Advertisment

ବ୍ରୟଲର୍ ଫାର୍ମରେ ଭୟାବହ ଅଗ୍ନିକାଣ୍ଡ, ଅଢ଼େଇ ହଜାର କୁକୁଡ଼ା ଜୀବନ୍ତ ଦଗ୍ଧ

ତେବେ ଫାର୍ମରେ କିପିରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାହିଁ। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

fire

fire

Advertisment

ବ୍ରୟଲର୍ ଫାର୍ମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଜୀବନ୍ତ ଦଗ୍ଦ ହୋଇଗଲେ ଅଢ଼େଇ ହଜାର କୁକୁଡ଼ା। ଏହି ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ତହସିଲ ଅଧୀନ  ସୁଦାନଗର ଗାଁରେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।

Advertisment

ଗତକାଲି ବିଳମ୍ବିତ ରାତିରେ ଉଲ୍ଲାସ ସ୍ୱାଇଁଙ୍କ ବ୍ରୟଲର୍ ଫାର୍ମରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ଫାର୍ମରେ ନିଆଁ ଲାଗିଯାଇଥିବା ଦେଖି ଉଲ୍ଲାସଙ୍କୁ ଖବର ଦେଇଥିଲେ। ଉଲ୍ଲାସ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା। ସବୁପୋଡ଼ି ପାଉଁଶ ହୋଇଯାଇଥିଲା। ବ୍ରୟଲର୍ ଫାର୍ମରେ ଅଢ଼େଇ ହଜାରରୁ ଅଧିକ କୁକୁଡ଼ା ପୋଡ଼ିଯିବା ସହ ୪୦ ବସ୍ତା ଦାନା ଓ ସମସ୍ତ ଆସବାବ ପୋଡ଼ିପାଉଁଶ ହୋଇଯାଇଛି।

ତେବେ ଫାର୍ମରେ କିପିରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାହିଁ। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଉଲ୍ଲାସ ସ୍ୱାଇଁଙ୍କୁ କ୍ଷତିପୂରଣ ଦେବାକୁ ପ୍ରଶାସନ ନିକଟରେ ସ୍ଥାନୀୟ ଲୋକେ ଦାବି କରିଛନ୍ତି। 

Advertisment
Cuttack Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe