ମାହାଙ୍ଗା ଡବଲ ମର୍ଡର ଘଟଣା; ମୁଖ୍ୟ ଅଭିଯୁକ୍ତଙ୍କୁ ଚାପି ଦେଲା ଟ୍ରକ୍‌!

ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ସାଲେପୁରରେ ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ  ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣା ପରଠୁ ପ୍ରଫୁଲ୍ଲ ଫେରାର ଥିବା ବେଳେ ତାଙ୍କ ପତ୍ତା ପାଉ ନ  ଥିଲା ପୁଲିସ୍‌। ତେବେ ତାଙ୍କୁ ଟାଙ୍ଗୀ ଅଞ୍ଚଳରେ ଏକ ଟ୍ରକ୍ ଚାପି ଦେଇଥିବା ସୂଚନା ମିଳିଛି। କିନ୍ତୁ ପ୍ରଫୁଲ୍ଲଙ୍କ ମୃତ୍ୟୁ […]

Prafulla Biswal

Prafulla Biswal

Niharika Rout
  • Published: Saturday, 06 February 2021
  • Updated: 06 February 2021, 11:45 AM IST

Sports

Latest News

ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ସାଲେପୁରରେ ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ  ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣା ପରଠୁ ପ୍ରଫୁଲ୍ଲ ଫେରାର ଥିବା ବେଳେ ତାଙ୍କ ପତ୍ତା ପାଉ ନ  ଥିଲା ପୁଲିସ୍‌। ତେବେ ତାଙ୍କୁ ଟାଙ୍ଗୀ ଅଞ୍ଚଳରେ ଏକ ଟ୍ରକ୍ ଚାପି ଦେଇଥିବା ସୂଚନା ମିଳିଛି। କିନ୍ତୁ ପ୍ରଫୁଲ୍ଲଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର  କିମ୍ବା ପୁଲିସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ମୋବାଇଲ ଟ୍ରାକିଂରୁ ପ୍ରଫୁଲ୍ଲ ଟାଙ୍ଗୀ ଅଞ୍ଚଳରେ ଥିବା ସୂଚନା ପାଇଥିଲା ପୁଲିସ୍। ଏଥିପାଇଁ‌ ବିଭିନ୍ନ ସ୍ଥାନରେ ତଲାସୀ କରିଥିଲା। କିନ୍ତୁ ତାଙ୍କ ଟେର ପାଇପାରି ନ ଥିଲା ପୁଲିସ୍‌। ହେଲେ ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ଥାନା ଅଧୀନ ନୂଆ ବନ୍ଦାଳ ଛକ ନିକଟରେ ଏକ ଟ୍ରକ୍‌ ଚାପାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣାରେ ବ୍ୟକ୍ତିଙ୍କ ମୁଣ୍ଡ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିବା ବେଳେ ତାକୁ ଚିହ୍ନଟ କରିବା ସମ୍ଭବପର ହୋଇପାରି ନ ଥିଲା। ପୁଲିସ୍ ମୃତଦେହକୁ ଜବତ କରି କଟକ ଏସ୍‌ସିବିରେ ରଖିଛି। ହେଲେ ଏହା ପ୍ରଫୁଲ୍ଲଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଛି। ମୃତଦେହ ଚିହ୍ନଟ ନିମନ୍ତେ ପ୍ରଫୁଲ୍ଲଙ୍କ ପରିବାର ଲୋକଙ୍କୁ ଡକାଯାଇଛି। ସେମାନେ ପହଞ୍ଚିବା ପରେ ତାହା ପ୍ରଫୁଲ୍ଲଙ୍କ ମୃତଦେହ କି ନୁହେଁ ତାହା ସ୍ପଷ୍ଟ ହୋଇପାରିବ।

ଏନେଇ ଟାଙ୍ଗୀ ଥାନା ଆଇଆଇସି ପଦାରବିନ୍ଦ ତ୍ରିପାଠୀ କହିଛନ୍ତି, ଗତକାଲି ରାତି ପ୍ରାୟ ସାଢେ ୯ଟାରୁ ୧୦ଟା ମଧ୍ୟରେ ନୂଆବନ୍ଦାଳ ଛକରେ ଏକ ଦୁର୍ଘଟଣା ହୋଇଥିବା ଖବର ପାଇଲୁ। ସେଠାରେ ପହଞ୍ଚିଲା ବେଳକୁ ମୃତଦେହ ଉପରେ ଟ୍ରକ ଚଢ଼ି ଯାଇଥିବା ଦେଖିଲୁ। ତାଙ୍କୁ ଚିହ୍ନଟ ସମ୍ଭବ ହୋଇପାରି ନ ଥିଲା। ଏହାପରେ ଘଟଣାସ୍ଥଳରୁ ଏକ ମୋବାଇଲ, ହେଲମେଟ, ଗାଡ଼ି କାଗଜପତ୍ର ଓ ଡ୍ରେସ୍‌ ଜବତ ହୋଇଥିଲା। ଜବତ ମୋବାଇଲରୁ ଫୋନ୍‌ କରିବାରୁ ମୃତକଙ୍କ ସ୍ତ୍ରୀ ଉଠାଇଥିଲେ। ଆଜି ମୃତଦେହ ଚିହ୍ନଟ ନିମନ୍ତେ ପରିବାରବର୍ଗଙ୍କୁ ଡକାଯାଇଛି। ଏହାପରେ ସବୁ କିଛି ସ୍ପଷ୍ଟ ହୋଇପାରିବ।

ଜାନୁଆରୀ ୨ରେ ଘଟିଥିଲା ଘଟଣା

ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ସାଲେପୁର ନଗର ମଣ୍ଡଳର ପ୍ରଭାରୀ କୁଳମଣି ବରାଳ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହିତ ବାଇକ୍‌ରେ ନୃତ୍ତାଙ୍ଗସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଜଂକୋଟି ଗାଁ ପାଖରେ କିଛି ଦୁର୍ବୃତ୍ତ ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ବାଇକ୍‌ରୁ ପଡ଼ିଯିବା ପରେ ମାରଣାସ୍ତ୍ରରେ ଉଭୟଙ୍କ ମୁଣ୍ଡ ଓ ମୁହଁଙ୍କୁ ହାଣି ଅଭିଯୁକ୍ତମାନେ ପଳାଇଥିଲେ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର କୁଳମଣିଙ୍କୁ ମୃତ ଘୋଷଣା କରିଥିଲେ। ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବିଳମ୍ବିତ ରାତିରେ ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ଘଟିଥିଲା।

୧୦ ଗିରଫ ହୋଇଛନ୍ତି

କୁଳମଣିଙ୍କ ପୁଅ ରମାକାନ୍ତ ୧୩ ଜଣଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେଥିରେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ରହିଛି। ମାମଲାର ତଦନ୍ତ କରିବା ପାଇଁ କଟକ ସଦର ଏସ୍‌ପି ବି.ଯୁଗଳ କିଶୋର ୫ଟି ଟିମ୍‌ ଗଠନ କରିଥିଲେ। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ପୁଲିସ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି। ୮ ଜଣଙ୍କୁ ପୁଲିସ୍ ଚଢ଼ାଉ କରି ଗିରଫ କରିଥିଲା। ଆଉ ୨ ଜଣ ଆତ୍ମସମର୍ପଣ କରିଥିଲେ।

ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ କଟକରେ ଡିଜିପି ଅଫିସ୍ ଘେରାଉ କରାଯାଇଥିଲା। ମାହାଙ୍ଗା ବ୍ଲକ୍‌ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ କରିଥିବା ଯୋଗୁ କୁଳମଣି ବରାଳଙ୍କୁ ହତ୍ୟା କରାଯାଇଥିବା ନେଇ ଦଳ ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story