମିଳିଥିଲା। ଜବତ ମୋବାଇଲରୁ ଫୋନ୍‌ କରିବାରୁ ମୃତକଙ୍କ ସ୍ତ୍ରୀ ଉଠାଇଥିଲେ। ଏହା ପରେ ତାଙ୍କ ପରିବାର ଲୋକଙ୍କୁ ମୃତଦେହ ଚିହ୍ନଟ କରିବାକୁ କଟକ ଏସ୍‌ସିବିକୁ ଡକା ଯାଇଥିଲା।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଲିସ୍ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ଫେରାର ଥିଲେ। ପୁଲିସ୍ ତାଙ୍କ ଟେର ପାଉ ନଥିଲା। ତେବେ ଗତକାଲି ମୋବାଇଲ ଟ୍ରାକିଂରୁ ପ୍ରଫୁଲ୍ଲ ଟାଙ୍ଗୀ ଅଞ୍ଚଳରେ ଥିବା ସୂଚନା ପାଇଥିଲା ପୁଲିସ୍। ଏଥିପାଇଁ‌ ବିଭିନ୍ନ ସ୍ଥାନରେ ତଲାସୀ କରିଥିଲା। କିନ୍ତୁ ତାଙ୍କ ଟେର ପାଇପାରି ନ ଥିଲା ପୁଲିସ୍‌। ପରେ ବିଳମ୍ବିତ ରାତିରେ ନୂଆବନ୍ଦାଳ ଛକରେ ଏକ ଟ୍ରକ୍‌ ଚାପାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ନେଇ ଟାଙ୍ଗୀ ଥାନା ପୁଲିସ୍ ଖବର ପାଇଥିଲା।

Advertisment

ଅନ୍ୟପକ୍ଷରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ପରେ ନା ନା କଥା ଆଲୋଚନା ହେଉଛି। ତାଙ୍କୁ ଟ୍ରକ୍ ଚାପି ଦେଲା ନା ଟ୍ରକ୍‌ ଚପାଇ ତାଙ୍କୁ ମାରି ଦିଆଯାଇଛି, ସେ ନେଇ ଜୋରସୋର ଆଲୋଚନା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ସାଲେପୁର ନଗର ମଣ୍ଡଳର ପ୍ରଭାରୀ କୁଳମଣି ବରାଳ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହିତ ବାଇକ୍‌ରେ ନୃତ୍ତାଙ୍ଗସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଜଂକୋଟି ଗାଁ ପାଖରେ କିଛି ଦୁର୍ବୃତ୍ତ ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ବାଇକ୍‌ରୁ ପଡ଼ିଯିବା ପରେ ମାରଣାସ୍ତ୍ରରେ ଉଭୟଙ୍କ ମୁଣ୍ଡ ଓ ମୁହଁଙ୍କୁ ହାଣି ଅଭିଯୁକ୍ତମାନେ ପଳାଇଥିଲେ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର କୁଳମଣିଙ୍କୁ ମୃତ ଘୋଷଣା କରିଥିଲେ। ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବିଳମ୍ବିତ ରାତିରେ ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ଘଟିଥିଲା।

କୁଳମଣିଙ୍କ ପୁଅ ରମାକାନ୍ତ ୧୩ ଜଣଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେଥିରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ରହିଛି। ମାମଲାର ତଦନ୍ତ କରିବା ପାଇଁ କଟକ ସଦର ଏସ୍‌ପି ବି.ଯୁଗଳ କିଶୋର ୫ଟି ଟିମ୍ ଗଠନ କରିଥିଲେ।

Kulamani Baral Murder Case Mahanga Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe