Advertisment

ଜଳିଗଲା ବ୍ୟବସାୟ ପ୍ରତିଷ୍ଠାନ, ୩ଗୁରୁତର

ବ୍ୟବସାୟ ପ୍ରତିଷ୍ଠାନ ଭିତରେ ଆଉ କେଇ ଫଶି ରହିଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି।

ଅଦ୍ୟତନ ହୋଇଛି
fire

fire

Advertisment

କଟକ ଜିଲ୍ଲା ନିବନ୍ଧନ କାର୍ଯ୍ୟାଳୟ ପାଖରେ ଥିବା ଏକ ବ୍ୟବସାୟ ପ୍ରତିଷ୍ଠାନରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବ୍ୟବସାୟ ପ୍ରତିଷ୍ଠାନରର ଲାଗିଥିବା ରେକର୍ଡ ରୁମ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୨ଜଣ ଆହତ ହୋଇଛନ୍ତି। ସେମାନେ କର୍ମଚାରୀ ନା ସାଧାରଣ ଲୋକ ଜଣାପଡ଼ିନାର୍ହି। ସେମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨ଟି ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି।

Advertisment

ବ୍ୟବସାୟ ପ୍ରତିଷ୍ଠାନ ଭିତରେ ଆଉ କେଇ ଫଶି ରହିଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି। ବ୍ୟବସାୟ ପ୍ରତିଷ୍ଠାନରେ ଥିବା ଗାଡ଼ି ମଧ୍ୟ ନିଆଁରେ ଲାଗି ଜଳି ଯାଇଛି। କେଉଁ କାରଣରୁ ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe