Advertisment

୭ ବନ୍ଧୁକ ଓ ୬୫ ରାଉଣ୍ଡ ଗୁଳି ସହ ୭ ଗିରଫ

କଟକ (ଓଡ଼ିଶା ରିପୋର୍ଟର): କମିଶନରେଟ ପୁଲିସକୁ ମିଳିଲା ବଡ ସଫଳତା। କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ବନ୍ଧୁକ କାରବାର କରୁଥିବାବେଳେ ପୁଲିସ ଚଢ଼ଉ କରିଛି। ପୁଲିସ୍ କେନ୍ଦ୍ରାପଡ଼ାର କୁଖ୍ୟାତ ଅପରାଧୀ ବିଜୟ ନାୟକ ଓ ତାର ସହଯୋଗୀ ଜଗା ଦାସ ସମେତ ୭ ଜଣଙ୍କୁ ଗିରଫ କରିଛି। ଆଜି ଚାଉଳିଆଗଞ୍ଜ ଅଞ୍ଚଳରେ ବନ୍ଧୁ କିଣାବିକା ନେଇ ଡିଲ୍ ଚାଲିଥିବାବେଳେ କମିଶନରେଟ୍ ପୁଲିସ ୭ ଜଣଙ୍କୁ ଧରିଛି। ଏହାସହ ସେମାନଙ୍କ ପାଖରୁ ୭ଟି ବନ୍ଧୁକ, ୬୫ ରାଉଣ୍ଡ ଗୁଳି, କାର୍, […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୭ ବନ୍ଧୁକ ଓ ୬୫ ରାଉଣ୍ଡ ଗୁଳି ସହ ୭ ଗିରଫ

Commissionerate Police

କଟକ (ଓଡ଼ିଶା ରିପୋର୍ଟର): କମିଶନରେଟ ପୁଲିସକୁ ମିଳିଲା ବଡ ସଫଳତା। କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ବନ୍ଧୁକ କାରବାର କରୁଥିବାବେଳେ ପୁଲିସ ଚଢ଼ଉ କରିଛି। ପୁଲିସ୍ କେନ୍ଦ୍ରାପଡ଼ାର କୁଖ୍ୟାତ ଅପରାଧୀ ବିଜୟ ନାୟକ ଓ ତାର ସହଯୋଗୀ ଜଗା ଦାସ ସମେତ ୭ ଜଣଙ୍କୁ ଗିରଫ କରିଛି।

Advertisment

ଆଜି ଚାଉଳିଆଗଞ୍ଜ ଅଞ୍ଚଳରେ ବନ୍ଧୁ କିଣାବିକା ନେଇ ଡିଲ୍ ଚାଲିଥିବାବେଳେ କମିଶନରେଟ୍ ପୁଲିସ ୭ ଜଣଙ୍କୁ ଧରିଛି। ଏହାସହ ସେମାନଙ୍କ ପାଖରୁ ୭ଟି ବନ୍ଧୁକ, ୬୫ ରାଉଣ୍ଡ ଗୁଳି, କାର୍, ବାଇକ୍ ଓ ମୋବାଇଲ୍ ଜବତ କରାଯାଇଛି। ଏହି ବନ୍ଧୁକ କାରବାର ସହ ବିହାରର ମୁଙ୍ଗେର ସହ ସଂପର୍କ ରହିଥିବା ପୁଲିସ କହିଛି। ଧରାପଡ଼ିଥିବା କୁଖ୍ୟାତ ଅପରାଧୀ ବିଜୟ ନାୟକ ଟିଟୋ ଗ୍ୟାଙ୍ଗର ସହଯୋଗୀ ଏବଂ ଗ୍ୟାଙ୍ଗଷ୍ଟର ସୁଲେମାନ୍ ହତ୍ୟାକାଣ୍ଡର ଅଭିଯୁକ୍ତ ରହିଛି।

କିଛିଦିନ ପୂର୍ବରୁ ଜାମିନରେ ବାହାରିଥିବା ବିଜୟ ପୁଣି ବନ୍ଧୁକ କାରବାର ଆରମ୍ଭ କରିଥିଲା ବୋଲି ଜଣାପଡ଼ିଛି। ଆଗକୁ ଅପରାଧ ଘଟାଇବା ଲାଗି ଏହି କାରବାର ହେଉଥିବା ପୁଲିସ କହିଛି ଏଥିଲାଗି ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏସପିଙ୍କୁ ସହଯୋଗ କରିବାକୁ କୁହାଯାଇଛି। ଗତ କିଛି ଦିନ ହେବ କମିଶନରେଟ ପୁଲିସ ଦୁଇ ଟ୍ୱିନ୍ ସିଟିରେ ସଂଗଠିତ ଅପରାଧ ରୋକିବାକୁ ଯୋଜନାବଦ୍ଧ ଭାବେ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

Advertisment

ଏହି ଅପରାଧୀମାନେ ବିଭିନ୍ନ ଜିଲ୍ଲାରେ ଅପରାଧ ଘଟାଇବା ପାଇଁ ବାହାର ରାଜ୍ୟରୁ ଏହି ବନ୍ଧୁକ ଓ ଗୁଳି ଆଣୁଛନ୍ତି। କିଛି ଦିନ ତଳେ ମଧୂପାଟଣା ଥାନା ଅଂଚଳରୁ ମଧ୍ୟ ୪ଟି ବନ୍ଧୁକ ଜବତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର। ଗିରଫ ହୋଇଥିଲା ୭ ଜଣଙ୍କ ନାଁରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକର ବିଭିନ୍ନ ଥାନାରେ ବହୁ ମାମଲା ରହିଛି।